STORYMIRROR

jyotsna mayee panda

Others

3  

jyotsna mayee panda

Others

ପ୍ରତାରଣା (ଅଣୁ ଗଳ୍ପ )

ପ୍ରତାରଣା (ଅଣୁ ଗଳ୍ପ )

1 min
276

ମୁଁ ମାଗିନି ତୁମକୁ ଜହ୍ନ, ତାରା, କି ନିହାରିକା ପୁଞ୍ଜ l ମୁଁ ମାଗିନି କେବେ ହୀରା, ନୀଳl, ମୋତି, କି ମାଣିକ୍ୟ କାରଣ ମୁଁ ଜାଣିଛି ତୁମେ ହିଁ ମୋପାଇଁ ଜନ୍ମ ଜନ୍ମାନ୍ତର ସୁଖ l ସାତ ଜନ୍ମକୁ ସାକ୍ଷୀ କରି ଅଗ୍ନି ସମ୍ମୁଖରେ ସପ୍ତପଦୀ ମଧ୍ୟରେ ସାତ ଫେରାରେ ତୁମେ ହିଁ ଶପଥ କରିଥିଲ ସାତ ଜନ୍ମ ପାଇଁ l

ଇହ କାଳ ପର କାଳର ଦେବତା ହୋଇ l ପୁଣି କାହିଁକି ଖୋଜେ ଏ ଆତ୍ମା ସେ ହାତପାହନ୍ତାରେ ନ ଥିବା ସୁଖ ସବୁ l ମୋ ପାଇଁ ସବୁ ସୁଖ ଆକାଶ କଇଁଆ l ସବୁ କୋହ ବି ଜୀବନରେ ଭରିଯାଇଛି ମୋହ ହୋଇ l ତମେ ମିଛ କୁହ ତୋଳି ଦେବୀ ଜହ୍ନ, ଆଉ ତାରା ପୁଲ ବୋଲି l ମୋର ସବୁ ବିଶ୍ୱାସ ତୁମ ବିଶ୍ୱାସରେ ଭାସିଯାଏ l କାଚକୁ ବି ହୀରାର ମାନ୍ୟତା ଦିଏ l ବାସ୍ତବରେ ଅବାସ୍ତବ ସ୍ୱପ୍ନ ଦେଖେ l ତୁମେ କିଛି ମୁହୁର୍ତ୍ତ. ମାଗିଲେ ସାରା ଜୀବନ ସମର୍ପି ଦିଏ l ତୁମେ ବିନ୍ଦୁଏ ଜଳ ମାଗିଲେ ଅଗାଧ ସମୁଦ୍ର ସମର୍ପି ଦିଏ l ନିଜକୁ ସବୁଦିନ ପାଇଁ ବାନ୍ଧି ଦିଏ ତୁମ ମନର ନିଷିଦ୍ଧ ଅଗଣାରେ l ଜୀବନ ସବୁ ସ୍ୱପ୍ନ ସମର୍ପି ଦିଏ ସେ ବିନିଦ୍ର ରଜନୀରେ l କିନ୍ତୁ ତୁମେ ତଥାପି ମୋତେ ପାରିଲାନି ନିଜର କରି l ସ୍ୱାର୍ଥପରତାର ମୋହରଟେ ଲଗେଇ ଦେଲ ମୋ ନିଃସ୍ଵାର୍ଥପର ପ୍ରେମରେ l ସତରେ ତୁମେ ମୋତେ ଭଲପାଇଲ ନା ପ୍ରତାରଣାର ସୁଅରେ ଭସେଇ ଦେଲ l ଆଜି ବି ମୁଁ ଦ୍ଵନ୍ଦ୍ୱରେ ସେ ପ୍ରେମ ଥିଲା ନା ପ୍ରତାରଣା ll ମୋ ନିରୀହ ମନ ତଥାପି ତୁମ ବିଶ୍ୱାସରେ ବାନ୍ଧି ହୋଇଯାଏ l



Rate this content
Log in