STORYMIRROR

Bharatabandhu Biswal

Others

2  

Bharatabandhu Biswal

Others

ରେବତୀ ଏକ ପ୍ରଜାପତି

ରେବତୀ ଏକ ପ୍ରଜାପତି

1 min
117

    

ପ୍ରଗନା ହରିହରପୁର,ନିପଟ ମଫସଲ ଗାଁ ପାଟପୁରର

 ଏବେ ବଦଳି ଯାଇଛି ରୂପରେଖ ।

ବାଡିରେ ଥିବା ମସକା ସଜନାଗଛ ଦୁଇଟା

ତା ଡାଳରେ ଏବେ ବି ଓଲଟି ଝୁଲୁଛି

ସେଇ ଡୁଗୁରୀ ବୁଢ଼ୀ ମାଆଟା ।

ଡାକ ତାର ରହି ରହି ଶୁଭୁଅଛି,

 ଲୋ ରେବତୀ!ଲୋ ରେବୀ !!ଲୋ ନିଆଁ ଚୂଲି!

ବିଚରା ରେବତୀ, ଯା ଆଖି ରେ ବାସୁଦେବ

ହୃଦୟ ଟା ବାସୁଦେବ ମୟ

କା ଆଗେ ବା କରିବ ଗୁହାରି

ଏବେ ମଧ୍ୟ କାନ୍ଦୁଛି ଗୁମୁରୀ,

ସତେ ବୁଢୀକୁ ଆବୋରି ଧରି ନୀଳାକାଶେ

 ଯିବ ଦୂରେ ଉଡ଼ି ।

ବୁଢ଼ୀ ହାତେ ଫୁଟା ନୋଟା, 

ଶୂନ୍ୟ ତ୍ରିଜଗତ ବୁଲି

ଦରାଣ୍ଡଇ ପଥି ,ଗାଳି ତାର ସଜନାର ଫୁଲ ପତ୍ର

 ପୁଷ୍ଟିକର ଛୁଇଁ,

ନିସ୍ତବ୍ଧ ବାଡିପିଣ୍ଢା,ନିଥର ବି ଶରୀର ଶୀତଳ

 ରେବତୀ ତାରକାର ଜ୍ୟୋତି ନିରେଖୁଚି ।

ବୁଢୀକୋଳ ସାହା ଓ ଭରସା ଶେଷ

ରେବତୀ କୁ ଅଣ୍ଡାଳି ପାଉଛି ।


ପାଟପୁର ଏବେ ଖାଁ ଖାଁ ଉଷ୍ଣ ଆଦ୍ରେ

 ଚଷୁ ନାହିଁ କାଳିଆ କଷରା 

ପାଟପୁର ନଣ୍ଡା ପାଖେ ଅଛି ଏବେ ଟ୍ରାକ୍ଟର ମହିନ୍ଦ୍ରା

 ଏବେ ସିଏ ଭାଟି ମୁହାଁ, ଶ୍ୟାମବନ୍ଧୁ, 

ବାସୁଦେବ ସହଜେ ତ ବାଡି ମୁହାଁ 

ଗାଈର ଅଣ୍ଡିରା ପୁଅ ଘରଖୁଣ୍ଟେ ବନ୍ଧା 

ବିଚରା ବଳଦ ବାପୁଡ଼ା ,

କୁଟୀଳ କାଳ ପାଶରେ ଅଖୋଜା ଅଲୋଡ଼ା ।

ମାଗୁଣିର କଣ୍ଠେ ନାହିଁ ମନଫୁଲା ଗୀତ 

ଜୀବନ ଜୀବିକା ସବୁ ଦୁଷ୍ଟ କୀଟ ଦ୍ରଂଷ୍ଟ 

କ୍ଷଣସୁଖ ଲାଳାୟିତ ମୋହ ଶାପଗ୍ରସ୍ତ ।

ରେବତୀ:-ପକ୍ଷେ ନୂଆ ରଙ୍ଗ ଭରିଥିବା ପ୍ରଜାପତି ଏକ

ଏବେ ମଧ୍ୟ ନିଆଁ ଚୂଲି ଡାକକୁ ଡରୁଛି, 

ଅସରନ୍ତି ତା ଆଶା ସପନ ଢେଉ

କ୍ଷୁଦ୍ର ଭୂପରିଧି ପରେ ଫୁଲେ ଫୁଲେ ଅମୃତ ଖୋଜୁଛି,

 ଅବ୍ୟୟ ରେବତୀ ଗଳ୍ପ ଅସମାପ୍ତ ଗୁରୁଣ୍ଡିବା କ୍ରିୟା

ଅଙ୍କକଷା ଅଛିଣ୍ଡା ରହିଛି ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