STORYMIRROR

smrutirekha das

Children Stories Classics Fantasy

3  

smrutirekha das

Children Stories Classics Fantasy

ରାକ୍ଷସୀ କନ୍ୟା

ରାକ୍ଷସୀ କନ୍ୟା

1 min
342


ପର୍ବତମାଳା ତଳେ ତଳେ, ନିର୍ଜନ ଉପତ୍ୟକାର ପଥ ଧରି ଚାଲିଥିଲେ ସାଆନ୍ତେ ଓ ଅବୋଲକରା । ବସନ୍ତ ଋତୁର ସୂର୍ଯ୍ୟାସ୍ତକାଳ। ଏକ ଦିଗନ୍ତରୁ ଅନ୍ୟ ଦିଗନ୍ତକୁ ଉଡ଼ିଯାଉଥିଲେ ଦଳେ ସୁନାପକ୍ଷ ବିହଙ୍ଗ । ନାନା କିସମର ଫୁଲର ମହକ ଉପତ୍ୟକାର ବାତାବରଣକୁ ପୁଲକିତ କରିଥିଲା ।

ପ୍ରଶ୍ନ । ‘‘ଗୁରୁ ସାଆନ୍ତେ, ମୋ ଝୁଣ୍ଟିବାରେ ବିଶେଷତ୍ୱ ନାହିଁ, କିନ୍ତୁ ଆପାତତଃ ଯାହା ଝୁଣ୍ଟିଲି, ସେଥିରେ ଅଛି । ସେ ବିଶେଷତ୍ୱ ମୋ ଭିତରେ ବିସ୍ମୟ ସୃଷ୍ଟି କରିଛି । ବିସ୍ମୟର

ଅତି ହରଷରେ ଚାଲିବା ଅବସ୍ଥାରେ ଅବୋଲକରା ହଠାତ୍ ଝୁଣ୍ଟିପଡ଼ିଲା । ‘‘ଗୁରୁ ସାଆନ୍ତେ !’’– ତଳକୁ ଅନାଇ ସେ ରହିଗଲା ।

“ ଆରେ ଅବୋଲ୍ ! ଯିଏ ଆଗକୁ ଚାଲେ ସେ ଝୁଣ୍ଟେ– ସ୍ଥୂଳ ବାଟରେ ହେଉ, ଭାବମାର୍ଗରେ ହେଉ... ଚାଲ୍ ।’’

ସାଆନ୍ତେ ଲକ୍ଷ୍ୟକରି ଦେଖିଲେ, ଅବୋଲକରା ଯାହାକୁ ଝୁଣ୍ଟିଛି ତାହା କୌଣସି ସୌଧର ଭଗ୍ନାଂଶ । ଅବୋଲ୍ l ହେଇ ସେପଟ ପାହାଡ଼ ଉପରକୁ ଅନା... ଅନାଇଲୁ ? କ’ଣ ଦେଖୁଛୁ ? ଗୁରୁ ! ଇଏ କ’ଣ ? ଇଏ ତ ନାନା ପ୍ରାଚୀନ ସୌଧ, ଅଟ୍ଟାଳିକା, ରାଶି ରାଶି ଗୃହସମ୍ବଳିତ ସହରଟିଏ ! କିନ୍ତୁ ମନେହୁଏ ଜନଶୂନ୍ୟ, ପରିତ୍ୟକ୍ତ ।

‘‘ଠିକ୍... ପ୍ରେତପୁରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ସହରରୁ ଖସି ଆସି ତଳେ ପଡ଼ିଥିବା ପଥର ଖଣ୍ଡିଏ ତୋତେ ଖୁମ୍ପିଦେବାରେ ବିସ୍ମୟ କ’ଣ ?’’

ଅବୋଲକରା ହସିଲା । ‘‘ଗୁରୁ ସାଆନ୍ତେ । ଆମ ଗନ୍ତବ୍ୟ ସ୍ଥାନ ଆଉ ଅଧିକ ଦୂର ନୁହେଁ ବୋଲି ଆପଣ କହୁଥିଲେ; ଏଣୁ ଏଠାରେ ଟିକିଏ ବସିଗଲେ କ୍ଷତି ନାହିଁ । କହନ୍ତୁ ଏ ବସତିର କାହାଣୀ – ବରଂ ଏ ବସତି ଶୂନ୍ୟ ହେବାର କାହାଣୀ ।’’

ସାଆନ୍ତଙ୍କୁ ମଧ୍ୟ କ୍ଲାନ୍ତ ଲାଗୁଥିଲା । ତା’ଛଡ଼ା ଉପତ୍ୟକାର ସେ ମନୋରମ ନିର୍ଜନ ପରିବେଶରେ ସେ କେତୋଟି ମୁହୂର୍ତ୍ତ ବିତାଇବାକୁ ମନକରୁଥିଲେ । ଅତଏବ ସେ ଖଣ୍ଡିଏ ପଥର ଉପରେ ବସିପଡ଼ିଲେ । ତାଙ୍କୁ ସାମନାକରି ଆଗରେ ଚକା ମାରି ବସିଗଲା ଅବୋଲକରା ।


Rate this content
Log in