smrutirekha das

Children Stories Classics Fantasy

4.0  

smrutirekha das

Children Stories Classics Fantasy

ବନ୍ଧୁତା

ବନ୍ଧୁତା

2 mins
410



ରାମେଶ୍ବର ଗ୍ରାମରେ ମୁକ୍ତିକାନ୍ନ ନାମରେ ଜଣେ ଜମିଦାର ଥିଲେ । ସେ ଦୟାଳୁ ଓ ଶାନ୍ତି ସ୍ବଭାବର ମଣିଷ । ଜମିଦାର ନିଜର ଏକମାତ୍ର ପୁତ୍ର ପ୍ରିୟବ୍ରତର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନଥିଲେ । ସାଙ୍ଗସାଥୀଙ୍କ ସହିତ ଖୁଆପିଆ ବୁଲାବୁଲିରେ ପ୍ରିୟବ୍ରତ ର ପୂରା ଦିନ ବିତି ଯାଉଥିଲା । ଅନେକ ସମୟରେ ପ୍ରିୟବ୍ରତ ବନ୍ଧୁ ଘରେ ରାତ୍ରିଯାପନ କରୁଥିଲା । ବନ୍ଧୁମାନଙ୍କୁ ଘଡ଼ିଏ ନ ଦେଖିଲେ ପାଗଳଙ୍କ ପରି ଆଚରଣ କରୁଥିଲା । ଘର ଖାଦ୍ୟ ତା'କୁ ଆଗପରି ଆଉ ରୁଚୁ ନଥୁଲା । ମଉଜ ମଜଲିସରେ ଦିନ କାଟିବା ଧୀରେ ଧୀରେ ପ୍ରିୟବ୍ରତର ଅଭ୍ୟାସରେ ପରିଣତ ହୋଇଗଲା । ସେ ଦିନକ ପାଇଁ ଘର ଦାୟିତ୍ବ ନେଉ ନଥୁଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁନଥିଲା । ପ୍ରିୟବ୍ରତ ସମୟର ମହତ୍ତ୍ବ ବୁଝୁ ନଥିବାରୁ ଉଭୟ ପିତାମାତା ଚିନ୍ତିତ ରହୁଥିଲେ । ଅନେକ ପ୍ରକାର ବୁଝେଇଲା ପରେ ବି ତା'ର ସ୍ବଭାବରେ ସାମାନ୍ୟ ବି ପରିବର୍ତ୍ତନ ହେଉ ନଥାଏ ।

ଦିନେ ଜମିଦାର ଏ ବାବଦରେ ଜଣେ ସନ୍ଥଙ୍କଠାରୁ ପରାମର୍ଶ ନେଲେ । ସବୁକଥା ଶୁଣି ସନ୍ଥ କହିଲେ ଦିନେ ପ୍ରିୟବ୍ରତକୁ ମୋ ପାଖକୁ ପଠାନ୍ତୁ ମୁଁ ଏହାର ସମାଧାନର ବାଟ କାଢ଼ିବି । ପିତାଙ୍କ ଆଦେଶ ପାଇ ପ୍ରିୟବ୍ରତ ଦିନେ ସନ୍ଥଙ୍କ ନିକଟରେ ପହଞ୍ଚିଲା । ପ୍ରିୟବ୍ରତ ସନ୍ଥଙ୍କ ପାଦସ୍ପର୍ଶ କରି ପ୍ରଣାମ କଲା । ସନ୍ଥ ପ୍ରିୟବ୍ରତକୁ ନିଜ କୁଟିର ପଛପଟକୁ ଡାକିନେଇ ତିନୋଟି ଅନାବନା ଗଛକୁ ଦେଖାଇଲେ । ଗୋଟିଏ ଛୋଟ ଆଉ ଗୋଟିଏ ତା'ଠାରୁ ଟିକେ ବଡ଼ ଆଉ ଅନ୍ୟଟି ଆଉଟିକେ ବଡ଼ । ସନ୍ଥ କହିଲେ ଏବେ ମତେ ତୁମେ ତିନିଟିଯାକ ଗଛ ଉପାଡ଼ିକି ଦିଅ । ପ୍ରିୟବ୍ରତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡ଼ି ଦେଲା । ଦ୍ୱିତୀୟ ଗଛଟିକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଲା । ହେଲେ ବଡ଼ ପାରିଲା ନାହିଁ । ସେ ଗଛଟିକୁ ଆଦୌ ଉପାଡ଼ିକହିଲେ ଶେଷ ଗଛଟିକୁ ଉପାଡ଼ି ପାରିଲନି କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳ ଠାରୁ ଅଧିକ ଶକ୍ତି ଥିଲା । ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ ମାଟି ଓ ଗଛ ପରି । ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି ହେଲେ ବନ୍ଧୁତା ଆଢୁଆଳରେ ନିଜ କର୍ତ୍ତବ୍ୟକୁ ଏଡ଼ାଇ ଦେବା ଆଦୌ ଗ୍ରହଣୀୟ ନୁହେଁ । ସୁଗୁଣରେ ପରିପୂର୍ଣ୍ଣ ବନ୍ଧୁଟି ଜୀବନର ମାର୍ଗକୁ ପ୍ରଶସ୍ତ କରେ । ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ । ସମୟକ୍ରମେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡ଼ାଇବା କାଠିକର ପାଠ । ଏଣୁ ଗୁଣ ପରଖୁ ବନ୍ଧୁତ୍ବ ଗଢ଼ିବା ନିହାତି ଜରୁରି । ପ୍ରିୟବ୍ରତ ନିଜ ଭୁଲ ସ୍ବୀକାର କରି ସନ୍ଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ । ଧୀରେ ଧୀରେ ପୁରୁଣା ସାଙ୍ଗସାଥୀଙ୍କ ଠାରୁ ଦୂରେଇ ଉଭୟ ଗୃହକାର୍ଯ୍ୟ ଓ ପିତାଙ୍କର ଦାୟିତ୍ବ ନିଜ କାନ୍ଧକୁ ନେବାକୁ ଲାଗିଲେ । ଜମିଦାର ମୁକ୍ତିକାନ୍ତ ପୁତ୍ରର ମନ ପରିବର୍ତ୍ତନ ହୋଇ ଥିବାରୁ ସନ୍ଥଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କଲେ । 


Rate this content
Log in