STORYMIRROR

jyotsna mayee panda

Others

3  

jyotsna mayee panda

Others

ରାଣୀ ଙ୍କ ମୁକୁଟ

ରାଣୀ ଙ୍କ ମୁକୁଟ

3 mins
235

ବହୁତ ବର୍ଷ ପୂର୍ବେ ଅବନ୍ତୀର ରାଜା ଥିଲେ ରାଜା ସୁଧର୍ମା.... ସେ ଜଣେ ପରାକ୍ରମଶାଳୀ ରାଜା ଥିବାରୁ ତାଙ୍କ ଚର୍ଚ୍ଚା ସବୁ ରାଜ୍ୟରେ l ସେଥିପାଇଁ ବହୁତ ପ୍ରସ୍ତାବ ଆସିଲା ରାଜାଙ୍କ ପାଇଁ l ହେଲେ ସେ ରାଜକୁମାରୀ ସୁବର୍ଣ୍ଣlଙ୍କୁ ଯେବେଠୁ ଦେଖିଲେ ସେ ମନେ ମନେ ନିଜ ଭାବନା ରାଜ୍ୟର ରାଣୀର ସ୍ଥାନଟା ଦେଇ ସାରିଥିଲେ l ରାଜକୁମାରୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ଆଉ ସୁଶୀଳା.... ତା ସାଙ୍ଗେ ସାଙ୍ଗେ ଜଣେ ସୁ ଲେଖିକା ଆଉ ରାଜକୁମାରୀଙ୍କ ଏହି ସବୁ ଗୁଣ ରାଜା ସ୍ୱଧର୍ମlଙ୍କୁ ଆକର୍ଷିତ କରିଥିଲା l ଦିନେ ଜଙ୍ଗଲକୁ ଶିକାର କରି ଯାଇଥିବା ସମୟରେ ସେ ରାଜକୁମାରୀଙ୍କୁ ଦେଖିଥିଲେ ସେ ଗହନ ବନ ଭିତରେ... ନିଜ ସଖୀମାନଙ୍କ ସହିତ ସେ ନିଜ ସାହିତ୍ୟ ସାଧନ ଆଉ ପାରିଧି ପାଇଁ ଆସିଥିଲେ ଏ ବନକୁ..... ଆଉ ଏ ସବୁଜ ବନାନୀର ସୌନ୍ଦର୍ଯ୍ୟ ତାଙ୍କୁ ମନ୍ତ୍ର ମୁଗ୍ଧ କରିଦେଇ ଥିଲା ଆଉ ସେ ସୁନ୍ଦର ସୁନ୍ଦର ଦୃଶ୍ୟ ରାଜିରେ ବିଭୋର କରି ଦେଇଥିଲା ତାଙ୍କୁ l ଯଥା ସମୟରେ ଏକ ବିବାହର ପ୍ରସ୍ତାଵ ପଠାଇଲେ ସେ ରାଜ୍ୟକୁ l ଆଉ ରାଜକୁମାରୀ ସୁବର୍ଣ୍ଣlଙ୍କ ବାପା ଏ ପ୍ରସ୍ତାବରେ ରାଜି ହୋଇ ରାଜକୁମାରୀଙ୍କୁ ବଧୂ ବେଶରେ କନ୍ୟା ଦାନ କରି ସମର୍ପି ଦେଲେ ସେ ରାଜ୍ୟର ରାଜା ସୁଧର୍ମାଙ୍କୁ l ଏମିତି କେତେ ଦୀନ ବିତିଗଲା ରାଜା ଆଉ ରାଣୀ ବହୁତ ଖୁସିରେ ଜୀବନ ଅତିବାହିତ କଲେ l ଦିନେ ରାଜାଙ୍କୁ ରାଣୀ ସୁବର୍ଣ୍ଣl କହିଲେ, "ସ୍ୱାମୀ ବହୁତ ଦିନ ହେଲା ଏ ରାଜ ଉଆସର ବିରାଟ ପାଚେରୀ ଭିତରେ ରହି ମୁଁ ନିଜକୁ ଅଣନିଃଶ୍ୱାସୀ ମନେ କରୁଛି ସେଥିପାଇଁ ମୁଁ କିଛି ସମୟ ପାଇଁ ବନ ଭ୍ରମଣରେ ଯିବାକୁ ଚାହୁଁଛି ଆଉ ସେ ପ୍ରକୃତିର ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରିବାକୁ ଚାହୁଁଛି "ରାଜା ତାଙ୍କ ପ୍ରସ୍ତାବରେ ରାଜି ହେଲେ ଆଉ କହିଲେ ତୁମେ ବନକୁ ନିଶ୍ଚୟ ଯିବ ହେଲେ ଏକା ନୁହଁ ମୋ ସହିତ ଯିବ ଆଉ ରାଣୀ ବି ଏ କଥାରେ ସହମତି ପ୍ରକାଶ କଲେ l ଯଥା ସମୟରେ ରାଜା ତାଙ୍କ ସେନାପତି ଆଉ ଦାସ ଦାସୀଙ୍କୁ ନେଇ ବାହାରି ପଡିଲେ.... କିଛି ସମୟ ପରେ ସେମାନେ ସେ ସୁନ୍ଦର ବନଭୂମିରେ ପହଂଚି ଗଲେ l ରାଣୀ ରହିବାପାଇଁ ଗୋଟେ ତମ୍ବୁ ତିଆରି ହେଲା ଆଉ ରାଜା ରାଣୀଙ୍କୁ କହିଲେ "ତୁମେ ଏ ବନଭୂମିର ସବୁଜିମା ଉପଭୋଗ କର ଆଉ ଏହି ଭିତରେ ମୁଁ ଟିକେ ଶିକାର କରି ଯିବି l ରାଣୀ ବି ଏ କଥାରେ ସହମତ ହେଲେ l ରାଣୀ ଚାହୁଁଥିଲେ ଯେ ତାଙ୍କ ସହିତ ଅନେକ ଦାସୀ ପରିବlରି ଆସନ୍ତୁ ନାହିଁ କାରଣ ସେ ଏକାନ୍ତରେ ରହିବାକୁ ଭଲ ପାଉଥିଲେ l ଏମିତି ସେ ଏ ବନରେ ଏକାନ୍ତରେ ବସି ତାର ଅପୂର୍ବ ଶୋଭା ରାଜିକୁ ଉପଭୋଗ କରୁଥିଲେ ଆଉ ନିଜ ହୀରା ନୀଳାରେ ଖଚିତ ମୁକୁଟକୁ ତଳେ ଥୋଇ ଦେଇଥିଲେ ଆଉ ସେ ମୁକୁଟଟି କେତେବେଳୁ ଏକ ମୟୂର ଆସି ନେଇ ଯାଇଥିଲା ଆଉ ତାହା ରାଣୀଙ୍କର ଜଣା ନ ଥିଲା l ଯେତେବେଳେ ସେ ଦେଖିଲେ ମୁକୁଟ ନାହିଁ ସେ ଟିକେ ବ୍ୟସ୍ତ ହୋଇ ପଡିଲେ ଆଉ ସେକଥା ସମସ୍ତଙ୍କ କାନରେ ପଡିଯାଇଥିଲା l ସମସ୍ତେ ବ୍ୟସ୍ତ ହୋଇ ମୁକୁଟ ଖୋଜିଲେ ହେଲେ ପାଇଲେନି l ଇତି ମଧ୍ୟରେ ରାଜା ବି ଆସିଜାଇଥିଲେ ଆଉ ରାଜା କହିଲେ, ଯେ ବି ନେଇଛ ରାଣୀଙ୍କ ମୁକୁଟ ଫେରେଇ ଦିଅ ନ ହେଲେ ମୁଁ ସମସ୍ତଙ୍କ ମୁଣ୍ଡକାଟ କରିବି ଆଉ ଏ କଥା ଶୁଣି ସମସ୍ତେ ବ୍ୟସ୍ତ ହୋଇ ପଡିଲେ l ଆଉ ରାଜାଙ୍କ ଏପରି ପଦକ୍ଷେପ ରାଣୀଙ୍କୁ ଭଲ ଲାଗିଲା ନି l ସେ ରାଜାଙ୍କୁ ଏକାନ୍ତରେ ଡାକି କହିଲେ "ଦେଖ ଗୋଟେ ସାଧାରଣ ମୁକୁଟ ପାଇଁ ମୁଁ ମୋ ଅତି ବିଶ୍ୱସ୍ତ ଦାସୀ ପରିବାରିଙ୍କୁ ହରାଇବାକୁ ଚାହେଁନି... ତୁମେ ଚାହିଁଲେ ଏମିତି ତେତେ ମୁକୁଟ ଆଣିଦେଇ ପାରିବ ମୋ ପାଇଁ.. ଆଉ ଜଣେ ରାଜା ପାଇଁ ତା ରାଜ୍ୟ ଆଉ ରାଜ୍ୟବାସୀ ସବୁଠୁ ମୂଲ୍ୟବାନ ଏ ମୁକୁଟ ନୁହଁ..... ରାଜା ରାଣୀଙ୍କ କଥା ଶୁଣି ଖୁସି ହୋଇଗଲେ ଆଉ କହିଲେ ତୁମ ପରିକl ବୁଦ୍ଧିମତୀ ରାଣୀ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି l ରାଣୀଙ୍କର ଏ କଥା ସମସ୍ତେ ଜାଣିଲେ ଆଉ ରାଣୀଙ୍କୁ ସମସ୍ତେ ଖୁବ ପ୍ରଶଂସା କଲେ l ବନଗମନ ସlରି ସମସ୍ତେ ନିଜ ରାଜ୍ୟ ଅଭିମୁଖେ ଯାତ୍ରା କଲେ.... ସେମାନେ ଆସୁଥିବା ବାଟରେ ସେ ମୟୂର ନେଇଥିବା ମୁକୁଟ ଗୋଟେ ଗଛ ଉପରେ ଥିବା ଦେଖିଲେ ଆଉ ନିଜ ହଜିଥିବା ମୁକୁଟ ପାଇ ରାଣୀ ବି ଖୁସି ହୋଇଗଲେ l  

(ବି.ଦ୍ର : ଏ କାହାଣୀରୁ ଏ ଶିକ୍ଷା ମିଳିଲା ଯେ ଜଣେ ବୁଦ୍ଧି ମତି ନାରୀ ହିଁ ତା ସ୍ୱାମୀର ପ୍ରତିଶୋଧପରାୟଣ ମନକୁ ରୂପାନ୍ତରିତ କରିପାରେ ଏକ ସୁନ୍ଦର ମନରେ )



Rate this content
Log in