Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Laxman Kumar Behera

Others


3  

Laxman Kumar Behera

Others


ପୂର୍ଣ୍ଣ ସ୍ବାଧୀନତା

ପୂର୍ଣ୍ଣ ସ୍ବାଧୀନତା

7 mins 627 7 mins 627


           ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ଵ ବିଦ୍ଯାଳୟରେ ମୁଁ ୨୦୧୪ ମସିହାରେ ବିଜ୍ଞାନରେ ସ୍ନାତକୋତ୍ତରରେ ନାମ ଲେଖାଇ ଥିଲି । ମୋ ସହ ଅନେକ ଉଭୟ ପୁଅ ଆଉ ଝିଅ ପିଲା ନାମ ଲେଖାଇ ଥିଲେ । ବାଲି ଗଦାରୁ ବାଲି ହାତ ମୁଠାରେ ଧରିଲେ ଯେମିତି ଅଳ୍ପ ଧରି ହୁଏ ସଂପୂର୍ଣ୍ଣ ଧରିହୁଏ ନାହିଁ । ସେହିପରି ଅନେକ ଛାତ୍ର ଛାତ୍ରୀ ବିଶ୍ବ ବିଦ୍ୟାଳୟରେ ପଢୁଥିଲେ ସୁଦ୍ଧା ମୁଁ ପାଞ୍ଚ ଜଣ ସହପାଠୀଙ୍କୁ ନିଜର ବନ୍ଧୁତାର ହାତ ବଢାଇ ସ୍ବୀକାର କରିଥିଲି । ସେମାନଙ୍କ ମଧ୍ଯରେ ଥିଲେ ସୌନ୍ଦର୍ଯ୍ୟା, ଗଣେଶ, ସୁଲୋଚନା, ରବିଶଙ୍କର ଓ ଜାହ୍ନବୀ । ଆମ ସମସ୍ତଙ୍କ ଘର ସବୁ ଅଲଗା ଅଲଗା ରାଜ୍ଯରେ । ସୌନ୍ଦର୍ଯ୍ଯାର ଘର କାଶ୍ମୀର, ଗଣେଶର ଘର ବିହାର, ସୁଲୋଚନାର ପଞ୍ଜାବ, ରବିଶଙ୍କରର କେରଳ, ଜାହ୍ନବୀର ଘର ଉତ୍ତର ପ୍ରଦେଶ ଆଉ ମୁଁ ଓଡିଶାରୁ ଥିଲି ।


          ସୌନ୍ଦର୍ଯ୍ୟା ମୋର ଭଲ ବାନ୍ଧବୀ ଥିଲା । ହେଲେ; ବାନ୍ଧବୀରୁ ପ୍ରେମିକା କେବେ ହେଲା ମୁଁ ଜାଣି ପାରିଲି ନାହିଁ । ଲୁହା ଆଉ ଚୁମ୍ବକର ଆକଷର୍ଣ ପରି ଆମେ ପରସ୍ପର ଆଡକୁ ଆକର୍ଷିତ ହେଲୁ । ସେ ମୋତେ ଯେତିକି ଭଲ ପାଉଥିଲା ତା' ଠାରୁ ଅଧିକ ଭଲ ମୁଁ ତା'କୁ ପାଉଥିଲି । ସିଏ ଯେମିତି ତା' ବାପାମାଆଙ୍କର ଏକମାତ୍ର କନ୍ଯା ଥିଲା ସେହିପରି ମୁଁ ମଧ୍ଯ ମୋ ପରିବାରର ଏକମାତ୍ର ସନ୍ତାନ ଥିଲି । ସୌନ୍ଦର୍ଯ୍ଯା, ସୁନ୍ଦରୀ ଆଉ ସୁଶୀଳା ଥିଲା । ମୁଁ ବହୁତ ଖୁସି ଥିଲି ସୌନ୍ଦର୍ଯ୍ୟା ପରି ରୂପ ଆଉ ଗୁଣବତୀ ତରୁଣୀକୁ ମୋର ପ୍ରେମିକା ରୂପେ ପାଇ । ମୁଁ ତାଙ୍କ ଘରକୁ ଦୁଇଥର ଯାଇଛି । ହେଲେ; ଦୁଇଥର ଯାକ କେବେ ମୁଁ ଏକୁଟିଆ ଯାଇନି । ସବୁ ସାଙ୍ଗ ମାନେ ମିଶିକି ରେଳଗାଡିରେ ଯାଇଥିଲୁ । ଆମେ କାଶ୍ମୀର ଯିବାକୁ ବାରମ୍ବାର ଇଚ୍ଛା କରୁଥାଉ । କାରଣ ସୌନ୍ଦର୍ଯ୍ୟା ପରି କାଶ୍ମୀର ମଧ୍ଯ ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ଆମ ଅଞ୍ଚଳ ଅପେକ୍ଷା ତାଙ୍କ ଅଞ୍ଚଳ ବହୁତ ଥଣ୍ଡା ଥିଲା । 


