ପ୍ରିୟ ଉପନ୍ୟାସର କାହାଣୀ‐ ଶାସ୍ତୀ
ପ୍ରିୟ ଉପନ୍ୟାସର କାହାଣୀ‐ ଶାସ୍ତୀ
ପୁସ୍ତକ ପଠନ ଏକ ବଡ଼ ଅଭ୍ୟାସ | ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଯୁଗରେ ପୁସ୍ତକ ପଠନଠାରୁ ମଣିଷ ଦିନକୁ ଦିନ ଦୂରେଇ ଯାଉଛନ୍ତି | ଉପନ୍ୟାସ ଏକ ବୄହତ୍ତର ଗଳ୍ପ | କାହାଣୀର ଗତାନୁଗତିକତା ଦେଇ ଆଗକୁ ବଢ଼ିଲା ବେଳେ କାହାଣୀ ଭିନ୍ନ ଭିନ୍ନ ମୋଡ଼ ଦେଇଥାଏ | କାହାଣୀର ପ୍ରବାହ ଧାରାରେ ପାଠକ ଉପନ୍ୟାସ ପଠନ ଶେଷ ନ ହେବାଯାଏ ମନ ପଛକୁ ଫେରେ ନାହିଁ | ଏହି ପ୍ରବାହ ଧାରାରେ କାହ୍ନୁଚରଣଙ୍କ ଶାସ୍ତୀ ଉପନ୍ୟାସ ଅବା ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଭଳି ଉପନ୍ୟାସ ଓଡ଼ିଆ ଭାଷାରେ ଏକ ଏକ ମାଇଲଖୁଣ୍ଟ | ସନିଆଁ ସାଧାରଣ ଗରିବ ଘରର ଯୁବକ | ଜମି ଦି'ମାଣର ଚାଷୀ | ନିମ୍ନ ଜିତିର ବୋଲି ତିରସ୍କୃତ ,ଲାଞ୍ଛିତ ଓ ଅପମାନିତ | ଜମିଦାର ଘରର ବୋହୂ ସନିଆଁର ଅତି ପ୍ରିୟ | ଦୁହେଁ ପରସ୍ପର ପ୍ରତି ଆକର୍ଷିତ | ମନର ଭାବ ଆଉ ଭାଷା ପ୍ରକାଶ କରିବାରେ ଅସମର୍ଥ | ଗାଆଁର ରାମ ଲୀଳା ଯାତ୍ରାରେ ସମସ୍ତେ ଯାତ୍ରା ଦେଖିବାରେ ବ୍ୟସ୍ତ | ସନିଆଁର ଅଭିନୟ ବେଶ ଆକର୍ଷଣୀୟ | ଜମିଦାର ଘର ବୋହୂ ସନିଆଁ ପ୍ରତି ଅହେତୁକ ଆକର୍ଷଣ ଜମିଦାରକୁ ଜଣା ପଡ଼ିଯାଏ | ଆଖିରେ ଆଖିଏ ସ୍ୱପ୍ନ ,ଆବେଗ ଓ ଦୟା | ପ୍ରେମ ହୋଇଯାଏ ଅନ୍ତରର ଭାବନା ଓ ହୃଦୟତା | ସନିଆଁର କୁଡ଼ିଆ ଘର | ଗାଆଁ ସେ ମୁଣ୍ତ | ନଡ଼ା ଛପର ଘର | ଜ୍ବରରେ ଥରୁଥାଏ ସନିଆଁ | ଚାଦର ଘୋଡ଼େଇ ହୋଇ ସନିଆଁ ଜ୍ବରରେ କମ୍ପୁଥାଏ | ଜମିଦାର ଘର ବୋହୂ କବାଟ ଭିତରେ ବିନ୍ଧି ହୋଇପାରିଲେ ନାହିଁ | ଦାଣ୍ତ ଦୁଆର ଡେଇଁ ସେ ଚାଲିଲେ ସନିଆଁ ଘରକୁ | ଜ୍ବରରେ କମ୍ପୁଥିବା ସନିଆଁ ଦେହରେ କମ୍ବଳ ଘୋଡ଼େଇଦେଲେ | ପାରମ୍ପରିକ ସମାଜର ବାଧା ତାଙ୍କୁ ପୀଡ଼ା ଦେଉଥାଏ | ତଥାପି ବିଧବା ହୋଇଥିବା ହେତୁ ଫେରିଆସିଛନ୍ତି ମହଲକୁ | ଦୂରରୁ ଦୂରରୁ ସେମାନଙ୍କର ପ୍ରେମ, ସହନଶୀଳତା ବା ଆଉ କ'ଣ କୁହାଯାଇପାରେ; ସେମିତି ଶୀତଳ ପବନେ ମିଳେଇ ଯାଉଥାଏ | କାହାଣୀର ପ୍ରବାହ ଏତେ ଆକର୍ଷଣୀୟ ଯେ ଜଣେ ଥରେ ଆରମ୍ଭ କଲେ ଶେଷ ନ କଲେ ଶୋଇ ପାରିବ ନାହିଁ | ସେମିତି ଘଟିଥିଲା ମୋ ଠାରେ | ଗୋଟିଏ ରାତିରେ ମୋତେ ପଢ଼ି ଶେଷ କରିବାକୁ ପଡ଼ିଥିଲା |
