ବାଣୀ ସଂଯମ
ବାଣୀ ସଂଯମ
ମହାଭାରତ ରଚନାର ଶେଷ ଶ୍ଳୋକ ମହର୍ଷି ବ୍ୟାସ କରିସାରିବା ପରେ ଗଣେଶ ତାହା ଭୋଜ ପତ୍ରରେ ଲେଖୁଦେଲେ। ମହର୍ଷି କହିଲେ, ବିଘ୍ନେଶ୍ଵର ତୁମେ ଧନ୍ୟ, ତୁମର ଲେଖନୀ ଧନ୍ୟ। କିନ୍ତୁ ସବୁଠୁ ବିସ୍ମୟକାରି କଥାଟି ହେଲା, ଆପଣଙ୍କ ମୌନବ୍ରତ । ଦୀର୍ଘ ଦିନ ତୁମେ ମୋ ପାଖରେ ରହିଲ। ଏହି ସମୟ ମଧ୍ୟରେ ମୁଁ ଲକ୍ଷ ଲକ୍ଷ ଶବ୍ଦ କହିଛି ହେଲେ ଆପଣଙ୍କ ମୁହଁରୁ ଗୋଟିଏ ହେଲେ ଶବ୍ଦ ଶୁଣିପାରିଲି ନାହିଁ।
ଏହି ପ୍ରସଙ୍ଗରେ ଗଣେଶ କହିଲେ, କୌଣସି ଦୀପରେ ଅଧିକ ତେଲ ଅଛି ତ ଆଉ କେଉଁ ଦୀପରେ କମ୍। କିନ୍ତୁ କୌଣସି ଦୀପରେ ତେଲର ଅସରନ୍ତି ଭଣ୍ଡାର ନାହିଁ । ସେହିଭଳି ଦେବ, ଦୀପରେ ଆଦି ଯେତେ ଦେହଧାରୀ ଅଛନ୍ତି ସମସ୍ତଙ୍କର ପ୍ରାଣ ଶକ୍ତି ସୀମିତ ଅଟେ । କାହାର କମ, କାହାର କଷ୍ଟ ଅଧିକ କିନ୍ତୁ ଅସୀମ କାହାରି ନୁହେଁ ।
ଏହି ପ୍ରାଣ ଶକ୍ତିର ପୁରା ଲାଭ ସେହି ପାଇଥାଏ ଯିଏ ସଂଯମତା ଅବଲମ୍ବନ କରେ। ସଂଯମତା ହିଁ ମସସ୍ତ ଶକ୍ତିର ଆଧାର। ଏହି ସଂଯମର ପ୍ରଥମ ପାହାଚ ହେଲା ବାଣୀ ସଂଯମ । ବାଣୀ ସଂଯମ ଫଳରେ ଅନର୍ଥ ପରମ୍ପରାର ବିଲୟ ଘଟେ । ତେଣୁ ମୁଁ ମୌନ ଅବଲମ୍ବନ କରୁଅଛି ।