        ସୌନ୍ଦର୍ଯ୍ୟା ଆଉ ମୁଁ ପରସ୍ପରକୁ ଭଲପାଉଛୁ ବୋଲି କଲେଜ୍ ରେ ସମସ୍ତେ ଜାଣି ଯାଇଥିଲେ । ଯେବେ ମୁଁ ବିବାହ ପାଇଁ ସୌନ୍ଦର୍ଯ୍ୟାକୁ ପ୍ରସ୍ତାବ ଦେଲି । ସେ ମୋତେ ଲୁହ ଛଳ ଛଳ ହୋଇ ଚାହିଁଲା । ଖୁସି ହେବା ବଦଳରେ କାନ୍ଦିବାର କାରଣ ମୁଁ କିଛି ବୁଝି ପାରିଲି ନାହିଁ । ମୁଁ ଅନେକ ଥର ମୋ କଥାର ଉତ୍ତର ଦେବାକୁ ବାଧ୍ଯ କରିବାରୁ, ସେ ଦୁଃଖ ଭରା ହୃଦୟରେ କହିଲା - 


          ଗୋଟିଏ ଧାରା ପାଇଁ ମୁଁ ତୁମର ରାଧା ହେଇପାରୁନି କୃଷ୍ଣାର୍ଜୁନ । ଯଦି ଏ ଭାରତ ଭୂମିରେ କେହି ମହାପୁରୁଷ କେବେ ଆବିର୍ଭାବ ହେଇ ଏ ହୀନ ମାନସିକତାରେ ତିଆରି ହୋଇଥିବା ଧାରାକୁ ଉଚ୍ଛେଦ କରି ଦିଅନ୍ତି କିମ୍ବା ବଦଳାଇ ଦିଅନ୍ତି ତା' ହେଲେ ମୁଁ ତୁମର ରାଧା ହେଇ ଯିବି ସବୁଦିନ ପାଇଁ ।


          ତଥାପି ମଧ୍ୟ ମୁଁ ତୁମକୁ କଥା ଦେଉଛି କୃଷ୍ଣାର୍ଜୁନ ଯଦି ଭବିଷ୍ୟତରେ କେବେ କାଶ୍ମୀରକୁ, ମୋ ଗାଆଁ କୁ, ମୋ ପରିବାରକୁ ଛାଡିବାକୁ ପଡେ, ତା'ହେଲେ ମୁଁ ତ୍ଯାଗ କରିଦେବି ସବୁଦିନ ପାଇଁ । ଆମ ଶାଶ୍ଵତ - ପବିତ୍ର ପ୍ରେମ ପାଇଁ, ତୁମ ପାଇଁ । ଜାଣିଛି ଥରେ ତୁମ ସହ ବିବାହ ହେଇଗଲା ପରେ ମୁଁ ଆଉ କେବେବି କାଶ୍ମୀର ଯାଇ ପାରିବି ନାହିଁ ।


         - କିନ୍ତୁ କହିଁକି ସୌନ୍ଦର୍ଯ୍ୟା ?


         - ମୋର ନାଗରିକତା କଟିଯିବ ।


         - ଏମିତି କେମିତି ନିୟମ ? ଗୋଟିଏ ଦେଶ ପରା !


