STORYMIRROR

Kalyani Nanda

Others

3  

Kalyani Nanda

Others

ପୁରୁଣା ମହକ

ପୁରୁଣା ମହକ

2 mins
142


ଲକ୍ ଡାଉନ...ଚତୁର୍ଥ ଦିବସ

ତା. 28/3/2020, ଶୁକ୍ରବାର


ଡିଅର ଡାଏରୀ,

ସକାଳଟା ଚୁପଚାପ କିନ୍ତୁ ଘର ଭିତରେ କୋଳାହଳ ।ଛୁଆ, ବୁଢା ସମସ୍ତେ ଏକାଠି ବସିବା, ଖାଇବା ର ସୁଯୋଗ ମିଳିଛି , ଯେମିତି ଆଗରୁ ଥିଲା ଯୌଥ ପରିବାର । ମୋର ମନେ ଅଛି ସେତେବେଳେ ବାପା, ମାଆ, ଜେଜେ, ଜେଜୀ, କାକା, କାକା ସମସ୍ତେ ଏକାଠି ଗୋଟିଏ ପରିବାରରେ , ରୋଷେଇ ଏକାଠି । ମିଳି ମିଶି ଭାଗ ବଣ୍ଟା କରି ଘର କାମ ହେଉଥିଲା ।ସେଇ ଭିତରେ ଖିଟ ଖାଟ ବି ଲାଗିଥାଏ । କିନ୍ତୁ ତା ଭିତରେ ବି ଥାଏ ଗୋଟେ ଅଲଗା ଆନନ୍ଦ । ସେଇ ଅନୁଭବ ଆଜି ଘର ଭିତରେ ଲକ୍ ଡାଉନ ହୋଇ ରହିବାରେ ମିଳୁଛି ।


ଆଜି ସକାଳୁ ମାଁ ତାର ଟିଭି ପାଖରେ । ଦିନ ନଅଟା ରେ ପୁରୁଣା ସିରିଏଲ 'ରାମାୟଣ' ଆରମ୍ଭ ହେବ । ମାଁ ସକାଳୁ ଉଠି ସବୁ କାମ ସାରି, ବୋହୁ କୁ ତାର ରୋଷେଇ ପାଇଁ ପରିବା କଟାକଟି ରେ ସାହାଯ୍ଯ କରି ଆସି ଟିଭି ପାଖରେ ହାଜର ।ସୁଜାତା ନିଜ ଶାଶୁଙ୍କୁ ଦେଖି ହସୁଥାନ୍ତି । କହିଲେ, " ମାଁ, ଆହୁରି ସମୟ ଅଛି ସିରିଏଲ ଆରମ୍ଭ ହେବାରେ ।କିଛି ଜଳଖିଆ କରିନିଅ। ଆଗରୁ ତ ଦେଖିଛ ଏଇ ସିରିଏଲ । ନୂଆ ତ ନୁହଁ ।" " ନା, ନା ସେଇ ପ୍ରଥମ ରାମାୟଣ ଦେଖିଲେ , ଲାଗୁଥିଲା, ସତ ସତିକା ରାମାୟଣ ,। ରାମ, ସୀତା ଜୋଡି କି ସୁନ୍ଦର ଲାଗୁଥିଲେ । ତା ପରେ ବି ରାମାୟଣ ସିରିଏଲ ଆସିଛି ହେଲେ ସେ ପ୍ରଥମ ଭଳିଆ ନୁହଁ । ମୁଁ ରାମାୟଣ ଦେଖି ସାରି ଖାଇବି ।" ମାଁ ବସିଗଲା ଦେଖିବାକୁ । ରାମାୟଣ ଆରମ୍ଭ ହୋଇ ଯାଇଥିଲା । ମୋ ଛୁଆମାନେ ଆଜି ତାଙ୍କ ଜେଜୀ ଙ୍କୁ କିଛି କହିବାର ସାହାସ ନ ଥିଲା । ଅଳ୍ପ ଟିକିଏ ବିରକ୍ତ ହୋଇ ଯେ ଯାହାର ମୋବାଇଲ, ଲେପଟାପ ଧରି ନିଜ ନିଜ ରୁମକୁ ଚାଲିଗଲେ । ମୁଁ ଚାଲିଗଲି ସୁଜାତା ଙ୍କୁ କିଛିଟା ତାଙ୍କ କାମରେ ସାହାଯ୍ଯ କରିବାକୁ । ଆଜି ସମସ୍ତଙ୍କ ଘରେ ନୀରବତା ର ଛୁଆଁ । ରାମାୟଣ, ବ୍ଯୋମକେଶ ବକ୍ସି ସିରିଏଲ ସମସ୍ତଙ୍କୁ ବାନ୍ଧି ରଖିଥାଏ । ବାଃ, ବାଃ ଆମ ଟିଭି ବାଲା ସତରେ ଏମିତି ଏକ ଗୃହବନ୍ଦୀ ସମୟରେ ଭଲ ଉପାୟ ବାହାର କରିଛନ୍ତି , ପୁରୁଣା ସ୍ମୃତି କୁ ମନେପକାଇବା ପାଇଁ। ବୁଢା, ବୁଢୀ ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇ ।ଏବେ 21ଦିନର ବାକି ଦିନ ଗୁଡା ଆଉ କେହି ବୋର୍ ହେବେନି କି ବାହାରକୁ ବାହାରିବା ପାଇଁ ବ୍ଯସ୍ତ ହେବେନି ।ମୋତେ ବି ସୁଜାତା ପାଖରେ କିଛି ସମୟ ବିତାଇବାର ସୁଯୋଗ ମିଳିଗଲା । ସେ ବି ଖୁସି ଆଉ ମୁଁ...? ?



Rate this content
Log in