Tikeshwar Sahu

Others

3  

Tikeshwar Sahu

Others

ପ୍ରିୟ ଖେଳ ‐ ଫୁଟବଲ

ପ୍ରିୟ ଖେଳ ‐ ଫୁଟବଲ

2 mins
170


,            କ୍ରୀଡ଼ା ଜୀବନର ଅବିଚ୍ଛେଦ୍ୟ ଅଂଗ | ବ୍ୟାୟାମ ଶରୀର ପାଇଁ ନିହାତି ଆବଶ୍ୟକ | ଏଥିପାଇଁ ଘର ବାହାର ଖେଳ ଓ ଘର ଭିତର ଖେଳ ଖେଳିବାକୁ ହୁଏ | ଏହି କ୍ରମରେ ଫୁଟବଲ ଖେଳ ଅନନ୍ୟ | ଗୋଟିଏ ଘଣ୍ଟାର ଖେଳ ଖୁବ ଆନନ୍ଦଦାୟକ ତଥା ଆବେଗପୂର୍ଣ୍ଣ | ଖେଳାଳୀକୁ ଯେତିକି ମଜା ଦିଏ ,ତାଠାରୁ ଦର୍ଶକକୁ ଆହୁରି ଅଧିକ ମଜାଦିଏ |     ଶହେ ମିଟର ଲମ୍ବା ଓ ପଞ୍ଚସ୍ତରୀ ମିଟର ଓସାରର ଖେଳ ପଡ଼ିଆ | ଦୁଇ ପାର୍ଶ୍ବରେ କୋଡ଼ିଏ ଫୁଟ ଓସାର ଓ ଆଠ ଫୁଟ ଉଚ୍ଚତାର ଗୋଲପୋଷ୍ଟ | ପଛପଟ ନେଟ୍ ଦ୍ବାରା ଆଚ୍ଛାଦିତ | ଗୋଲ ପୋଷ୍ଟ ଆଗରେ ଡି. ଏରିଆ ;ଯେଉଁଠାରେ ଗୋଲକିପର୍ ବଲକୁ ଧରିପାରିବ | ପଡ଼ିଆ ମଧ୍ୟ ଭାଗରୁ ଦୁଇ ଭାଗରେ ବିଭକ୍ତ କରାଯାଏ | ମିଡ଼ିଲ ଏରିଆରେ ସାତ ମିଟରର ଗୋଲ କରାଯାଇ ମଝିରେ ବଲ ରଖାଯାଏ | ଉଭୟ ଦଳରେ ଏଗାର ଜଣ ଲେଖାଏଁ ଖେଳାଳୀ ରହନ୍ତି | ସେଣ୍ଟର ଫରୱାର୍ଡ ରହ ଚାରିଜଣ ଖେଳାଳୀ ରହନ୍ତି ବଲଟିକୁ ଆଗକୁ ବଢ଼ାଇବା ସହ ଗୋଲ ସ୍କୋର କରନ୍ତି | ଏଥିରେ ଲେପ୍ଟ ଆଉଟ୍ ଓ ରାଇଟ୍ ଆଉଟ୍ ଙ୍କ ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ | ଡିଫେଣ୍ଡର୍ ହିସାବରେ ରହନ୍ତି ପାଞ୍ଚ ଜଣ ଓ ଜଣେ ଗୋଲକିପର | ସ୍ଥଳ ବିଶେଷରେ କ୍ୟାପଟେନ୍ ଖେଳର ରଣନୀତି ଓ ଖେଳାଳୀ ସଜ୍ଜା ପରିବର୍ତ୍ତନ କରିଥାନ୍ତି | ଅନେକ ଦଳ (୫+୫+୧) / (୬+୪+୧) କ୍ରମରେ ସଜାନ୍ତି | ଖେଳ ପରିଚାଳକ ବା ରେଫରି ଫୁଟବଲ ଖେଳକୁ (୧୫+୫+୧୫) / ( ୨୦+୫+୨୦) / (୨୫+୫+୨୫) ବା (୩୦+୧୦+୩୦) ମିନିଟ୍ ସମୟ ଦେଇ ଖେଳ ଖେଳାନ୍ତି | ରେଫରିଙ୍କୁ ଉଭୟ ଲାଇନ୍ ରେ ସହଯୋଗିତା କରନ୍ତି ଲାଇନସ୍ ମ୍ୟାନ | ହାତରେ ଥିଏ ଲାଲି ପତାକା | ସେମାନେ ବଲ ଆଉଟ୍ , ଅପସାଇଡ଼ ଫ୍ଲାଗ ଦେଖାନ୍ତି | ରେଫରିଙ୍କ ଭୂମିକା   ସବୁବେଳେ ବହୁତ ଗୁରୁତ୍ବପୂର୍ଣ୍ଣ | ସୁରୁଖୁରୁରେ ଖେଳ ପରିଚାଳନା ତା6ଙ୍କର ମୁଖ୍ୟକାର୍ଯ୍ଯ | ବେନିୟମ ଭାବରେ ଅନ୍ୟ ଖେଳାଳୀଙ୍କୁ ଆକ୍ରମଣ ,ଗୋଇଠା ମାରିବା, ହାତରେ ବଲ ଧରିନେବା , ଅପସାଇଡ଼ ଧରିବା ଇତ୍ଯାଦି ମୁଖ୍ୟ କାମ |  ଖେଳ ପ୍ରତିଯୋଗିତାରେ କେଉଁ ଦଳ ଅନ୍ୟ ଦଳକୁ କେତେ ସଂଖ୍ୟକ ଗୋଲ ଦେଇପାରିଲା ଅଧିକ ଗୁରୁତ୍ବପୂର୍ଣ୍ଣ | ଉଭୟ ଦଳ ସମାନ ହେଲେ ପେନାଲ୍ଟି ଗୋଲ ଅବା ଟାଇବ୍ରେକର୍ ଜରିଆରେ ଶେଷ ସିଦ୍ଧିନ୍ତ ନିର୍ଣ୍ଣୟ କରାଯାଏ |        ଫୁଟବଲ ଖେଳକୁ ଆୟୋଜନ କରୁଥିବା ଆୟୋଜକଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥାଏ | ଖେଳାଳୀମାନଙ୍କ ଆସିବା,ରହିବା,ଖାଇବା,ଖେଳିବାର ସମସ୍ତ ଆୟୋଜନ ସେମାନଙ୍କ ଆଗରେ ବଡ଼ ଆହ୍ବାନ | ଯଦି ଦିବାରାତ୍ରୀ ଫୁଟବଲ ଖେଳ ପ୍ରତିଯୋଗିତା ହୁଏ, ଆହୁରି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ | ମୋ ଗାଆଁ ନଳବଂଧ(ବାରକୋଟ ବ୍ଲକ, ଦେବଗଡ଼ ଜିଲ୍ଲା)ରେ ଆୟୋଜିତ ଦିବାରାତ୍ର ଫୁଟବଲ ଖେଳ ପରିଚାଳନାର ଅନୁଭୂତି ଆମକୁ ଆହୁରି ଆହ୍ବାନକୁ ଏଡ଼େଇବାକୁ ସମର୍ଥ କରେଇଛି | ଯାହାବି ହେଉ ଫୁଟବଲ ଖେଳ ଖେଳିବାକୁ କଠୋର ପରିଶ୍ରମ, ଦୌଡ଼ରେ ପୂରା ଦକ୍ଷତା ତଥା ଶକ୍ତି ସହ ଖେଳିବାର ଟେକନିକ୍ ଆବଶ୍ୟକ ହୋଇଥାଏ | ଆନ୍ତର୍ଜାତିକ ସ୍ତରରେ ମେଷି ଭଳି ଖେଳାଳୀ ଖୁବ୍ ନାମକରା | ମୋହନ ବାଗାନ ଭଳି ଫୁଟବଲ କ୍ଲବ୍ ଭାରତରେ ବେଶ୍ ନାଁ କରିଛି | ଓଡ଼ିଶାର ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ଭଳି ମହିଳା ଖେଳାଳୀ ଭାରତୀୟ ଦଳର ନେତୃତ୍ବ ନେଇ ସମ୍ମାନୁୟା ଆଦରଣୀୟା | ସେ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି | ଫୁଟବଲ ଖେଳ ଓଡ଼ିଶାର ପ୍ରତି ଗାଆଁ ଗାଆଁର ଅତି ଆଦରର ଖେଳ |   ——————————————


Rate this content
Log in