         - ହଁ, ଗୋଟିଏ ଦେଶ । ହେଲେ; ଗୋଟିଏ ଧାରା ପାଇଁ ଏଭଳି ନିୟମ ଆମେ ମାନିବାକୁ ବାଧ୍ଯ ହେଇଛୁ ୧୯୪୭ ମସିହା ଠାରୁ ।


         - ୧୯୪୭ ମସିହା ଠାରୁ କେମିତି ?


         - ୧୯୪୭ ମସିହାରେ ଯେବେ ଭାରତ ସ୍ବାଧୀନ ହେଲା ସେବେ ପଣ୍ଡିତ ଜବାହରଲାଲ୍ ନେହେରୁ ଓ ଜାମ୍ମୁ ଓ କାଶ୍ମୀରର ମହାରାଜା ହରି ସିଂହ ମିଶି ଶେଖ୍ ଅବଦୁଲ୍ଲାଙ୍କୁ ଆମ ଜାମ୍ମୁ ଓ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ନିଯୁକ୍ତ କରାଇ ଥିଲେ । ଶେଖ୍ ଅବଦୁଲ୍ଲା ମୁଖ୍ଯମନ୍ତ୍ରୀ ହେବା ପରେ ଏହି ରୁଗ୍ଣ ମାନସିକତାର ଅସ୍ଥାୟୀ ଧାରା - ୩୭୦ ରାଜ୍ଯରେ ପ୍ରଚଳନ କରିଥିଲେ । 


         ଭାରତରେ ରହି ଯେଉଁ ନିୟମ ତୁମେ ପାଳନ କରୁଛ, ସେ ନିୟମ ଆମେ ପାଳନ କରିବାକୁ ବାଧ୍ଯ ନୋହୁଁ । ଜନ ଗଣ ମନ ଜାତୀୟ ସଂଗୀତ ଅବା ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇବାକୁ ଆମକୁ କେହି ବାଧ୍ୟତାମୂଳକ କରିପାରିବେ ନାହିଁ । ଆମ ରାଜ୍ଯର ନିୟମ ଭିନ୍ନ । ଭାରତ ସରକାର କେବଳ ପ୍ରତିରକ୍ଷା, ଦୂରସଞ୍ଚାର ଓ ବିଦେଶ ନୀତି ବ୍ଯତିତ ଅନ୍ଯ କୌଣସି ଏକତରଫା ନିଷ୍ପତ୍ତି ନେଇପାରିବେନାହିଁ । ଭାରତର ଅନ୍ଯ ସମସ୍ତ ରାଜ୍ୟରେ ଲାଗୁ ହୋଇଥିବା ଆଇନ୍ କାନୁନ୍ ଏଠାରେ କାର୍ଯ୍ଯକାରୀ ହୋଇନଥାଏ । ଆମ ରାଜ୍ଯକୁ ସ୍ବତନ୍ତ୍ର ରାଜ୍ଯର ମାନ୍ଯତା ପ୍ରଦାନ କରାଯାଇଅଛି । ମୋ ପାଖରେ ଉଭୟ ଭାରତ ଓ ଜାମ୍ମୁ ଓ କାଶ୍ମୀରର ଦ୍ବୈତ ନାଗରିକତ୍ଵ ରହିଛି । ତୁମେ ଜାଣିଛ କୃଷ୍ଣାର୍ଜୁନ, ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ମଧ୍ୟ ଇଞ୍ଚେ ମାଟି ଆମ ରାଜ୍ଯରୁ ନିଜ ନାମରେ କିଣି ପାରିବେନାହିଁ । ଆମ ରାଜ୍ଯର ସମ୍ବିଧାନକୁ ବରଖାସ୍ତ କରିବାର ଅଧିକାର ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନାହିଁ । ତୁମେ ଚାହିଁଲେ ମଧ୍ୟ ଆମ ରାଜ୍ଯରେ ବ୍ଯବସାୟ, ବସବାସ କିମ୍ବା ପ୍ରତିଷ୍ଠାନ ସ୍ଥାୟୀ ଭାବେ କରିପାରିବନାହିଁ । କିନ୍ତୁ ପାକିସ୍ଥାନର ଯେ' କୌଣସି ନାଗରୀକ କାଶ୍ମୀରରେ ଜମି କିଣି ପାରିବେ, ବିବାହ କରି ପାରିବେ, ଘର ନିର୍ମାଣ କରି ସ୍ଥାୟୀ ଭାବେ ବସବାସ କରି ପାରିବେ । ମୁଁ ଯଦି ଜାମ୍ମୁ ଓ କାଶ୍ମୀର ଛାଡି ଭାରତର ଅନ୍ଯ କୌଣସି ରାଜ୍ଯରେ ବିବାହ କରେ, ତା' ହେଲେ ସେଠାକାର ନାଗରିକତା ରଦ୍ଦ ହେଇଯିବ । ଆଉ ଯଦି ମୋତେ ପାକିସ୍ଥାନର କୌଣସି ଯୁବକ ବିବାହ କରେ ତା'ହେଲେ ମୋର ନାଗରିକତା ରଦ୍ଦ ହେବ ନାହିଁ ବରଂ ଦୁଇଟି ସ୍ଥାନର ନାଗରିକତା କାଏମ୍ ରହିବା ସହ ପାକିସ୍ଥାନର ଯୁବକକୁ ଭାରତର ନାଗରିକତା ମିଳିଯିବ ।


