PRANATI MAHAPATRA

Children Stories Action

4.0  

PRANATI MAHAPATRA

Children Stories Action

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

3 mins
176



ବନ୍ଧୁ ର ପରିଚୟ ବନ୍ଧୁ ପାଖରେ ବନ୍ଧୁ।ଆତ୍ମୀୟତାର ମୋହ,ଏକ ମନ ଏକ ହୃଦୟ ଶରୀର ସିନା ଅଲଗା।

ଡକାଡକି ହୋଇ ସ୍କୁଲ ଯିବା ସମୟ ହୋଇ ଯାଉଥିଲେ ବା ସ୍କୁଲ ବାହାରିବା ବେଳକୁ ଖାଇବା ସମୟରେ ଜଣେ ଆରଜଣକ ସାଙ୍ଗରେ ଖାଇଦେଲେ ଶୀଘ୍ର ଶେଷ ହେବା ଉଦ୍ଦେଶ୍ୟରେ ଦୁହେଁ ମିଶି ସାଙ୍ଗ ହୋଇ ଖାଇ ଦେଇ ସ୍କୁଲ ଯାଉଥିଲେ।ଜଣକୁ ପାଠ ନ ଆସିଲେ ଆର ଜଣକ ବୁଝେଇ ଦିଏ।ଏଥର ପରୀକ୍ଷାରେ ଜଣେ ପ୍ରଥମ ହେଉଥିଲେ, ଆର ପରୀକ୍ଷାରେ ଆଉ ଜଣେ ପ୍ରଥମ ହେଉଥିଲା।ବାଃରେ ସାଙ୍ଗ ,ବାଃରେ ବନ୍ଧୁ।

ନିହାତି ଗରିବ ନ ହେଲେ ବି ଆର୍ଥିକ ପରିସ୍ଥିତି ସେତେ ସ୍ଵଛଳ ନୁହେଁ। ଯଦି ଜଣେ ସ୍କୁଲ ଦରମା ଦେଇ ନ ପାରେ ଆର ଜଣକ ଘରେ ବାପାଙ୍କୁ କହି ସାଙ୍ଗର ଦରମା ଦେଇଦିଏ। ଖୁବ ହସଖୁସିରେ ସ୍କୁଲ ପାଠପଢା ଶେଷ ହେଲା।


  ଦୁଇଜଣ ଯାକ ମେଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଭୁବନେଶ୍ୱରର ଉତ୍କଳ ବିଶ୍ଵବିଦ୍ୟାଳୟ ରେ ପଢିଲେ।ବି ଏ ପାସ ପରେ ଜଣେ ପୋଲିସ ଓ ଆର ସାଙ୍ଗ ଜଣକ ବ୍ୟାଙ୍କ ରେ ଚାକିରି ପାଇଗଲେ।


ଉଭୟ ଉଭୟଙ୍କ ସହ ଫୋନ ଯୋଗେ କଥା ହୁଅନ୍ତି।ଦୁଇଜଣ ଯାକ ବି ଗୋଟିଏ ସହରରେ ଚାକିରି କରିଥିଲେ। ହେଲେ ଜଣେ ଗ୍ରାମ୍ୟ ବ୍ୟାଙ୍କ ରେ ଆଉ ଜଣେ ସହରରେ।

ଦିନେ ବ୍ୟାଙ୍କର ସାଙ୍ଗ ଜଣକ ପୋଲିସ ସାଙ୍ଗକୁ ଫୋନ କରି କରି ଥକିଗଲା ପଛେ, ସେ ସାଙ୍ଗ ଜଣକ ଫୋନ ଧରିଲା ନାହିଁ।ଯିଏ ବି ଧରିଲା ଭୁଲ ନମ୍ବର କହି କାଟିଦେଲା।


ମଝିରେ ଗୋଟିଏ ସାଧାରଣ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା।ତେଣୁ କିଛି ଦିନ ଉଭୟେ ଉଭୟଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ।


