ରେଳଯାତ୍ରା
ରେଳଯାତ୍ରା
ସକିଲା ଓ ମୀନା ମାଉସୀଙ୍କ ପରିବାରରେ ବହୁତ ନିବିଡ ସମ୍ପର୍କ ରହିଛି । ଏମାନେ ରାଜଧାନୀ ବାସିନ୍ଦା । ଉଭୟ ପରିବାରର ବଡ ଝିଅ ଥିଲେ କାଜଲ ଓ ରଂଜିତା । ଉଭୟ ଅଲଗା ସ୍କୁଲରେ ପଢୁଥିଲେ ମଧ୍ୟ ସମବୟସ୍କା ଥିଲେ । କାଜଲ ଓଡିଆ ମିଡିୟମ ସ୍କୁଲରେ ପଢୁଥିବା ବେଳେ ରଂଜିତା ଇଂରେଜି ମିଡିୟମରେ ପଢୁଥିଲା । ଉଭୟ ପରିବାର ବଡ ଦିନ ଓ ନୂଆବର୍ଷ ଏକ୍ସମାସ ଛୁଟିରେ ତେଲେଙ୍ଗାନା ପ୍ରଦେଶର ରାଜଧାନୀ ହାଇଦ୍ରାବାଦର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲି ଟ୍ରେନରେ ରାଜଧାନୀ ଫେରୁଥିଲେ । ଟ୍ରେନ ଯାତ୍ରା ସମୟରେ ଅନେକ ପାହାଡ,ପର୍ବତ ,ନଦ ନଦୀ,କୃଷି,ଶିଳ୍ପ କ୍ଷେତ୍ର ,ସୁନ୍ଦର ମନୋରମ ଅଟ୍ଟାଳିକା ଓ ଦୂର ପର୍ବତରୁ ପକ୍ଷୀ ମାନଙ୍କ ଘର ବାହୁଡା ଦୃଶ୍ୟ କାଜଲ ମମ୍ମୀଙ୍କୁ ଭାବୁକ ଓ ବିମୋହିତ କରିଦେଉ ଥିଲା । ଏମାନଙ୍କ ବଗିନଂ ଏସ୍ -୯ରେ ପଶ୍ଚିମବଂଗ ଓ ଅନ୍ୟ ରାଜ୍ୟର ଯାତ୍ରୀ ମଧ୍ୟ ରହିଥିଲେ ।ସକିଲା ଓ ରଂଜିତାଙ୍କ ସଂରକ୍ଷ ିତ ସିଟ୍ ତଳ ବର୍ଥରେ ଥିବାବେଳେ ସେମାନଙ୍କ ପିଲାମାନଙ୍କ ସିଟ୍ ଉପର ବର୍ଥରେ ରହିଥିଲା ।ଏଇ ସମୟରେ ଟ୍ରେନଟି ପ୍ଲାଟଫମରୁ ଛାଡୁଥିବା ବେଳେ ଜଣେ ମହିଳା ବଗିରେ ପ୍ରବେଶ କଲେ। ତାଙ୍କ କେଶରେ ଫୁଲ ଲାଗିଥିଲା । କାଜଲ ମମ୍ମୀଙ୍କ ସିଟ ପାଖରେ ତାଙ୍କ ସିଟ ଥିଲା । କାଜଲ ମମ୍ମୀ ଭଲ ହିନ୍ଦୀ କହି ପାରନ୍ତି । ସେମାନଙ୍କ ବାର୍ତାଳାପକୁ କାଜଲ ଓ ରଂଜିତା ମନ ଦେଇ ଶୁଣୁଥିଲେ । ରାଜମହେନ୍ଦ୍ରୀ ପ୍ଲାଟଫର୍ମରେ ସେ ମହିଳା ଜଣକ କାଜଲ ମମ୍ମୀଙ୍କୁ ଧନ୍ୟବାଦ ଜଣେଇ ଟ୍ରେନରୁ ଓହ୍ଲାଇ ସାରି ଝରକା ପଟେ ପ୍ୟାକେଟ ଧରେଇ ଦେଲେ । ରଂଜିତା ଓ କାଜଲ ପ୍ୟାକେଟ ଖୋଲି ଦେଖିଲେ । ଛୋଟ ଛୋଟ ସିଙ୍ଗଡା ସହ ଲଙ୍କା ଦେଖି ରଂଜିତା ନାକ ଟେକିଲା । ତାକୁ ରାଗ ଜମାରୁ ପସନ୍ଦ ନୁହେଁ ।