       ସୌନ୍ଦର୍ଯ୍ୟା ଠାରୁ ସବୁକିଛି ଶୁଣି ସାରିବା ପରେ ମୋତେ ବିଜୁଳିର ଝଟକା ଲାଗିଲା । ହେଲେ ମଧ୍ୟ ମୁଁ ତା'କୁ ପ୍ରେମ କଲି ପୂର୍ବ ପରି । ସେ ମଧ୍ୟ ମୋତେ ଆଗ ପରି ହୃଦୟ ଦେଇ ପ୍ରଚୁର ଭଲ ପାଇଲା । ସ୍ନାତକୋତ୍ତର ପଢା ସରିଯିବା ପରେ ଆମେ ଦୁହେଁ ମନ୍ଦିରରେ ବାହା ହେଇ କୋର୍ଟରେ ବିବାହର ପଞ୍ଜୀକରଣ କରିଦେଲୁ । ସେ କାଶ୍ମୀରକୁ, ତାଙ୍କ ଗାଆଁ ଉଦ୍ଦାମପୁରର ପଞ୍ଚେରୀକୁ ତାଙ୍କ ପରିବାରରକୁ ସବୁଦିନ ପାଇଁ ଭୁଲି ମୋ ସହ ଓଡିଶା ପଳାଇ ଆସିଲା ।


       ତାଙ୍କର ବ୍ରାହ୍ମଣ ପରିବାର । ଆମର ତଫସିଲଭୁକ୍ତ ଜାତି । ଗାଆଁ ରେ ତାଙ୍କର ୪୮ ମରଲା ଜମି ଅଛି । କାଶ୍ମୀର ମାପ ଅନୁସାରେ ୧ ମରଲା ଯେ, ୨୭୫ ସ୍କୋୟାର ଫୁଟ । ଏହାର ବଜାର ମୂଲ୍ୟ ୪ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଆଉ ମୋ ବାପାମାଆ ଜଙ୍ଗଲରୁ କାଠ କାଟି, ବିଲରେ ଚାଷବାସ କରି ଜୀବନ ନିର୍ବାହ କରନ୍ତି । ତାଙ୍କ ଗାଁ ଏକ ଶୈଳନିବାସ । ଡିସେମ୍ବର ଓ ଜାନୁୟାରୀ ମାସରେ ବରଫ ପଡେ । ବର୍ଷର ଅନ୍ୟ ଦିନରେ ଏଠିକାର ପାଗ ବେଶ୍ ଅନୁକୂଳ ରହେ । ସେମିତି ଦୁନିଆ ଛାଡି ମୋ ସହ ଓଡିଶା ପଳାଇ ଆସିଲା ସୌନ୍ଦର୍ଯ୍ୟା ।


