STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ପୁଲିସବାବୁ

ପୁଲିସବାବୁ

2 mins
662

ଆମ ସମସ୍ତଙ୍କ ପାଇଁ ଆଜି ଦିନଟି ଥିଲା ଏଇ ବର୍ଷର ଶେଷ ସ୍କୁଲ ଦିବସ ।କାଲିଠୁ ଦଶ ଦିନ ପାଇଁ ସ୍କୁଲ ଛୁଟି ।ଖ୍ରୀଷ୍ଟମାସ ବଡଦିନ ତାପରେ ନୂଆ ବର୍ଷ ।ଆମେ ସାଙ୍ଗମାନେ ଶ୍ରେଣୀଗୃହରେ ହସଖୁସିରେ ଗପୁଥିବା ସମୟରେ ବିଦ୍ୟାଳୟ ଘଣ୍ଟି ବାଜି ଉଠିଲା । ରାମୁ ମଉସା ଆସି ଛୁଟି ନୋଟିସ ମାରିଲେ ।ଆମେ ସାଙ୍ଗମାନେ ପରସ୍ପରକୁ ବିଦାୟ ଜଣେଇ ଘରକୁ ଫେରିଲୁ । ଆମର ପୁର୍ବ ଯୋଜନା ଅନୁସାରେ ଏଇ ଦଶଦିନ ଭୂବନେଶ୍ବରର ଏକ ଅନାଥ ଆଶ୍ରମର ପିଲାଙ୍କ ସହ ବିତେଇବା ପାଇଁ ମୋ ସାଙ୍ଗ ସଂଗୀତାର ନନା ଆମ ପାଇଁ ବ୍ୟବସ୍ଥା କରିଥିଲେ ।ସେଇ ପିଲାଙ୍କ ସହ ଆମ ଦଶଦିନ ଖେଳକୁଦ,ନାଚ ,ନନ୍ଦନକାନନ ,ସାଇନସ୍ ପାର୍କ,ମ୍ୟୁଜିୟମ ଓ ବଟାନିକାଲ ଗାର୍ଡେନ ବୁଲିବାରେ କଟିଗଲା ।


ଶେଷ ଦିନଟି ଥିଲା ଆମ ସମସ୍ତଙ୍କ ଆଶ୍ରମରେ ଭାବ ଆଦାନ ପ୍ରଦାନର ଦିବସ ।ଏଇ ଦଶଦିନକୁ ଆମେ ଖୁବ ଉପଭୋଗ କଲୁ । ୟା ଭିତରେ ମୋର ଝରା ନାମକ ଝିଅଟି ସହ ଖୁବ ବନ୍ଧୁତା ବଢିଗଲା । ଶେଷ ରଜନୀରେ ସେ ମୋତେ କହିଲା- ସାଙ୍ଗ ,ମୁଁ ମା ଛେଉଣ୍ଡ ପିଲା ।ବାପା ମୋର ଏକ କମ୍ପାନୀରେ ଚାକିରି କରୁଥିଲେ ।ସେତେବେଳେ ମୁ ୧୦ ବର୍ଷର ଥାଏ । ବାପା ତାଙ୍କ କାରରେ ସିଟ୍ ବେଲଟ୍ ନପିନ୍ଧି ଗାଡି ଚଳାଉ ଥିବାରୁ ଟ୍ରାଫିକ ପୁଲିସ୍ ତାଙ୍କୁ ଅଟକେଇ ଚାଲାଣ କାଟିବା ପାଇଁ କହିଲେ । ମୁଁ ମଧ୍ୟ ସେଇ କାରରେ ବସିଥାଏ ।ବାପା ଚାଲାଣ କାଟିବାକୁ ନାରାଜ ।ବାପାଙ୍କ ମୁଣ୍ଡକୁ କୁବୁଦ୍ଧି ଆସିଲା । କାରରେ ଥିବା ସିସିଟିଭି କ୍ୟାମେରାକୁ ଅନ୍ କରି ସେ ଟ୍ରାଫିକ ପୁଲିସକୁ ଦୁଇ ହଜାର ଟଙ୍କାଦେଇ ଦ୍ରୁତଗତିରେ ଗାଡି ନେଇ ପଳାଇଲେ । ଟ୍ରାଫିକ ପୁଲିସ ତାଙ୍କ ନାମ ଜାଣି ନଥିବାରୁ ଟଙ୍କା ରଖି ମଧ୍ୟ ଚାଲାଣ କାଟି ପାରିଲାନି ।

