STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ରିତା ଓ ରୋହିତ

ରିତା ଓ ରୋହିତ

2 mins
229

ରିତା ଧନି ପରିବାରର ଝିଅ ଥିଲା । ସେଇ ସ୍କୁଲରେ ରୋହିତ ମଧ୍ୟ ପାଠ ପଢୁଥିଲା । ରୋହିତ ସ୍କୁଲକୁ ଚାଲି ଚାଲି ଯିବା ଆସିବା କରୁଥିଲା । ତା ବାପା ଚାଷୀ ଥିଲେ ।ସେମାନଙ୍କ ବଡ ପରିବାର ଥଲା ।ତିନି ଝିଅ ଓ ଗୋଟିଏ ପୁଅ । ସମସ୍ତଙ୍କ ପଢା ଖର୍ଚ୍ଚ ବହନ କରିବା ରୋହିତ ବାପାଙ୍କ ପାଇଁ ସମସ୍ୟା ଥିଲା । ରୋହିତ ବହୁତ ପରିଶ୍ରମୀ ପିଲା ଥିଲା । ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ନିଜେ ମନ ଦେଇ ପାଠ ପଢୁଥିଲା । ରିତା ତା'ର ସହପାଠୀ ଥିଲା । ସେ ସ୍କୁଲକୁ ସାଇକେଲରେ ଯିବା ଆସିବା କରୁଥିଲା ।ଶ୍ରେଣୀରେ ରିତା କାହା ସହ ମିଶି ପାରେ ନାହିଁ । ସେ କଥା ମଧ୍ୟ କମ ହୁଏ ।ଏଇଥିପାଇଁ ରୋହିତ ରିତାକୁ ଗର୍ବୀ ବୋଲି ଭାବୁଥିଲା ।


ସେଦିନ ସକାଳୁଆ କ୍ଲାସ ଥାଏ ।ଇଂରାଜୀ ସାର ଶ୍ରେଣୀରେ ରୋହିତକୁ ନପାଇ ରୋହିତ କ'ଣ ପାଇଁ ଅନୁପସ୍ଥିତ ଅଛି ବୋଲି ପିଲାମାନଙ୍କୁ ପଚାରିଲେ । ପିଲାମାନେ କୌଣସି ଉତ୍ତର ଦେଲେନି । ରୋହିତ ପାଖ ଘର କାହାର ବୋଲି ପଚାରିବାରୁ ରିତା ହାତ ଟେକିଲା କିନ୍ତୁ ରୋହିତ ନ ଆସିବାର କାରଣ କହି ପାରିଲା ନାହିଁ । ସାର କହିଲେ ପିଲେ ତୁମେ ସମସ୍ତେ ସମସ୍ତଙ୍କ ବନ୍ଧୁ ଅଟ । ନିଜର ବନ୍ଧୁତା ଶ୍ରେଣୀ କକ୍ଷରେ ସୀମିତ ନରଖି ନିଜ ନିଜ ସାଙ୍ଗମାନଙ୍କ ଭଲମନ୍ଦ ବିଷୟରେ ଖବର ରଖ । ଜନ୍ମଦିନ ମନେ ରଖି ପରସ୍ପରକୁ ଶୁଭେଚ୍ଛା ଜଣାଅ । ସାରଙ୍କ କଥା ରିତା ମନକୁ ଛୁଇଁଲା । କ୍ଲାସ ସରିଲା ପରେ ସେ ଘରକୁ ଫେରିବା ବାଟରେ ଦେଖିଲା ରୋହିତ ବିଲରେ ଧାନ କାଟୁଛି । ସେ ସାଇକେଲ ରାସ୍ତାକଡରେ ଥୋଇ ରୋହିତକୁ ଦେଖା କରିବାକୁ ଗଲା । ଦୂରରୁ ରିତାକୁ ବିଲ ମଧ୍ୟକୁ ଆସିବା ଦେଖି ରୋହିତ ଆଶ୍ଚର୍ଯ୍ୟ ହୋଇଗଲା । ରିତା ତାକୁ ଭଲମନ୍ଦ ପଚାରିଲା । ଆଉ ଦୁଇ ଦିନରେ ବାତ୍ୟା ହେବ ବୋଲି ଟିଭିରେ ଖବର ଆସିଛି । ଏଇ ସମୟରେ ବାପାଙ୍କୁ ଜ୍ବର ହୋଇଛି ।ସେ ଘରେ ଅଛନ୍ତି ।ଠିକ ସମୟରେ ଧାନକଟା ନହେଲେ ବାତ୍ୟାରେ ଫସଲ ନଷ୍ଟ ହୋଇଯିବ । ବାପାଙ୍କ ବର୍ଷକର ପରିଶ୍ରମ ମାଟିରେ ମିଶି ଯିବ । ରିତା ଘରେ ସାତଟା ଧାନକଟା ମେସିନ ଥିଲା । ସେ ଘରକୁ ଫେରି ତା ବାପାଙ୍କୁ ରୋହିତର ଅସୁବିଧା ବିଷୟରେ କହିଲା ।ରିତା ବାପା କହିଲେ ଗାଁରେତ ସମସ୍ତେ ଧାନକଟାରେ ବ୍ୟସ୍ତ ଅଛନ୍ତି । ମୋ ପାଖରେ ଏବେ ତିନିଟି ମେସିନ ଖାଲି ରହିଛି , ହେଲେ ମେସିନ ଚଳେଇବାକୁ ଲୋକ ନାହାନ୍ତି । ରିତା ତା'ର ଅନ୍ୟ ସାଙ୍ଗମାନଙ୍କୁ ରୋହିତ ବିଷୟରେ ଫୋନ କଲା ।ଠିକ ସମୟରେ ମେସିନସହ ରିତା ଧାନବିଲରେ ପହଞ୍ଚିଲା । ରିତା ସହ ତା'ର ଅନ୍ୟ ସାଙ୍ଗମାନଙ୍କ ବାପାଙ୍କୁ ଦେଖି ରୋହିତର ରିତା ପ୍ରତି ଥିବା କୁଧାରଣା ଦୂର ହୋଇଗଲା ।ତା ଆଖି କୃତଜ୍ଞତାର ଚାହାଣୀରେ ଭରି ଯାଇଥିଲା । ମେସିନରେ ଧାନକଟା ଆରମ୍ଭ ହେଲା । ସାରଙ୍କ ସହ ରୋହିତ ବାପା ଚାଦର ଘୋଡି ହୋଇ କେନାଲବନ୍ଧ ଉପରେ ବସି ଏସବୁ ଦୃଶ୍ୟ ଦେଖୁଥାନ୍ତି ।ତାଙ୍କ ଆଖିରୁ ଆଶୀର୍ବାଦର ଆନନ୍ଦ ଅଶ୍ରୁ ଝରି ପଡୁଥାଏ ।ରିତା ଏସବୁର ଶ୍ରେୟ ମନେ ମନେ ସାରଙ୍କୁ ଦେଉଥିଲା ।ସେ ଭାବୁଥିଲା ପ୍ରକୃତରେ ଏଦେଶ ଓ ଜାତିର ନିର୍ମାଣ ଶ୍ରେଣୀ କକ୍ଷରେ ହିଁ ହୋଇଥାଏ ।



Rate this content
Log in