        ମୁଁ ଆଗରୁ ଯେଉଁ ଦୁଇଥର ତାଙ୍କ ଘରକୁ ସାଙ୍ଗ ମାନଙ୍କ ସହ ଯାଇଥିଲି ସେତିକି । ପାଞ୍ଚ ବର୍ଷ ବିତି ଗଲାଣି ଆଉ କେବେ ମୁଁ କି ମୋ ସ୍ତ୍ରୀ ଯାଇ ପାରିନୁ ଆଜିଯାଏଁ । ମୋ ଶାଶୁ, ଶ୍ବଶୁର ଆମ ଘରକୁ ଆସିଲେଣି ଅନେକ ଥର । 


         ମୁଁ ଆଶ୍ଚର୍ଯ୍ୟ ହୁଏ ଭାରତର ଝିଅ ଭାରତରେ ବିବାହ କଲେ ନିଜ ବାପ ଘରକୁ ଯାଇପାରିବନାହିଁ । ନାଗରିକତା ରଦ୍ଦ ହେଇଯିବ । କିନ୍ତୁ ଯଦି ସେ ପାକିସ୍ଥାନରେ ବିବାହ କରେ ସେ ତା'ର ବାପ ଘରକୁ ଯାଇ ପାରିବ । ତା'ର ନାଗରିକତା ରଦ୍ଦ ହେବ ନାହିଁ । ଏହା କି ପ୍ରକାର ନିୟମ ? ନିୟମ ପ୍ରଣେତା ଭାରତର ହିତ ଚିନ୍ତା ନକରି କେଉଁ କାରଣରୁ ପାକିସ୍ଥାନକୁ ସୁହାଇଲା ଭଳି ନିୟମ ପ୍ରସ୍ତୁତ କଲେ ? ଏଭଳି ନିୟମ ପ୍ରଚଳନ କରିବା ପଛରେ କ'ଣ ସ୍ବାର୍ଥ ଥିଲା ?


        ( ମୁଁ ଭାବୁଥାଏ ) ଏ ପୃଥିବୀର ପ୍ରାୟ ସବୁ ସ୍ଥାନକୁ ମୁଁ ଦେଖି ସାରିଛି ପ୍ରତିଟି ଜନ୍ମରେ । ଅନନ୍ତ କାଳରୁ ମୋର ଅନନ୍ତ ଜନ୍ମମୃତ୍ଯୁ ଘଟି ସାରିଛି । ମୋର ଜନ୍ମ - ମୃତ୍ୟୁ କୁ ନା ଭୟ ଅଛି ନା ଶୋକ । ନା ମୁଁ ଜନ୍ମ ଦିନରେ ଖୁସି ମନାଏ ନା ମୃତ୍ୟୁ ଆସିବ ବୋଲି ଦୁଃଖ । ନିୟତ୍ତିଙ୍କ ସୁନ୍ଦର ରଚନାରେ ମୁଁ କେବଳ ସମୟକୁ ହିଁ ଭଲପାଏ, ପ୍ରେମ କରେ । ସମୟ ସବୁକିଛି ବଦଳାଇ ଦେଇଥାଏ ।


       ଏ ପୃଥିବୀକୁ ମୁଁ ଆଗରୁ ଆସିଥିଲି । ଏଇ ପୃଥିବୀ ମୋତେ ସେତେବେଳେ ସେତିକି ପ୍ରେମ କରୁଥିଲା ଆଜି ଯେତିକି ପ୍ରେମ କରୁଛି । ଭବିଷ୍ୟତରେ ମଧ୍ୟ ସେ ମୋତେ ପ୍ରେମ କରିବ ଯଦି ଏ ଧରା ତଳେ ପୁଣି କେବେ ଜନ୍ମ ନିଏ ।


       ପୃଥିବୀ ଆଉ ମୋ ଭିତରେ ଥିବା ସଂପର୍କ ଶୁଦ୍ଧ ଚିରନ୍ତନ, ସତ୍ଯ, ମଧୁର ତଥା ପବିତ୍ର । ଅନନ୍ତ କାଳରୁ ସେ ମୋତେ ପ୍ରେମ କରୁଛି । ମୁଁ ଯେବେ ଯେବେ ଏ ଧରାରେ ଜନ୍ମ ନେଇଛି ସେ ସେବେ ସେବେ ମୋର ସମସ୍ତ ଆବଶ୍ଯକତା ବିନା ପ୍ରତି ଆଶାରେ ପୂରଣ କରିଛି । 


