STORYMIRROR

Anil Pradhan

Others Children

3  

Anil Pradhan

Others Children

ପୃଥିବୀ କାନ୍ଦୁଛି

ପୃଥିବୀ କାନ୍ଦୁଛି

2 mins
175

ସେଦିନ ସନ୍ଧ୍ୟାରେ ସାହୁବାବୁ ଘରେ ବସି ନ୍ୟୁଜ୍ ଦେଖୁଥାନ୍ତି ପାଖରେ ଝିଅ ମୁନି ମଧ୍ୟ ବସିଥାଏ। ନ୍ୟୁଜ୍ ରେ ଆମେ କିପରି ଆଧୁନିକତା ନାମରେ ପୃଥିବୀ କୁ ଧ୍ବଂସ ମୁଖକୁ ନେଇ ଯାଉଛନ୍ତି ତାହା ଦେଖାଉଥାଏ। ଗମ୍ଭୀରତା ର ସହିତ ବସି ନ୍ୟୁଜ୍ ଦେଖୁଥାନ୍ତି ସାହୁବାବୁ। ହଠାତ୍ ମୁନି ପ୍ରଶ୍ନ କରିଲା ସାହୁବାବୁଙ୍କୁ ପାପା ସତରେ କ'ଣ ପୃଥିବୀ ଧ୍ବଂସ ହେବାକୁ ଯାଉଛି ? ସତରେ କ'ଣ ପୃଥିବୀ କାନ୍ଦୁଛି ? ହେଲେ କାହିଁକି କାନ୍ଦୁଛି ? ଆମେ କ'ଣ ତା ଆଖିର ଲୁହ କୁ ପୋଛି ପାରିବାନି ? ନିରୀହ କଣ୍ଠରେ ପଚାରିଲା ମୁନି। ସାହୁବାବୁ ମଧ୍ୟ ଦ୍ୱନ୍ଦରେ ପଡିଗଲେ କ'ଣ କହିବେ ଝିଅକୁ କିନ୍ତୁ ପ୍ରଶ୍ନର ଉତ୍ତର ତ ଦେବାକୁ ପଡିବ। ସାହୁ ବାବୁ ଝିଅକୁ କହିବା ଆରମ୍ଭ କରିଲେ ମାଆରେ ମୁଁ ସେତେବେଳେ ଛୋଟ ପିଲାଟିଏ ଥାଏ। ସେତେବେଳେ ସବୁଜିମା ପରିପୂର୍ଣ୍ଣ ହୋଇ ରହିଥାଏ କ୍ଷେତ ବାଡି। ବଣ ଜଙ୍ଗଲ ରେ ପରି ପୁଣ୍ଣ ହୋଇ ରହିଥାଏ ପୃଥିବୀ। ଲୋକମାନେ ସରଳ ଜୀବନ ଯାପନ କରୁଥାନ୍ତି। ସେତେବେଳେ ନଥାଏ ଯାନବାହନ କି ନଥାଏ ଏତେ କଳ କାରଖାନା। ଲୋକମାନଙ୍କୁ ପ୍ରକୃତିରୁ ପାଉଥାନ୍ତି ଚଳିବା ପାଇଁ ସବୁ କିଛି। ଆସ୍ତେ ଆସ୍ତେ ଲୋକଙ୍କ ଆବଶ୍ୟକତା ଅନୁସାରେ ଗଢିଉଥିଲା କଳ କାରଖାନା । ଲୋକଙ୍କ ଯାତାୟାତ ପାଇଁ ମୋଟର ଯାନବାହନ। ଜଙ୍ଗଲ କୁ କାଟି ତିଆରି ହେଲା ବଡ ବଡ କଳ କାରଖାନା , ସୁଉଚ୍ଚ ଅଟ୍ଟାଳିକା। ସେଥିପାଇଁ ବଳି ପଡିଗଲେ ହଜାର ହଜାର ଗଛ।ବନ୍ୟ ଜନ୍ତୁମାନେ ହୋଇଗଲେ ବାସହରା ଯାହାର ପ୍ରଭାବ ଆସ୍ତେ ଆସ୍ତେ ଜୈବ ମଣ୍ଡଳ ଉପରେ ପଡିବାକୁ ଲାଗିଲା। କଳ କାରଖାନା ପାଇଁ ଆବଶ୍ୟକ କୋଇଲା ପାଇଁ ଖଣି ଖନନ ଚାଲିଲା।କଳ କାରଖାନା ମାନଙ୍କର ବାହୁରୁଥିବା ବିଷାକ୍ତ ବାୟୁ ବାୟୁମଣ୍ଡଳ କୁ ପ୍ରଦୂଷଣ କରିବାକୁ ଲାଗିଲା ଓ ବାହୁରୁଥିବା ବିଷାକ୍ତ ଜଳ ନଦୀ ମାନଙ୍କୁ ପ୍ରଦୁଷିତ କରିଲା।ଯାହା ଫଳରେ ବାୟୁ ଆଉ ଜଳର ଅଭାବ ହେବାକୁ ଲାଗିଲା। ଦିନକୁ ଦିନ ଏମିତି କଳ କାରଖାନା ବଢିବାକୁ ଲାଗିଲା ଯେ ପୃଥିବୀ ଆଜି ଧ୍ବଂସ ହେବାକୁ ବସିଛି। ଜଙ୍ଗଲ ନଷ୍ଟ ହୋଇଯାଇ ଥିବାରୁ ଅମ୍ଳଜାନ ର ଅଭାବ ହେଉଛି।ଖଣି ଖନନ କରି ପୃଥିବୀ କୁ ଖାଲି କରିଦିଆ ଯାଉଛି। ଆଜି ଯେଉଁ ଆଡେ ଦେଖିବ ସିମେଣ୍ଟ ଜଙ୍ଗଲ। ତେଣୁ ପୃଥିବୀ ଆଜି କନ୍ଦୁଛି ଏମିତି କହି ଝିଅକୁ ବୁଝାଇଲେ ସାହୁବାବୁ। ଝିଅ ମଧ୍ୟ କଥା ଦେଲା ଏଥର ସେ ଗଛ ଲଗାଇବ ଅନ୍ୟ ମାନଙ୍କୁ ସଚେତନ କରିବ। ପୃଥିବୀ ଆଖିରୁ ଲୁହ ପୋଛିବ।


Rate this content
Log in