ଈଶ୍ୱରଙ୍କ ଅସ୍ତିତ୍ୱ
ଈଶ୍ୱରଙ୍କ ଅସ୍ତିତ୍ୱ
ସହରର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ । ଜନଗହଳି ଗାଡ଼ିମଟର ଭିଡ଼ଭାଡ଼ ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକୁ । ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଡେଙ୍ଗା ଡେଙ୍ଗା ଗଛ ଆଉ ଅଳ୍ପ କିଛି କୁଡ଼ିଆ ଘର । ନିଜ କୁଟୀରକୁ ଖୁବ୍ ପରିଷ୍କାର ପରିଛନ୍ନ ରଖୁଥୁଲେ । ଚାରିପଟରେ ନାନା ରକମର ଫୁଲଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା । ସନ୍ଥ ନିଜ ସନ୍ତାନ ପରି ସମସ୍ତ ଗଛଲତାର ସେବା ଯତ୍ନ ନେଉଥିଲେ । କୁଡ଼ିଆକୁ ଆସୁଥିବା ଅତିଥ୍ଙ୍କୁ ସନ୍ଥ ନିଜ ବାରିରୁ ତୋଳିଥିବା ଫଳ ଆଉ ପନିପରିବା ବାଣ୍ଟି ଦିଅନ୍ତି । ଦିନର ଅନ୍ୟ ସମୟ ପୂଜାପାଠ ଶାସ୍ତ୍ର ଅଧ୍ୟୟନରେ ବିତି ଯାଉଥିଲା । ସନ୍ଧ୍ୟା ସମୟରେ ଆଖପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ । ସନ୍ଥଙ୍କ ତୁଣ୍ଡରୁ ଗୀତା ଭାଗବତ ପୁରାଣ ଶାସ୍ତ୍ର ଶ୍ରବଣ କରି ଉପସ୍ଥିତ ସ୍ରୋତାଗଣ ଖୁସୀ ହୋଇଉଠୁଥିଲେ ।
ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି । ଏଇ ସମୟରେ ଦୂର ସହରରୁ ଆସିଥିବା ଜଣେ ଯୁବକ ସହିତ ତା'ଙ୍କର ଭେଟ ହେଇଗଲା । ଯୁବକଟି ସନ୍ଥଙ୍କ ବିଷୟରେ ଅନ୍ଧବହୁତ ଜାଣିଥୁଲେ । ଯୁବକ ଜଣକମେଳାପୀ ଆଉ ମିଷ୍ଟଭାଷୀ । ମାତ୍ର ସ୍ବଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ୍ ଭଲ ଭାବରେ ପରିଚିତ ହୋଇଗଲେ ।
ସନ୍ତୁ ଯେତେବେଳେ ନିଜ କୁଟୀରକୁ ପ୍ରସ୍ତାନ କଲେ ଯୁବକ ବି ତାଙ୍କ ସହିତ ଧାଇଁ ଆସିଲେ । ପୂଜା ସମୟ ହେଉଥାଏ, ଯୁବକକୁ ପାଣି ଗିଲାସଟେ ଦେଇ ସେ ବସାଇବାର ଅନୁଗ୍ରହ କଲେ । ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକଟି ପ୍ରସନ୍ନ ଦିଶୁଥାଏ । ଏଇ ସମୟରେ ଯୁବକ ପ୍ରଶ୍ନ କଲେ, ଆଚ୍ଛା ମହାତ୍ମା ସତରେ କଣ ଆପଣ ଈଶ୍ବରଙ୍କୁ ଦେଖୁଛନ୍ତି ? ଏ ପ୍ରଶ୍ନରେ ସନ୍ଥ ପୂରାପୂରି ନିରବ ପଡ଼ିଗଲେ । ଯୁବକ ପୁଣି ପ୍ରଶ୍ନ କଲେ ଆପଣ କ'ଣ ଆତ୍ମାକୁ ବିଶ୍ବାସ କରନ୍ତି ? ଏଥର ବି ସନ୍ଥ ନିରବ । ଯୁବକ ନିଶ୍ଚିତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ, ଏଣୁ ବିଦାୟ ନେବାକୁ ବାହାରିଲେ ।