       ଅନନ୍ତ କାଳରୁ ମୁଁ ଅନେକ ଥର ଆସିଲିଣି ଏଇ ମର୍ତ୍ତ୍ଯପୁରକୁ । ଏ ମର୍ତ୍ତ୍ଯ ମୃତ୍ଯୁର ଦୁନିଆ । ଏଠି ମୃତ୍ୟୁ ପରେ ଜନ୍ମ ଆଉ ଜନ୍ମ ପରେ ମୃତ୍ୟୁ ନିୟମିତ ଧାରାରେ ଚାଲେ ।

 

    ଏହି ସମୟରେ ଆମ ପଡିଶା ଘରର ଦ୍ରୌପଦୀ ମାଉସୀ ମୋତେ ଡାକ ଦେଇ କହିଲେ, 


        - କୃଷ୍ଣାର୍ଜୁନ, ଏ କୃଷ୍ଣାର୍ଜୁନ ••• ।


        - ହଁ ମାଉସୀ । କ'ଣ ହେଲା କି ?


        - ଆଜି କେତେ ତାରିଖ କି ପୁଅ ? ମୋ ନାତୁଣୀ ମିତା ତା' ହସ୍ତାକ୍ଷର ଖାତାରେ ଲେଖିବ ତ । ମୋର ମନେ ପଡୁନି । 


        - ଆଜି ପାଞ୍ଚ ତାରିଖ ଅଗଷ୍ଟ ମାସ ଦୁଇ ହଜାର ଉଣେଇଶି ମସିହା ମାଉସୀ ।


        ( ହଉ ହଉ ପୁଅ । ମୁଁ ଆସୁଛି କହି ତାଙ୍କ ଘରକୁ ଫେରିଗଲେ । )


      ସମୟ ଠିକ୍ ବାରଟା । ବିବାହର ପାଞ୍ଚ ବର୍ଷ ପରେ ଆଜି ହଠାତ୍ ଟେଲିଭିଜନରୁ ଶୁଣିବାକୁ ପାଇଲି ରାଜ୍ଯସଭାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ଗୃହିତ ହେଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ କରିବାକୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏପଟେ ମୋ ସ୍ତ୍ରୀ ମଧ୍ଯ ମୋତେ ଶୁଭ ସମାଚାର ଶୁଣାଇ କହିଲା, ତୁମେ ବାପା ହେବାକୁ ଯାଉଛ । ମୁଁ ଦୁଇ ଦୁଇଟି ଶୁଭ ସମାଚାର ଶୁଣି ଖୁସିରେ ଆତ୍ମ ବିଭୋର ହେଇଗଲି ।


        ତା' ପରଦିନ ଲୋକସଭାରେ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହୀତ ହେଲା । ଏହି ବିଲ୍ ସପକ୍ଷରେ ୩୬୬ ଟି ଭୋଟ୍ ଓ ବିପକ୍ଷରେ ୬୬ ଟି ଭୋଟ୍ ପଡିଥିବାରୁ ଆମ୍ଭେ ଦୁଇପରାଣି ଖୁସିରେ ନାଚି ଉଠିଥିଲୁ । ଗତକାଲି ଏହା ରାଜ୍ଯସଭାରେ ଗୃହୀତ ହେବା ପରେ ଆଜି ଲୋକସଭାରେ ଗୃହୀତ ହେବା ଆମ ପାଇଁ ଏହା ସ୍ମୃତି ତଥା ଆନନ୍ଦ ର ଦିନ ଥିଲା । 


      ଦୁଇ ସଦନରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠା ଯାଇଛି । ରାଷ୍ଟ୍ରପତି ଙ୍କ ମଞ୍ଜୁରୀ ମିଳିଲେ ଏହା ଆଇନ୍ ରେ ପରିଣତ ହେଇ ଯିବ, ସୌନ୍ଦର୍ଯ୍ୟା । ଆମେ ଏବେ ମିଶି ତୁମ ଘରକୁ ଯିବା ନିର୍ଭୟରେ, ଅଚିନ୍ତାରେ ।