କାଜଲ ମମ୍ମୀ କହିଲେ- ରଂଜିତା , କ'ଣ ହେଲା ! ଏମିତି କାହିଁ ନାକ ଟେକୁଛ ଯେ ! ରଂଜିତା କହିଲା - ଦେଖ ଆଣ୍ଟିଜୀ , ଏଇ ଛୋଟ ଛୋଟ ଖେଳଣା ସିଙ୍ଗ ିଡା ।ଏଥିରେ କ'ଣ ପେଟ ପୁରିବ । ତାସହ ପୁଣି ଏ ରାଗିଲା ଲଙ୍କା । ଛି.. ଛିଲୋ ମାଆ ।ରଂଜିତା କଥାରେ କାଜଲ ମମ୍ମୀ କହିଲେ-ଆଲୋ ମାଆ,ଆମେ ଜାଣିବା କଥା ' ଯେ ଦେଶ ଯାଇ,ସେଫଳ ଖାଇ ।ଆମ ଦେଶ ଏକ ବିରାଟ ଦେଶ। ଏଠି ବିଭିନ୍ନ ଭାଷା ଭାଷୀ ଓ ସଂସ୍କୃତିର ଲୋକମାନେ ବସବାସ କରନ୍ତି ।ସମସ୍ତଙ୍କ ଖାଦ୍ୟାଭ୍ୟାସ ସମାନ ନୁହେଁ । ଦକ୍ଷ ିଣ ଭାରତର ଲୋକମାନଙ୍କ ମୁୁଖ୍ୟ ଖାଦ୍ୟ ଭାତସହ ସେମାନେ ଖଟା ଓ ରାଗକୁ ଭଲ ପାଉଥିବା ବେଳେ ,ଉତ୍ତର ଭାରତର ଲୋକମାନଙ୍କ ମୁଖ୍ୟ ଖାଦ୍ୟ ରୁଟି ଅଟେ ।ସେମାନେ ମିଠା ପ୍ରତି ବେଶି ଆକର୍ଷିତ ହୋଇଥାନ୍ତି ।ରଂଜିତା କହିଲା-ଓହୋ ଏବେ ବୁଝିଲୁ,ଏଇ କିଛି ସମୟ ପୁର୍ବରୁ ଆମେ ଦହିରେ ଚିନି ପକେଇ ଖାଉଥିବା ବେଳେ ସେଇ ମହିଳା ଜଣକ ଆମକୁ କ'ଣ ପାଇଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ।କାଜଲ କହିଲା ମମ୍ମୀ- ଆମ ହଷ୍ଟେଲରେ ପ୍ରିୟା ନାମରେ ଆମର ଜଣେ ସାଙ୍ଗ ରହିଛି ।ସେ ଲକ୍ଷୌର ଝିଅ । ଆମେ ପଖାଳ ସଙ୍ଗେ ଶୁଖୁଆ ଭଜା ଖାଉଥିବାର ଦେଖି ସେ ପଖାଳକୁ ପାଣିଭାତ କହୁଥିଲା।ସିଏ ଆମ ସଙ୍ଗେ ଖାଇବାକୁ ବସି ପଡିିଲା ।ସିଏ ଆଶ୍ଚର୍ଯ୍ୟ ହୋଇ କହୁଥିଲା- ଉପରେ ପାଣି ଓ ତଳେ ଭାତ ରହିଛି । ଏହାକୁ କେମିତି ଖାଇବା ! ଆମେ ଭାତକୁ ଚିପୁଡି ଖାଇବାର ଶୈଳିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲା ।ସକିଲା ଆଣ୍ଟି କହିଲେ- ଆଉ ଶୁଖୁଆ ଦେଖି ସେ କିଛି କହିଲାନି ? ଦେଖ ପିଲାଏ -ଲକ୍ଷ୍ନୌ ଉତ୍ତର ଭାରତରେ ରହିଛି ।ଶୁଖୁଆ ସେଠାକାର ଲୋକଙ୍କ ଖାଦ୍ୟ ନୁହେଁ ।ଠିକ କଥା କହିଲେ ଆଣ୍ଟିଜୀ , ସେ କହୁଥିଲା- ଏସବୁ କେଉଁଠି ମିଳୁଛି ?