ଘଟଣାର ପୃଷ୍ଠଭୂମି ଥିଲା ଏହିପରି।ପୋଲିସ ସାଙ୍ଗ ଜଣକ ଯେଉଁ ଝିଅକୁ ଭଲପାଏ ବ୍ୟାଙ୍କ ସାଙ୍ଗଟି ବି ସେହି ଝିଅକୁ ଭଲପାଏ।ଦିନେ ପୋଲିସ ସାଙ୍ଗଟି ନିଜ ପ୍ରେମିକାକୁ ବ୍ୟାଙ୍କ ସାଙ୍ଗସହ ପାର୍କରେ ବୁଲୁଥିବା ଦେଖିଥିଲେ।ରାଗରେ ଲାଲ୍ ପଡି ସାଙ୍ଗକୁ ଯାହା ଇଚ୍ଛା ହେଲା ଗାଳି ଦେଲା।


ନା ସେ ଏମାନଙ୍କ କଥା ବୁଝିବା ଅବସ୍ଥାରେ ଥିଲା ନା ଶୁଣିବା ଅବସ୍ଥାରେ।କଥା ଏତିକି ଯେ ଝିଅଟି ପ୍ରକୃତରେ ବ୍ୟାଙ୍କ ସାଙ୍ଗକୁ ଭଲପାଏ।ସେ ଯାହା ବି ହେଉ ବ୍ୟାଙ୍କ ସାଙ୍ଗ ସହ ବି ସେ ଝିଅର ବାହାଘର ହୋଇଗଲା।ଉଭୟ ପରିବାରର ସ୍ଵୀକୃତି କ୍ରମେ।ବ୍ୟାଙ୍କ ସାଙ୍ଗଟି ଏ ବିଷୟରେ ତା ପୋଲିସ ସାଙ୍ଗସହ ଆଲୋଚନା କରିବାକୁ ଚାହିଁଥିଲେ ବି ସେ ସାଙ୍ଗ ଜଣକ ନିଜ ଫୋନ ନମ୍ବର ବଦଳାଇ ଦେଇଥିଲା।


ଏମିତି ତ ଅନେକ ଦିନ ଚାଲିଗଲା।ଉଭୟେ ବି ବିବାହ କରି ଘର ସଂସାର କଲେ।ଚାକିରି ବି କଲେ।


କିନ୍ତୁ ବ୍ୟାଙ୍କ ସାଙ୍ଗଟି ଅଥୟ ହୋଇ ସେ ସାଙ୍ଗକୁ ଖୋଜୁଥାଏ।

ଇତି ମଧ୍ୟରେ ବ୍ୟାଙ୍କର ଚୋରି ଘଟଣାରେ ସାଙ୍ଗଟି ଆରେଷ୍ଟ ହୋଇଗଲା।ଏକଥା ଖବରକାଗଜ ଟିଭି ଇତ୍ୟାଦି ସବୁଥିରେ ବ୍ୟାଙ୍କର ନାମ ଓ ଏହି ସାଙ୍ଗର ନାମ ବାହାରି ଥାଏ।ପୋଲିସ ସାଙ୍ଗଟି ଦିନେ ହଠାତ ଖବରକାଗଜ ପଢୁପଢୁ ଚମକି ପଡିଲା ସାଙ୍ଗର ନାମ ପଢି।ଚଟାପଟ ନିତ୍ୟକର୍ମ ସାରି ବାହାରିଗଲା ସାଙ୍ଗ ଥିବା ଜେଲକୁ।ସେଠାରେ ପହଞ୍ଚି ଉଭୟେ ଉଭୟଙ୍କୁ ଦେଖିଲେ, ହେଲେ କାହାରି ପାଟିରେ କଥା ନ ଥାଏ।ପୋଲିସ ସାଙ୍ଗ ଜଣକ ବ୍ୟାଙ୍କ ସାଙ୍ଗ ଠାରୁ ସବୁ କଥା ଶୁଣିଲା।ବ୍ୟାଙ୍କ ସାଙ୍ଗଟି ନେହୁରା ହୋଇ ମୁକୁଳିବାକୁ ଅନୁରୋଧ କରୁଥାଏ।ହେଲେ ପୋଲିସ ସାଙ୍ଗଟି ତା ସାଙ୍ଗର ଏ ବିକଳ କାନ୍ଦରେ ତରଳି ନ ଯାଇ ପଳେଇ ଆସିଲା।


