ପ୍ରିୟ ଚଳଚ୍ଚିତ୍ର ନାୟିକା ‐ ବାସନ୍ତୀ
ପ୍ରିୟ ଚଳଚ୍ଚିତ୍ର ନାୟିକା ‐ ବାସନ୍ତୀ
ଚଳଚ୍ଚିତ୍ର ଜଗତରେ ନାୟକ ଓ ନାୟିକା ତଥା ଖଳନାୟକାଙ୍କ ଭୁମିକା ଅତିବ ଗୁରୁତ୍ବପୂର୍ଣ୍ଣ | ଚୁଲବୁଲି ନାୟିକା ଦର୍ଶକଙ୍କ ମନକୁ ଆକର୍ଷିତ କରେ | ଚଳଚ୍ଚିତ୍ର ଚିତ୍ରନାଟ୍ୟରେ ସଙ୍ଗୀତ ତଥା ଅଭିନୟ ମନକୁ ହରଣ କରେ | ଅଶୀ ଦଶକରେ ସୋଲେ ଫିଲ୍ମ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିଲା | ଏହି ଫିଲ୍ମରେ ନାୟକ ଧର୍ମେନ୍ଦ୍ର , ସହନାୟକ ଅମିତାଭ ବଚ୍ଚନ , ନାୟିକା ହେମାମାଳିନୀ ( ବାସନ୍ତୀ) ଓ ଖଳନାୟକ ଅମଜାଦ ଖାନ ( ଗବର୍ ସିଂ) ଦର୍ଶକ ହୃଦୟକୁ ଆନ୍ଦୋଳିତ, ବ୍ୟଥିତ, ଆନନ୍ଦିତ ତଥା ଆବେଗରେ ଭରିଦିଏ | ଛୋଟ ପିଲାମାନେ ଭୟରେ ମାଆର ପଣତ ତଳେ ଲୁଚିଯାଆନ୍ତି | ଏତଦ୍ ବ୍ୟତୀତ ସବୁଠାରୁ ମଜାଦାର୍ ଚରିତ୍ର ହେଲା ବାସନ୍ତୀ | ଝିଅ ହୋଇ ମଧ୍ୟ ଟାଙ୍ଗା ଚଳାଏ | କଥା କହିଲେ ନନଷ୍ଟପ ,ବିରାମ ନାହିଁ | ସରଳ ,ନିଷ୍କପଟ ହୃଦୟର ଝିଅ ଯେ ସାହସୀ ତଥା ବେପରୁଆ ବୁଝିବା ସହଜରେ ଅନୁମେୟ | ଆଖିର କଟାକ୍ଷରେ ମନ ଦୋହଲିଯାଏ |ପୁଣି ଢଳ ଢଳ ସ୍ବଚ୍ଛ ଜଳ ବିନ୍ଦୁ ଭଳି ଚଳଚଞ୍ଚଳ ଓ ସୁହାସିନୀ | ପରିବାର ପ୍ରତିପୋଷଣ କରୁଥିବା ବାସନ୍ତୀ ପ୍ରେମରେ ପଡ଼ିଯାଏ ଅଥବା ନାୟକ ବାସନ୍ତୀକୁ ଭଲ ପାଇବସେ | ପୁଣି ନାୟକ ପାଖରେଠାକୁର ସାହେବଙ୍କ ବିରାଟ କାର୍ଯ୍ୟ | ଗବର ସିଂ ଭଳି ଡକାୟତ ଗୁଣ୍ଡା ସର୍ଦ୍ଦାରକୁ ପ୍ରତିଶୋଧ ନେବାର କାର୍ଯ୍ୟରେ ନିଯୁକ୍ତ | ସର୍ଦ୍ଦାର ବାସନ୍ତୀ ଆଡ୍ଡାକୁ ଧରିନିଏ | ଦଣ୍ଡ ଦିଏ | କାହାଣୀ ଆହୁରି ଗତିଶୀଳ ହୁଏ | ଉଭୟ ନାୟକ ଆଡ୍ଡାକୁ ଯାଇ ବାସନ୍ତୀକୁ ରକ୍ଷା କରନ୍ତି ଓ ଗବର ସିଂକୁ ହତ୍ଯା କରନ୍ତି | ଏ ମଧ୍ଯରେ ବାସନ୍ତୀ ପ୍ରେମରେ ପଡ଼ିଥିବା ଧର୍ମେନ୍ଦ୍ର ତାକୁ ପାଇବାକୁ ବ୍ୟାକୁଳ ହୋଇ ମଦ୍ୟପାନ କରି ପାଣି ଟାଙ୍କି ଉପରକୁ ଚଢ଼େ | ପ୍ରତିଶୃତି ପାଇଲା ପରେ ତଳକୁ ଆସେ | ଠାକୁର ତଥା ଗ୍ରାମବାସୀଙ୍କ ଆସ୍ଥାଭାଜକ ହୁଅନ୍ତି | ଏହି କାହାଣିରେ ବାସନ୍ତୀ ଚରିତ୍ର ଅତି ମନୋମୁଗ୍ଧକର , ଚଳଚଞ୍ଚଳ ତଥା ହୃଦୟବ୍ୟଞ୍ଜକ ***********************