କେମିତି ତିଆରି ହେଉଛି ?କାଜଲ ମମ୍ମୀ କହିଲେ- ଆମକୁ ନିଜ ଭାଷା ଓ ରାଷ୍ଟ୍ର ଭାଷାସହ ଅନ୍ୟ ରାଜ୍ୟର ଭାଷା ଓ ସଂସ୍କୃତି ବିଷୟରେ ଜାଣିବାର ଅଛି ରଂଜିତା କହିଲା- ଆଣ୍ଟିଜୀ,ଅନ୍ୟ ଭାଷା ଭାଷୀଙ୍କୁ ଅଭିବାଦନ ଜଣେଇବା ପାଇଁ କିଛି କଥା କୁହନ୍ତୁ ନା ! ହଁ ,କହୁଛି ପିଲେ ଶୁଣ- ଆମେ ନିଜ ଭାଷାସହ ଅନ୍ୟ ଭାଷାରେ ନମସ୍କାର କରିବା ଶିଖିବା ଉଚିତ।ଯେମିତି ତେଲୁଗୁ ସଂସ୍କୃତିରେ ନମସ୍କାରକୁ ନମସ୍କାରମ,ଓ୍ବାଡାକ୍କମ୍ ,ଗୁଜରାଟିରେ କେମ୍-ଛୋ,ତାମିଲରେ ଓ୍ବନକ୍କମ୍ କୁହା ଯାଇଥାଏ ।ଉର୍ଦୁ ଭାଷା ଭାଷୀମାନେ ସବ୍ବାଖେର୍ କହିଥାନ୍ତି ।
ଅନ୍ୟାନ୍ୟ ହିନ୍ଦୀ ଓ ଅଣ ହୀନ୍ଦୀ ରାଜ୍ୟ ଗୁଡିକରେ ପ୍ରାୟତଃ ନମସ୍ତେ କୁହାଯାଇଥାଏ ।ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚ ି ଯାଇଥିଲା । ରଂଜିତା କହିଲା -ଆଣ୍ଟିଜୀ, ଏଇ ଦେଖ,ଏଇ ସିଙ୍ଗ ିଡା ବିକାଳି ଜଣକୁ । ଏଇ କିଛି ସମୟ ପୁର୍ବରୁ ସମୋସା...ସମୋସେ ଡାକ ଛାଡୁଥିବା ବେଳେ ଏବେ କେମିତି ସିଙ୍ଗଡା-ସିଙ୍ଗ ିଡା ଡାକ ଛାଡୁଛି ।ଆଣ୍ଟି ହସି ହସି କହିଲେ- ପ୍ରତି ୧୫ରୁ ୨୦ କିଲୋମିଟର ବ୍ୟବଧାନରେ ଆମର କଥିତ ଭାଷା ବଦଳି ଯାଇଥାଏ ।ଏଇ ଷ୍ଟେସନରେ ଆମ ଓଡିଆ ପାସେଞ୍ଜରଙ୍କୁ ଆକୃଷ୍ଟ କରିବା ପାଇଁ ସିଏ ଏପରି ଡାକ ଛାଡୁଛି ।ରଂଜିତା ସେ ବିକାଳିକୁ ଏ ବିଷୟରେ ପଚାରିବାରୁ ସିଏ ହସି ହସି କହିଲା ତେଲେଙ୍ଗାନାର ସମୋସା ଓଡିଶାରେ ସିଙ୍ଗ ିଡା ହୋଇଯାଏ ।ତା କଥା ଶୁଣି ଆମେ ସମସ୍ତେ ହସି ହସି ଗଡି ଗଲୁ ।ଏଥିସହ ଆମ୍ଭେ ଭୂବନେଶ୍ବରେ ପହଞ୍ଚ ି ସାରିଥିଲୁ ଓ ଷ୍ଟେଶନରୁ ଯୁବତୀଙ୍କ ସୁନ୍ଦର କଣ୍ଠସ୍ବର ଭାସି ଆସୁଥିଲା -"ଯାତ୍ରୀମାନେ,ଦୟାକରି ଧ୍ୟାନ ଦିଅନ୍ତୁ ,ଗାଡି ସଂଖ୍ୟା ୧୧୦୧୯ ମୁମ୍ବାଇ କୋଣାର୍କ ସୁପରଫାଷ୍ଚ ଏକ୍ସପ୍ରେସ ବର୍ତମାନ ପ୍ଲାଟଫର୍ମ ନଂ ୧ରେ ପହଞ୍ଚୁଛି "।