      ରାଷ୍ଟ୍ରପତି ଙ୍କ ମଞ୍ଜୁରୀ ମିଳିଗଲା ପରେ ସୌନ୍ଦର୍ଯ୍ୟା ନିଜ ଘରକୁ ଯିବା ପାଇଁ ସଜବାଜ ହେଲା । ଏହି ସମୟରେ ତାଙ୍କ ଗାଆଁ ରୁ ଫୋନ୍ ଆସିଲା ଯେ, ତା'ର ବାପା ମାଆ ଉଭୟେ ପଥର ଫିଙ୍ଗାଳି ମାନଙ୍କ ଢେଲା ମାଡରେ ମୃତ୍ୟୁ ବରଣ କଲେ । ଏହା ଶୁଣି ସେ ଅଚଳ ହେଇଗଲା । ଆଖି ଜମା ସୁଖୁ ନଥାଏ । 


         ସୌନ୍ଦର୍ଯ୍ୟାକୁ ଧରି ମୁଁ ସେଦିନ ସଙ୍ଗେ ସଙ୍ଗେ ବାହାରି ପଡିଲି ତାଙ୍କ ଗାଆଁକୁ । ତାଙ୍କ ଘରେ ଶିଘ୍ର ପହଞ୍ଚିବା ପାଇଁ ମୁଁ ଆକାଶ ମାର୍ଗରେ ଯିବାକୁ ଉଚିତ୍ ମଣିଲି । ସେଦିନ ସଂନ୍ଧ୍ଯା ସମୟରେ ଆମେ ତାଙ୍କ ଘରେ ପହଞ୍ଚି ଗଲୁ । ସୌନ୍ଦର୍ଯ୍ୟା କାନ୍ଦି କାନ୍ଦି କହୁଥାଏ, ମୋ ବାପାମାଆ ମୋ ରାଜ୍ୟର ଅସଲ ସ୍ବାଧୀନତା ଦେଖି ପାରିଲେ ନାହିଁ କି ସ୍ବାଦ ଚାଖି ପାରିଲେନାହିଁ ।


     ନିଜ ପ୍ରିୟ ଭୂମିକୁ ଛାଡି ଓଡିଶା ଆସିବାକୁ ସଜ ହେଉଥିବା ବେଳେ ସୌନ୍ଦର୍ଯ୍ୟା ନିଷ୍ପତ୍ତି ନେଲା, ଯେଉଁ ମହାପୁରୁଷ ମାନଙ୍କ ପାଇଁ ଏତେ ବର୍ଷ ପରେ ତା' ରାଜ୍ଯ, ତା' ଗାଆଁ ଆଉ ତା'କୁ ପୂର୍ଣ୍ଣ ସ୍ବାଧୀନତା ମିଳିଲା । ସେହି ମାନଙ୍କୁ ମୋ ପୈତୃକ ସମ୍ପତ୍ତି ସବୁ ଦାନ କରିଦେବି । ଶେଷରେ କେନ୍ଦ୍ର ସରକାରଙ୍କୁ ନିଜ ଘର ଡିହ ଛାଡି ଅନ୍ଯ ସମସ୍ତ ଭୂମିକୁ ଦାନ କରିଦେଲେ । ସୌନ୍ଦର୍ଯ୍ୟାର ଏଭଳି ଦୁଃସାହସିକ ପଦକ୍ଷେପ ପାଇଁ କେନ୍ଦ୍ର ସରକାର ତା'କୁ ଉଚ୍ଚ ପ୍ରସଂଶା କଲେ ।


      ଏବେ ଭାରତ ୨୮ ଟି ରାଜ୍ୟ ୯ ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ । ଦଶ ଦିଗରେ ଜନତାଙ୍କ ସ୍ବର ଶୁଭୁଛି, " ଏକ ଭାରତ - ଶ୍ରେଷ୍ଠ ଭାରତ । "



Rate this content
Log in