Tikeshwar Sahu

Others

3  

Tikeshwar Sahu

Others

ପ୍ରିୟ ଖେଳ ତାରକା‐ ସଚିନ ତେନ୍ଦୁଲକର

ପ୍ରିୟ ଖେଳ ତାରକା‐ ସଚିନ ତେନ୍ଦୁଲକର

2 mins
174


           ସଚିନ ତେନ୍ଦୁଲକରଙ୍କ ପୂରାନାମ ସଚିନ ରମେଶ ତେନ୍ଦୁଲକର | ସେ ବମ୍ବେର ଦାଦରଠାରେ ୨୪ ଏପ୍ରିଲ୍ ୧୯୭୩ ଏପ୍ରିଲରେ ଜନ୍ମଗ୍ରହଣ କରିଥିଲେ | ପିତାଙ୍କ ନାମ ରମେଶ ତେନ୍ଦୁଲକର ଓ ମାତାଙ୍କ ନାମ ରଜନୀ ତେନ୍ଦୁଲକର |ଦୁଇ ଭାଇ ନିତିନ ଓ ଅଜିତ ଏବଂ ଭଉଣୀ ସବିତା | ତାଙ୍କର ଉଚ୍ଚତା ୫ ଫୁଟ୍ ୫ ଇଞ୍ଚ | ତାଙ୍କର ଉଚ୍ଚତା ପାଇଁ କ୍ରିକେଟ ଖେଳରେ ସେ ବହୁ ଚର୍ଚ୍ଚିତ | ସ୍ତ୍ରୀଙ୍କ ନାମ ଅଞ୍ଜଳୀ ମେହେଟା ଏବଂ ପୁଅ ଅର୍ଜୁନ ଓ ଝିଅ ସାରା | ପ୍ରଥମ କ୍ରିକେଟ କୋଚ ଥିଲେ ରମାକାନ୍ତ ଆର୍ଚ୍ଚେକର | ତାଙ୍କ ଉପରେ ତିଆରି କରାଯାଇଥିବା ଫିଲ୍ମର ନାମ "ସଚିନ, ଏ ବିଲିଅନ୍ ଡ୍ରିମସ୍ " | ସଚିନଙ୍କୁ ନେଇ ଗୁଲୁ ଇଜିକିଲ୍ ଲେଖିଥିବା ପୁସ୍ତକର ନାମ‐" The story of the world's Greatest Batsman ."  ପିଟର ମୁରିଙ୍କ ଦ୍ବାରା ଲିଖିତ ପୁସ୍ତକ "ମାଷ୍ଟରଫୁଲ୍ "| ତାଙ୍କୁ କ୍ରିକେଟ୍ ଜଗତରେ ଲିଟିଲ ମାଷ୍ଟର ବ୍ଲାଷ୍ଟର କୁହାଯାଏ | ସେ ପ୍ରଥମ ଟେଷ୍ଟ କ୍ରିକେଟ ଆରମ୍ଭ କରିଥିଲେ ୧୫, ନଭେମ୍ବର, ୧୯୮୯ ମଇରେ ଓ ଶେଷ ଟେଷ୍ଟ କ୍ରିକେଟ ୧୪, ନଭେମ୍ବର, ୨୦୧୩ ମଇରେ | ପ୍ରଥମ ଏକ ଦିବସୀୟ କ୍ରିକେଟ ଆରମ୍ଭ କରିଥିଲେ ୧୮ ଡିସେମ୍ବର, ୧୯୮୯ ରେ ଓ ଶେଷ ମ୍ୟାଚ ୧୮ ମାର୍ଚ୍ଚ, ୨୦୧୨ ରେ |ସେ ୪୬୩ଟି ୱାନ ଡେ ମ୍ୟାଚ ଖେଳିଥିବା ବେଳେ ୨୦୦ଟି ଟେଷ୍ଟ ମ୍ଯାଚ ଖେଳିଥିଲେ |ୱାନ ଡେ ମ୍ଯାଚରେ ସର୍ବମୋଟ ୧୮୪୨୬ ରନ୍ କରିଥିବା ବେଳେ ଟେଷ୍ଟ ମ୍ଯାଚରେ ୧୫୯୨୧ ରନ୍ ସଂଗ୍ରହ କରିଥିଲେ |ଓଡ଼ିଆଇ (ODI) ରନ୍ ହାର ୪୪.୮% ଓ ଟେଷ୍ଟ ରନ୍ ହାର ୫୩.୭୮% | ସେ ୱାନ ଡେ ରେ ୧୫୪ଟି ୱିକେଟ୍ ହାସଲ କରିଥିବା ବେଳେ ଟେଷ୍ଟ ମ୍ୟାଚରେ ୪୬ ଟି ୱିକେଟ୍ ହାସଲ କରିଥିଲେ|         

ସଚିନ ତେନ୍ଦୁଲକର ୧୯୯୪ରେ ଅର୍ଜୁନ ଆୱାର୍ଡ, ୧୯୯୭ରେ ରାଜିବ ଗାନ୍ଧୀ ଖେଳରତ୍ନ ଆୱାର୍ଡ, ୧୯୯୯ରେ ପଦ୍ମଶ୍ରୀ ଓ ୨୦୦୮ରେ ପଦ୍ମ ବିଭୂଷଣ ଆୱାର୍ଡ ପ୍ରାପ୍ତ କରିଥିଲେ | ସେ ୧୬ ନଭେମ୍ବର, ୨୦୧୩ରେ ସମ୍ମାନଜନକ ଭାରତରତ୍ନ ଉପାଧି ଭାରତ ସରକାରଙ୍କଠାରୁ ପାଇଥିଲେ | ସେ ୧୯ ଥର ଗ୍ରୀନିଚ୍ ୱାର୍ଡ ରେକର୍ଡ ହାସଲ କରିଥିଲେ | ସେଥି ମଧ୍ୟରୁ ଇଣ୍ଟରନେସନାଲ କ୍ରିକେଟରେ ୧୦୦ ଟି ସେଞ୍ଚୁରୀ ଅନ୍ୟତମ |ସଚିନ ତେନ୍ଦୁଲକର ବିଶିଷ୍ଟ ବ୍ୟକ୍ତିତ୍ବ | ସାରା ପୃଥିବୀରେ ଗୋଟିଏ ସୁପରିଚିତ ଚେହେରା | କେହି କେହି କହନ୍ତି ସଚିନ ତେନ୍ଦୁଲକର କ୍ରିକେଟ୍ ଦେବତା | କ୍ରିକେଟ୍ ଖେଳ ଯେ ତାଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇ ଦେଇଛି, ତାହା ଅନସ୍ବୀକାର୍ଯ୍ଯ | ଏପରିକି ଭାରତର ସବୁଠାରୁ ସମ୍ମାନଜନକ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହେବା ଏକ ଗୌରବର କଥା ଓ ଗାଥା | ଭାରତ ଏଭଳି ଜଣେ ଖ୍ୟାତି ସଂପନ୍ନ ବ୍ୟକ୍ତିଙ୍କୁ ଜନ୍ମ ଦେଇ ସ୍ବକୀୟ ଗୌରବରେ ଗୌରବାନ୍ବିତ | ତାଙ୍କୁ ଭାରତର କୋଟି କୋଟି ଜନତା ସଲାମ ଜଣାଏ |        


Rate this content
Log in