smrutirekha das

Children Stories Classics Fantasy

3  

smrutirekha das

Children Stories Classics Fantasy

ସୁନା ଅଣ୍ଡା

ସୁନା ଅଣ୍ଡା

1 min
423



କୋଉ କାଳର କଥା । ଜଣେ ଲୋକ ବତକଟିଏ ପାଳିଥାଏ । ବତକଟି ବଡ଼ ଅଦ୍ଭୁତ । ସେ ସବୁଦିନ ଗୋଟିଏ ମାତ୍ର ଅଣ୍ଡାଦିଏ । ଅଣ୍ଡାଟି ସଙ୍ଗେ ସଙ୍ଗେ ସୁନା ପାଲଟିଯାଏ । ଲୋକଟି ଅଣ୍ଡାକୁ ବିକିବାକୁ ନିଏ ନାହିଁ । ସବୁଦିନ ଗୋଟାଏ ଟାଣୁଆ ବାକ୍ସରେ ଅଣ୍ଡାକୁ ରଖେ । ପୃଥିବୀରେ ସେ ସବୁଠାରୁ ବଡ଼ ଧନୀ ହେବାକୁ ଦିନରାତି ଭାବୁଥାଏ । ବାକ୍ସଟି କିପରି ସୁନାଅଣ୍ଡାରେ ପୁରିଯିବ ତାର କେବଳ ସେଇ ଚିନ୍ତା । ଦିନେ ସେ ଆଉ ଅପେକ୍ଷା କଲାନାହିଁ । ତା ମନକୁ ଆସିଲା ଯେ, ବତକଟିର ଦେହ ଭିତର ନିଶ୍ଚେ ସୁନା ହୋଇଥିବ । ତା ନହେଲେ ସେ ସୁନା ଅଣ୍ଡା ଦିଅନ୍ତା କିପରି ! ଏକଥା ଭାବି ସେ ବତକଟିକୁ ମାରିଦେଲା । ତା ଦେହ ଭିତର କାଟି ଦେଖୁଲା, କିନ୍ତୁ ସୁନା କାହିଁ ? ଲୋକଟିର ମୁଣ୍ଡ ଘୁରିଗଲା, ସେ ଚମକି ପଡ଼ିଲା । ଧନୀ ହେବାର ନିଶାରେ ସୁନାଅଣ୍ଡା ଦେଉଥିବା ବତକକୁ ସେ ମାରିଦେଲା ବୋଲି ଅନୁତାପ କଲା । କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା । 

ମନେରଖ : ଜୀବନରେ ସଫଳତା ପାଇଁ ଧୈର୍ଯ୍ୟ ଧରିବାକୁ ଶିଖ


Rate this content
Log in