smrutirekha das

Children Stories Classics Fantasy

2  

smrutirekha das

Children Stories Classics Fantasy

ବୁଦ୍ଧି

ବୁଦ୍ଧି

1 min
162



ବୈଶାଖମାସର ଟାଣ ଖରା । କୁଆଟିଏ ଶୋଷରେ ଝୋଲାମରା ହୋଇଯାଇଥାଏ । ପାଣି ଖୋଜି ଖୋଜି ସେ ଗୋଟିଏ ଘର ପାଖରେ ପହଞ୍ଚିଲା । ସେଠାରେ ମାଠିଆଟିଏ ପଡ଼ିଥାଏ । ତା ଭିତରେ ମୁନ୍ଦାଏ ପାଣି ଦିଶିଲା । ମାଠିଆଟି ଖୁବ୍ ବଡ଼ ହୋଇଥିବାରୁ କୁଆର ଥଣ୍ଟ ପାଇଲା ନାହିଁ । ସେ ସବୁଆଡ଼େ ଚାହିଁଲା । ପାଖରେ ଅନେକ ଗୋଡ଼ି ପଡ଼ିଥିଲା । ଗୋଟି ଗୋଟି କରି ଗୋଡ଼ିକୁ ଥଣ୍ଟରେ ନେଇ ମାଠିଆ ଭିତରେ ପକାଇଲା । ଗୋଡି଼ ପକାଇବାରୁ ପାଣି ଟିକିଏ ଉପରକୁ ଉଠିଲା । ମାଠିଆଟିରେ ଗୋଡ଼ି ପୁରିଯିବାରୁ ପାଣି ଉପରକୁ ଦେଖାଦେଲା । ତାପରେ କୁଆଟି ସେ ପାଣିକୁ ପିଇ ଶାନ୍ତ ହେଲା ଶୋଷ ମରିବାରୁ କୁଆଟି ଉଡ଼ିଗଲା । 



Rate this content
Log in