ସେପଟେ ବାପାଙ୍କ ଠାରୁ ଦୁଇହଜାର ଟଙ୍କା ଲାଞ୍ଚ ନେଇ ଟ୍ରାଫିକ ପୁଲିସ ତାଙ୍କୁ ଛାଡିଛି ବୋଲି ବାପା ଫେସବୁକରେ ଭିଡିଓ ଭାଇରାଲ କଲେ ଯାହାଫଳରେ ଉକ୍ତ ପୁଲିସବାବୁଙ୍କୁ ଗୃହବିଭାଗ ସସପେଣ୍ଡ କରିଦେଲା ।


      ଏମିତି କିଛିଦିନ ବିତିଗଲା। ଦିନେ ବାପା ଦ୍ରୁତଗତିରେ ଗାଡି ଚଳାଉ ଥିବା ସମୟରେ ଏହି ଘଟଣାଟିକୁ ତାଙ୍କ ଜଣେ ବନ୍ଧୁଙ୍କୁ ଫୋନରେ କହୁଥିବା ସମୟରେ ଅନ୍ୟମନସ୍କ ହୋଇ ଭୟଙ୍କର ଦୂର୍ଘଟଣାର ଶିକାର ହେଲେ ।ଏହି ଗାଡିରେ ମଧ୍ୟ ମୁଁ ଥିଲି ।ଗାଡିର ବେଗ କମ କରିବାକୁ ମୁ ଯେତେ କହୁଥିଲେବି ବାପା ଶୁଣି ନଥିଲେ ।ଆମ ଗାଡିଟି ସେଇ ଦୁର୍ଘଟଣାରେ ସମ୍ପୁର୍ଣ ଚରୁମାର ହୋଇ ଯାଇଥିଲା । ଦଖଣାହାରୀ ଆମ୍ଭମାନଙ୍କ ଭିଡିଓ ଉତ୍ତୋଳନ କରୁଥିଲେ । କିନ୍ତୁ ଦେବଦୂତ ଭାବେ ଯେଉଁ ବ୍ୟକ୍ତି ଜଣକ ଆମକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ ,ସେ ସେଇ ଚାକିରି ହରାଇଥିବା ଟ୍ରାଫିକ ପୁଲିସ୍ ଥିଲେ । ବାଟରେ ବାପା ତାଙ୍କ ଭୁଲ ପାଇଁ ସେଇ ପୁଲିସବାବୁଙ୍କୁ କ୍ଷମା ମାଗିବା ସହ ମୋତେ(ଝରା) ବଞ୍ଚେଇବା ପାଇଁ ଅନୁରୋଧ କରୁଥିଲେ ।


  ମୁଁ ବଞ୍ଚିଗଲି ହେଲେ ବାପା ସବୁଦିନ ପାଇଁ 

ଆରପାରିକୁ ଚାଲିଗଲେ । ବାପାଙ୍କ ମୃତ୍ୟୁକାଳିନ ଜବାନବନ୍ଦୀ ପରେ ସେଇ ପୁଲିସବାବୁ ତାଙ୍କ ଚାକିରି ଫେରି ପାଇଲେ ।ମୁଁ କିନ୍ତୁ ସମ୍ପୁର୍ଣଭାବେ ଅନାଥ ହୋଇଗଲି । ସେଇ ପୁଲିସ ଅଙ୍କଲଙ୍କ ସାହାଯ୍ୟକ୍ରମେ ମୁଁ ଏଇ ଅନାଥ ଆଶ୍ରମରେ ରହିଛି ।

ଏତିକି କହି ଝରା ଚୁପ ହୋଇଗଲା ।ସମୟସହ ସବୁ କିଛି ଠିକ ହୋଇଯିବ କହି ମୁଁ ତାକୁ ଆଶ୍ବାସନା ଦେଲି ସତ କିନ୍ତୁ ସାରା ରାତି ସେଇ କଥା ଭାବୁଥିଲି କେତେ ମହାନ ହୃଦୟର ବ୍ୟକ୍ତି ସେଇ ପୁଲିସବାବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