ନଅ ଦଶଦିନ ପରେ ବ୍ୟାଙ୍କ ସାଙ୍ଗକୁ ନିର୍ଦ୍ଦୋଷରେ ଖଲାସ ହେବାର ଖବର ଆସିଲା।ବ୍ୟାଙ୍କ ରୁ ଚୋରି କରିଥିବା ଚୋରର ଠିକଣା ମିଳି ଯାଇଥିଲା ପୋଲିସକୁ।ସେଥିପାଇଁ ତାଙ୍କୁ ସସମ୍ମାନେ ବିଦା କରାଗଲା।


ହେଲେ ଏସବୁ କିଏ ଏମିତି କଲେ।ତାଙ୍କୁ ହାତଯୋଡି କୃତଜ୍ଞତା ଜ୍ଞାପନ କରି ଜେଲରୁ ମୁକୁଳି ଆସିବା ବାଟରେ ଜେଲର ଫାଟକ ପାଖରେ ଦେଖିଲେ ପୋଲିସ ସାଙ୍ଗଟି ଠିଆ ହୋଇଛି।ସେ ତାକୁ କଥା ନ କହି ଆଗକୁ ପାଦ ବଢାଇଲେ, ହେଲେ ବ୍ୟାଙ୍କର ସାଙ୍ଗର ବାପା କହିଲେ, ଶୁଣ ତୋର ଏହି ବାଲ୍ୟବନ୍ଧୁ ତୋତେ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଆଜିକୁ ଆଠଦିନ ହେଲା ଖାଇବା ପିଇବା ଭୁଲି କାମ କରି ଚାଲିଥିଲା। ତା ଫଳ ସ୍ଵରୁପ ତୁ ଆଜି ମୁକ୍ତି ପାଇଲୁ।ଏଭଳି ବନ୍ଧୁକୁ ଆଡେ଼ଇ ଦେଇ ଚାଲି ଆସୁଛୁ।ଆରେ କେତେବେଳେ କଣ ହୋଇଥିଲା।ଦେଖ୍ ତୋ ପାଇଁ ସେ କେତେ ଲୋକଙ୍କ ପାଖରେ ତା ଚାକିରି, ତା ଜୀବନକୁ ବାଜି ଲଗେଇ ଦେଇ ତୋତେ ନିର୍ଦ୍ଦୋଷରେ ଖଲାସ କଲା।ଆରେ ସେ ହିଁ ତୋର ପ୍ରକୃତ ବନ୍ଧୁ।


  ଯେଉଁ ବନ୍ଧୁ ବନ୍ଧୁ ର ସୁଖରେ ନୁହେଁ ବିପଦ ଆପଦ ଦୁଃଖ ବେଳେ ପାଖରେ ରହି ବନ୍ଧୁ ର ବେଦନା ବୁଝି ସହଯୋଗ କରିବାକୁ ଆଗେଇ ଆସେ ଓ ବନ୍ଧୁତ୍ଵର ମର୍ଯ୍ୟାଦା ରକ୍ଷାକରେ ସେ ହିଁ ଦୁନିଆଁରେ ପ୍ରକୃତ ବନ୍ଧୁ ପଦବାଚ୍ୟ।


ଏମିତି ବନ୍ଧୁ ଏ ଯୁଗରେ କୃଷ୍ଣ ସୁଦାମା ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ।


Rate this content
Log in