ପ୍ରିୟ କାର୍ଟୁନ ଚରିତ୍ର
ପ୍ରିୟ କାର୍ଟୁନ ଚରିତ୍ର
କାର୍ଟୁନମାନେ ଖୁବ୍ ମଜାଦାର | କାର୍ଟୁନ ଦେଖିବାକୁ ତ ମଜାଲାଗେ, ତାଠୁଁ ଅଧିକ ଆଗ୍ରହ ଓ ବ୍ୟଗ୍ରତା ବଢ଼ାଏ, ତା'ର ପ୍ରସ୍ତୁତି ନେଇ | ମୋର ସବୁଠାରୁ ପ୍ରିୟ କାର୍ଟୁନ ଚରିତ୍ର ମୋଟୁ ଓ ପତଲୁ | ପ୍ରତିଦିନର ଶିକ୍ଷଣୀୟ ବିଷୟ ବସ୍ତୁ ମନରେ ନୂତନ ଆଗ୍ରହ ଆଣିଦିଏ | ମୋଟୁ ଓ ପତଲୁ ଏକ ବିପରୀତ ସ୍ବାସ୍ଥ୍ୟ ବିଶିଷ୍ଟ | ନିତି ନିତି ନୂଆ ଆଡ଼ଭେନ୍ଚର୍ ନେଇ ଆସନ୍ତି | ମୋଟୁ ଓ ପତଲୁକୁ ତାଙ୍କର ବଂଧୁ ମାଲିକ୍ ନୂଆ କାରର ଯତ୍ନ ଓ ଜଗିବା ପାଇଁ ଦାୟିତ୍ବ ଦିଅନ୍ତି | ମାତ୍ର ମୋଟୁ ଓ ପତଲୁ କାର ଚଲେଇ ଅନେକ ଦୂରକୁ ଚାଲିଯାଆନ୍ତି | ଯିବା ବାଟରେ ଉଚ୍ଚ ନୀଚ୍ଚ ରାସ୍ତା ପଡ଼େ | କାର ପଛକୁ ଘୁଞ୍ଚି ଆସେ | ଦୁର୍ଘଟଣାର ଶିକାର ହୁଏ |ମୋଟୁ ଓ ପତଲୁ ଚିନ୍ତିତ ହୋଇଯାଆନ୍ତି | ତାପରେ ଏମିତି ଘଟଣା ଘଟେ ଯେ କାର ଠିକ୍ ହୋଇଯାଏ | ମାଲିକ ଆସିଯାଏ |ମୋଟୁ ସିଙ୍ଗଡ଼ା ଖାଇ ଆନନ୍ଦରେ ଯାଏ ପତଲୁ ଅନୁସରଣ କରେ | ଏମିତି କଥାବସ୍ତୁ ପିଲାମାନଙ୍କୁ ତଥା ଆମମାନଙ୍କୁ ମଧ୍ୟ ଅନେକ ଆନନ୍ଦ ଦିଏ | ପ୍ରିୟ କାର୍ଟୁନ ଚରିତ୍ର ସମସ୍ତଙ୍କର ଆନନ୍ଦର ଉତ୍ସ ହେଉ |
