Tikeshwar Sahu

Others

4  

Tikeshwar Sahu

Others

ପ୍ରିୟ ଖଳନାୟକ

ପ୍ରିୟ ଖଳନାୟକ

1 min
218


ପ୍ରିୟ ଖଳନାୟକ     ———————— ✍️ଶ୍ରୀ ଟିକେଶ୍ବର ସାହୁ ,         ଚଳଚ୍ଚିତ୍ର,ଅପେରା ବା ନାଟକ ହେଉ ସବୁଥିରେ ନାୟକ ଓ ନାୟିକା, ହାସ୍ୟରସାତ୍ମକ ଅଭିନେତାଙ୍କ ସହ ଖଳନାୟକଙ୍କ ଭୂମିକା ଅତିବ ଗୁରୁତ୍ବପୂର୍ଣ୍ଣ | ସମୟେ ସମୟେ ଖଳନାୟକଙ୍କର ସଂଳାପ ଦର୍ଶକ ମୁହଁରେ ବାରମ୍ବାର ଶୁଣିବାକୁ ମିଳେ | ସେହିଥିରେ ଲାଭ କରେ ଖଳନାୟକର ଅଭିନୟ | ଯେପରି ରାଇମୋହନ ପରିଡ଼ାଙ୍କର "ଅନାନି " ସଂଳାପ ସମସ୍ତଙ୍କୁ ଜଣା | ରାଇମୋହନ କହିଲେ ଅନାନି ଓ ଅନାନି କହିଲେ ରାଇମୋହନକୁ ବୁଝାଏ | ସେହିଭଳି ନାମକରା ଖଳନାୟକଙ୍କ ମଧ୍ୟରେ ବିଜୟ ମହାନ୍ତି, ସମରେଶ, ମିହୀର ଦାଶ ଇତ୍ଯାଦି ଓଡ଼ିଆ ଚଳଚ୍ଚିତ୍ରରେ ବେଶ ଜଣାଶୁଣା | ହିନ୍ଦି ଚଳଚ୍ଚିତ୍ରରେ ଗବର ସିଂ ଭୂମିକାରେ ଅମଜାଦ୍ ଖାନ୍ , ପ୍ରାନ୍ , ଓମ୍ ପୁରୀ, ଅମରିଶ ପୁରୀ ଇତ୍ଯାଦି ଖଳନାୟକ ଖୁବ୍ ନାମକରା | ଚଳଚ୍ଚିତ୍ର ଜଗତ ନିଶ୍ଚିତ ସେମାନଙ୍କୁ ମନେରଖିବ | "ମୁଗାମ୍ବୋ ଖୁସ୍ ହୁଆ " ସଂଳାପ ଅମରିଶ୍ ପୁରୀଙ୍କୁ ମନେପକାଏ |            ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରାଇମୋହନ ଖୁବ ଚର୍ଚ୍ଚିତ ଚେହେରା | ତାଙ୍କର କହିବାର ଠାଣି, ଶାରୀରିକ ଗଠନ ,ପୋଷାକ ପରିଧାନ ଇତ୍ୟାଦି ସବୁଠାରୁ ନିଆରା | ଅନେକ ପ୍ରକାର ଖଳନାୟକ ଚରିତ୍ରରେ ଅଭିନୟ କରି ସେ ଆମ ପାଖରେ ଚିର ଅମର | ଭୁବନେଶ୍ବର ନାଟକ ଲଳିତକଳା ଏକାଡ଼େମୀର ନାମକରା ଶିକ୍ଷକ ଶ୍ରୀଯୁକ୍ତ ବିଜୟ ମହାନ୍ତି ଓ ଶ୍ରୀଯୁକ୍ତ ଅଜିତ ଦାଶଙ୍କର ଛାତ୍ର ଶ୍ରୀଯୀକ୍ତ ରାଇମୋହନ ପରିଡ଼ା | ସେ ଦୁଇ ଜଣ ଗୁରୁ ହାତ ଧରାଧରି ହୋଇ ସ୍ବର୍ଗାରୋହଣ କରିଗଲେ | ପ୍ରକୃତରେ ଏହା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି | ରାଇମୋହନ ବୟସରେ ଅଧିକ | ତାଙ୍କ ଉପରେ ଗୁରୁଦାୟିତ୍ବ ଓଡ଼ିଆ ଚଳଚ୍ଚିତ୍ରକୁ ଆଗେଇନେବା | ରାଇମୋହନ ଏକ ସରଳ ,ନିଷ୍କପଟ, ନୀରାଡ଼ମ୍ବର ଚରିତ୍ର | ଅଭିନୟରେ ଯେତେ ଭୟଙ୍କର ଦେଖାଗଲେ ବି ଚଳଣିରେ ଖୁବ ସରଳ ହୃଦୟ | ସେ ଆମର ଚିରନମସ୍ୟ |  


Rate this content
Log in