SUKANTA KHANDA

Children Stories

3  

SUKANTA KHANDA

Children Stories

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
214



ଅଦିନ ବର୍ଷା ଛାଡି଼ଗଲା ତ ଶୀତର ରାଜତ୍ବ ବଢି଼ଗଲା। ଶୀତ ଲହଲହ ଜିଭରେ ମାଡି଼ ଆସିବାବେଳେ ଜାକିଜୁକି ହୋଇ ବସିଥିବା ବୁଢା଼ଟି କହିଲା,"ଶୀତ ! ତୁମେ ତ ହିତ ପାଇଁ ଆସିଥାଅ ଅଥଚ ଯେମିତି ଦାଣ୍ଡ ଦୁଲୁକାଇ ଆସୁଛ ମୋର ମୃତ୍ଯୁ ହୋଇଯିବ ନାହିଁ ତ?"

     ଏ କଥାଶୁଣି ଶୀତ ଦାନ୍ତକୁ କଡ଼ମଡ଼ କରି ବୁଢା଼ ଉପରକୁ କୁଦି ପଡି଼ଲା ତ ବୁଢା଼ଟି ମୃତ୍ଯୁର କୋଳରେ ଶୋଇଗଲା। ଶୀତ ବୁଢା଼କୁ ଚାଟିଦେଇ ଖର ନିଶ୍ବାସ ମାରୁଥାଏ ଖରା ଧୀର ପାଦରେ ଆସି ଠିଆ ହୋଇ କହିଲା,"ଶୀତ ! ତୁମେ ତ ହିତ ପାଇଁ ଆସିଥାଅ ହେଲେ ଏ ବୁଢା଼ର ଜୀବନ ନେଲ କାହିଁକି?" ଶୀତ କହିଲା,"ଖରା ! ମୋର ବାଟରେ ବାଧକ ସାଜ ନାହିଁ ଯଦି ମୁଁ ଏବେଏବେ ନ ଖାଇବି ତ ଆଉ ଖାଇ ପାରିବି ନାହିଁ ଆଉ ଅଳ୍ପଦିନ ପରେ ତୁମର ରାଜୁତି ହେବ। ତୁମେ କେତେ ଖାଇବ ଖୋଲିକି କହି ପାରିବ କି?" ଏ କଥା ଶୁଣି ଖରା ନୀରବ ରହିଲା ଓ ନିଜ ରାସ୍ତାରେ ଚାଲିଗଲା।

   ଶୀତ ଆହୁରି ଜୋରରେ କୁହୁଡି଼କୁ ଧରି ମାଡି଼ ଚାଲିଲା ତାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ କି ଯଦି ଏବେ ମୋଟେ ଖାଇ ପାରିବି ନାହିଁ ଖରା ଆସିଲେ କ'ଣ ଖାଇବାକୁ ମିଳିବ ।

           


Rate this content
Log in