smrutirekha das

Children Stories Classics Fantasy

3  

smrutirekha das

Children Stories Classics Fantasy

ବୁଦ୍ଧି ଥିଲେ ଉପାୟ ମିଳେ

ବୁଦ୍ଧି ଥିଲେ ଉପାୟ ମିଳେ

1 min
324



ଥରେ ଘରମଣୀ ଜଙ୍ଗଲରେ ଚରୁ ଚରୁ ବାଟବଣା ହୋଇଗଲା । ହଠାତ୍ ତା' ସାମ୍ନାରେ ମହାବଳ ବାଘ ହାଜର ହୋଇଗଲା । ଘରମଣୀକୁ କହିଲା: ମୁଁ ତୋତେ ଖାଇବି । ଘରମଣୀ ବହୁତ ଡରିଗଲା, ହେଲେ ବୁଦ୍ଧି ଖଟାଇ ଏକ ଉପାୟ ପାଞ୍ଚିଲା । ବାଘକୁ କହିଲା ଆପଣ ହେଲେ ରାଜା, କେତେ ଜୀବଜନ୍ତୁ ଖାଇ ମୁହଁ ଦାନ ଅସନା ହୋଇଯାଇଥିବ । ଆପଣ ଯାଆନ୍ତୁ ପ୍ରଥମେ ଝରଣା ପାଣିରେ ମୁହଁ ଧୋଇବେ ଏବଂ ଝରଣା କୁଳର ମୁଗୁନି ପଥରରେ ଦାନ୍ତକୁ ପଜେଇ ଆସି ମୋତେ ଖାଇବେ । ଠିକ୍ କହିଲୁ କହି ବାଘ ଯେମିତି ଝରଣା କୂଳକୁ ଯାଇଛି, ଘରମଣୀ ଛୁ ମାରିଲା । ହେଲେ ଯାଉ ଯାଉ ସନ୍ଧ୍ୟା ହୋଇଗଲା ଏବଂ ଘରମଣୀ ଗୋଟିଏ ଗୁମ୍ଫାରେ ଆଶ୍ରୟ ନେଲା ।

ସେଇଟା ଥିଲା ସିଂହ ର ଘର । ସିଂହ ଯେମିତି ଗୁମ୍ଫାରେ ପଶିଛି ଦେଖୁଲା ଅନ୍ଧାରରେ ଆଖୁ ଦୁଇଟି ଚିକ୍ ଚିକ୍ କରୁଛି । ଗର୍ଜନ କରି ପଚାରିଲା, କିଏ ରେ ତୁ? ଘରମଣୀ ଭାବିଲା ଏବେ ନିଶ୍ଚୟ ଜୀବନ ଯିବ । ତଥାପି ଏଥର ମଧ୍ୟ ସାହସ ସଂଚୟ କରି କହିଲା, "ମୁଁ ଧପ ଧପ ରାଜା, ମୋ ଶିଙ୍ଗ ଦିଟା ଗୋଜା, ଏକ ସିଙ୍ଗରେ ଗଛକୁ ଭାଙ୍ଗେ, ଦ୍ବିତୀୟ ଶିଙ୍ଗରେ ସିଂହକୁ ମାରେ" । ଏହା ଶୁଣି ସିଂହ ପ୍ରାଣ ବିକଳରେ ସେଠାରୁ ଯାଇ ଆଉ ପାଞ୍ଚଟା ସିଂହକୁ ଧରି ଆସିଲା । ତାଙ୍କ ଗର୍ଜନରେ ଗୁମ୍ଫା ଥରି ଉଠୁଥାଏ । ଘରମଣୀ ଛାତିକୁ ଦମ୍ଭ କରି କହିଲା, ଏ ସିଂହ ତୋତେ ଦଶଟା ସିଂହ ଆଣିବୁ କହିଥୁଲି, ତୁ କ'ଣ ପାଞ୍ଚଟା ଆଣିଛୁ, ଆସ ତୋତେ ଆଗ ଖାଇବି ।

ଏହା ଶୁଣି ସିଂହମାନେ ଭାବିଲେ, ଏଇ ସିଂହ ଆମକୁ ଏଠିକୁ ମାରିବା ପାଇଁ ଆଣିଛି । ଯିଏ ଯେଉଁଆଡ଼େ ପାରିଲେ ପ୍ରାଣ ବିକଳରେ ଧାଇଁଲେ । ସକାଳ ହେବାରୁ ଘରମଣୀ ଘରକୁ ଫେରିଲା । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଘରମଣୀ ନିଜ ଠାରୁ ଶକ୍ତିଶାଳୀ ଜନ୍ତୁଠାରୁ ମଧ୍ୟ ନିଜ ଜୀବନ ବଞ୍ଚାଇ ପାରିଲା ।


Rate this content
Log in