ପ୍ରକୃତି ପ୍ରେମ
ପ୍ରକୃତି ପ୍ରେମ
ପ୍ରକୃତି ହେଉଛି ଆମ ମା।ପ୍ରକୃତି କୁ ଆମେ ଭଲ ପାଉ।ସେମିତି ଜଣେ ନିଆରା ପ୍ରକୃତି ପ୍ରେମୀ ରମେଶ।
ରମେଶ ଘର କନ୍ଧମାଳ ରେ।ସେ ସରକାରୀ ଚାକରି ପାଇ ବାହାରକୁ ଗଲା।ଦିନେ ତାର ଉପର କର୍ମଚାରି ତାକୁ ବିନା ଦୋଷ ରେ ଦୋଷୀ ସାବ୍ୟସ୍ତ କଲେ।ସେ ଚାକିରୀ ଛାଡି ନିଜ ଘରକୁ ଆସିଲା।
ଗାଁ ଲୋକ ଟାହି ଟାପରା ତାକୁ କଲେ।ସେ ଦିନେ ଗଛ ଲଗାଇବାକୁ ମନସ୍ତ କଲା।ସେ ତା ବାରି ପଟେ କିଛି ପରିବା ଗଛ ଲଗାଇ ସେଥିରୁ କିଛି ଅର୍ଥ ପାଇଲା।କିଛି ଦିନ ପରେ ସେ ବିଭିନ୍ନ ଔଷଧ ଗଛ ଲଗାଇ ନିଜେ ବୈଦ୍ଯ କାମ କରି ଲୋକ ଙ୍କ ଉପକାର କଲା।
ତା ପରେ ସେ ଶାଗୁଆନ୍ ଗଛ,ଆମ୍ବ ଗଛ,ଶାଳ ଗଛ ଇତ୍ୟାଦି ଲଗାଇ ବେଶ ଅର୍ଥ ଉପର୍ଜନ କଲା।ସେ ଗଛ ଲଗାଇବା ଦ୍ୱାରା ଜଙ୍ଗଲ ସୃଷ୍ଟି ହେଲା।ବିଭିନ୍ନ ପଶୁ ପକ୍ଷୀ ଆସି ରହିଲେ। ସେ ଗଛ ଲଗାଇବା ଦ୍ୱାରା ସେହି ଗାଁରେ ଠିକ ସମୟ ରେ ବର୍ଷା ହେଲା।
ଦିନେ ଏକ ଶିକାରୀ ଗଛ କାଟି ବାକୁ ଆସିଲା।ରମେଶ କିନ୍ତୁ ମନା କଲା ସେ ରମେଶ ର କଥା କୁ ଶୁଣିଲା ନାହିଁ ।ରମେଶ କୁ ହତ୍ୟା କରି ବାକୁ ଚାହିଁଲା।
ଶେଷରେ ବନ ବିଭାଗ ର କର୍ମ ଚାରି ଆସି ସେ ଶିକାରୀ କୁ ଧରି ଜେଲ୍ କୁ ନେଲେ। ରମେଶ ର ପ୍ରକୃତି ପ୍ରେମ ଆଜି ଏକ ଉଦାହରଣ ହୋଇ ରହିଲା।
