STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ପ୍ରିୟ ଖାଦ୍ୟ

ପ୍ରିୟ ଖାଦ୍ୟ

1 min
511

ଗପର ନାମକରଣରେ ଚମକି ପଡିଲେ କି ...? ସମସ୍ତଙ୍କର ବି କିଛି ପ୍ରିୟ ଖାଦ୍ୟ ଥିବ। କିଏ ସାଧା ଖାଇବାକୁ ପସନ୍ଦ କରେ ତ କିଏ ଆମିଷ। ମୁଁ ବି ଆଗରୁ ସେମିତି ଥିଲି। ଗୋଟିଏ ଝିଅ ତ ଟିକେ ଗେହ୍ଲା ନା ।


ଥରେ ମୋର ଖୁଦୁରୁକୁଣୀ ଓଷା ଥିଲା । ମା କହିଲେ ମାନୁର ଓଷା ସେ ଆମିଷ ଖାଇବନି, ତାର ତ ଓଷା ସେ ମାଂସ ଖାଇବନି। ହେଲେ ମୋର ଏକା ଜିଦ ମୁଁ ମାଂସ ଖାଇବି। ମୋ ମା ବହୁତ ବୁଝେଇଲେ ଏଇ ପୂଜା କଲେ ଭାଇଙ୍କ ମଙ୍ଗଳ ହୁଏ। ମୁଁ ମାନିଗଲି ଆଜି ଆମିଷ ଖାଇବିନି।ରାତି ବାରଟା ରେ ମୁଁ ତରକାରୀ ଖାଇଲି। ସେ ବି କେମିତିକା ଦିନ ଥିଲା। ମୁଁ ଆଗେ ଚାଟ ,ଗୁପଚୁପ ,ଆଳୁଦମ ଭଲପାଉଥିଲି। ବାପା ପଚାରୁଥିଲେ ମାନୁ ମା ଆଜି କଣ ଖାଇବୁ। ମୁଁ ଯାହା କହୁଥିଲି ନେଇଆସୁଥିଲେ। ବାପାଙ୍କୁ ବେଶୀ ହଇରାଣ କରିବାର ସୁଯୋଗ ମତେ ମିଳିନଥିଲା। ମୋ ବାହାଘର ହୋଇଗଲା ଜଲଦି। ପଢା ଜଲଦି ବାହାଘର ବି ଜଲଦି।ମୋ ବାହାଘର ବେଶ କିଛି ଦିନ ବାପାଙ୍କ ସହ ସେଇ ଚାଟବାଲାର ଭେଟ ହୁଏ । ସେ ପଚାରେ ସାର ଆପଣ ଆମ ଦୋକାନରୁ ଚାଟ କଣ ପାଇଁ ନଉ ନାହାଁନ୍ତି ।ବାପା ଭାରି ଗଳାରେ କହିଲେ ମୋ ଝିଅ ପାଇଁ ନେଉଥିଲି। ତାର ବାହାଘର ହେଇଗଲାଣି । ଏସବୁ ଖାଦ୍ୟ ତ ମୋର ପ୍ରିୟ ପ୍ରକୃତରେ ମୋ ମା ହାତ ରନ୍ଧା ଅମୃତ ଠୁ ଅଧୁକ ସ୍ୱାଦିଷ୍ଟ।


Rate this content
Log in