Tikeshwar Sahu

Others

4  

Tikeshwar Sahu

Others

ପ୍ରିୟ ଚଳଚ୍ଚିତ୍ର ବ୍ଯକ୍ତିତ୍ବ‐ବିଜୟ ମହାନ୍ତି

ପ୍ରିୟ ଚଳଚ୍ଚିତ୍ର ବ୍ଯକ୍ତିତ୍ବ‐ବିଜୟ ମହାନ୍ତି

2 mins
391


ସମାଜ ତଥା ବ୍ଯକ୍ତିର ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ଏକ ବଳିଷ୍ଟ ମାଧ୍ୟମ | ସମୟ ଥିଲା ଯେତେବେଳେ ମୋବାଇଲ୍ , ଇଣ୍ଟରନେଟ୍ ଆସିନଥିଲା ; ସେତେବେଳେ ଲୋକେ କେବଳ ପୁସ୍ତକ ପଠନ କରି,ଚିତ୍ର ଅଙ୍କନ କରି ,ଖେଳ ଖେଳି ,ଖବର କାଗଜ ପଢ଼ି ଅବା ଗପସପ କରି ସମୟ ବିତାଉଥିଲେ | ସମୟ ପରିବର୍ତ୍ତନ ସାଥିରେ ଷାଠିଏ ଦଶକ ପରେ ଆସ୍ତେ ଚଳଚ୍ଚିତ୍ର ଜନଜୀବନରେ ଏକ ମନୋରଞ୍ଜନର ମାଧ୍ୟମ ହେବାକୁ ବସିଲା | ମାତ୍ର ଏହା କେବଳ ସହରରେ ବସବାସ କରୁଥିବା ଲୋକଙ୍କ ପାଇଁ ଉପଲବ୍ଧ ହେଲା | ସମୟ କ୍ରମେ ମୋବାଇଲ୍ ଇଣ୍ଟରନେଟ ଆସିବା ପରଠାରୁ ଚଳଚ୍ଚିତ୍ର ଜଗତ ଜନସାଧାରଣଙ୍କର ଅଧିକରୁ ଅଧିକ ନିକଟତର ହୋଇଉଠିଲା | ସତୁରି ଅବା ଅଶୀ ଦଶକଠାରୁ ଦୀର୍ଘ ଚାଳିଶ ବର୍ଷ କାଳ ଫିଲ୍ମ ଜଗତରେ ବିଜୟ ମହାନ୍ତି ବିଭିନ୍ନ ଚରିତ୍ରରେ ଛାଇ ହୋଇଗଲେ | ତାଙ୍କ ସହିତ ସହପାଠୀ ଅଜିତ ଦାଶ, ଶ୍ରୀରାମ ପଣ୍ତା, ଜୟୀରାମ ସାମଲ, ସଲିଲ୍ ମିତ୍ର,ଦୁଃଖିରାମ ସ୍ବାଇଁ, ଦେବୁ ବୋଷ ଇତ୍ଯାଦି ଚରିତ୍ରମାନେ ଚଳଚ୍ଚିତ୍ରରେ ଛାଇଗଲେ | ସମସ୍ତଙ୍କର ନିଖୁଣ ଅଭିନୟ ଦର୍ଶକ ମନକୁ ବେଶ ଆକୃଷ୍ଟ କଲା | ଲୋକେ ମନୋରଞ୍ଜନ କହିଲେ କେବଳ ଚଳଚ୍ଚିତ୍ରକୁ ହିଁ ବୁଝିଲେ | ସମୟ ଟିକେ ବାହାର କରି ସପ୍ତାହରେ ଗୋଟେ ଦୁଇଟା ଫିଲ୍ମ ଦେଖିନଆସିଲେ ମନ ବୁଝିଲାନାହିଁ | ପୁଣି ସେ ଫିଲ୍ମରେ ବିଜୟ ମହାନ୍ତି ନଥିଲେ ଫିଲ୍ମ ମଜାଲାଗୁନଥିଲା | ବମ୍ବେ ନେସନାଲ ସ୍କୁଲ ଅଫ ଡ୍ରାମା(NSD)ରୁ ଊତ୍ତିର୍ଣ୍ଣ ଆସିଥିବା ଯୁବ କଳାକାର ବିଜୟ ମହାନ୍ତି ହିରୋ ଭୂମିକାରୁ ଆରମ୍ଭ କରି ଭିଲିଆନ୍ ପର୍ଯ୍ୟନ୍ତ ସବୁଥିରେ ବେଶ ଫିଟ୍ | ଜଗା ହାତରେ ପଘା,ପୁଅ ମୋର କଳାଠାକୁର ଭଳି ଅନେକ ଫିଲ୍ମ ଓଡ଼ିଆ ଜଗତକୁ ଭେଟିଦେଲେ | ସେଥିରେ ଚୁଲବୁଲି ନାୟିକା ମାନଙ୍କର ଅଭିନୟ ଆହୁରି ରଙ୍ଗିନ ହେଲା | ଓଡ଼ିଆ ଫିଲ୍ମରେ ବମ୍ବେ ହିନ୍ଦି ଫିଲ୍ମର ଛାପ ଦେଖିବାକୁ ମିଳିଲା | ଏହା ସହିତ ବର୍ଷରେ ଦୁଇ ତିନିଟି ଫିଲ୍ମ ଆସିବା ସ୍ଥାନରେ ପାଞ୍ଚରୁ ଦଶଟି ଫିଲ୍ମ ଆସିଲା ; ଯାହାକି ଓଡ଼ିଆ ଫିଲ୍ମ ଜଗତ ପାଇଁ ଶୁଭଙ୍କର ବୋଧ ହେଲା | ବିଜୟ ମହାନ୍ତିଙ୍କ ଜୀବନରେ ଅଭିନୟରୁ ଅର୍ଦ୍ଧାଙ୍ଗିନୀ ହୋଇଆସିଲେ ତନ୍ଦ୍ରା ରାୟ | ଦୁହିଁଙ୍କ ଯୋଡ଼ି ଆହୁରି ବେଶ ଜମିଲା | ଅପରାଜିତା ପ୍ରିୟଦର୍ଶିନୀଙ୍କ ଉପସ୍ଥିତି ଅଶୀ ଦଶକରେ ଆହୁରି ମନୋମହକ ହେଲା | ଆଜିବି ମନେ ପଡ଼େ ଜଗା ହାତରେ ପଘା ଫିଲ୍ମରେ ବିଜୟ ମହାନ୍ତିଙ୍କ ନିଖୁଣ ଅଭିନୟ | ରୂପା ଶଗଡ଼ିରେ ସୁନା କନିଆଁ ଗୀତ ସ୍ବତଃ ମନକୁ ବିଭୋର କରେ |          ସରଳ ,ଅମାୟିକ, ସ୍ନେହୀ ,ଆଦର୍ଶ କଳାକାରଟିଏ ବିଜୟ ମହାନ୍ତି | ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ବିଜୟ ମହାନ୍ତି, ଅଜିତ୍ ଦିଶ ତଥା ରାଜୁ ମିଶ୍ର ଏବଂ ଆଉ ଅନେକ କଳାକାର ଏଇ କୋଭିଡ଼ ମହାମାରୀ ବେଳଟାରେ | ଓଡ଼ିଆ ଫିଲ୍ମ ଜଗତରେ କାଳ ସମୟ କହିଲେ ଅତ୍ଯୁକ୍ତି ହେବନାହିଁ | ଏମିତି କଳାକାରକୁ ହରାଇ ଓଡ଼ିଶାର ପ୍ରାଣ କାନ୍ଦୁଛି | ବିଜୟ ମହାନ୍ତିଙ୍କ ବିଜୟ ବାନା କେବେ ଲିଭିଯିବନାହିଁ | ଓଡ଼ିଶା ଥିବାଯାଏ ବିଜୟ ମହାନ୍ତି କାଳେ କାଳେ ଅମଳିନ ହୋଇ ରହିଥିବେ | ଓଡ଼ିଶା କଳା ଜଗତ ବିଜୟ ମହାନ୍ତିଙ୍କୁ ପୂଜା କରୁଥିବ | ହେ ପୂଜ୍ଯ ବିଜୟ ମହାନ୍ତି ତୁମେ ଓଡ଼ିଶାର ଜଣେ ବରପୁତ୍ର | ତୁମରି ବଳିଷ୍ଠ ପରିଶ୍ରମ ତଥା ଚେଷ୍ଟାରେ ଓଡ଼ିଆ ଫିଲ୍ମ ଜଗତ ପହଞ୍ଚର ଶିଖର ଛୁଇଁବା ପାଇଁ ସମର୍ଥ ହୋଇଥିଲା | ତୁମକୁ କୋଟି କୋଟି ବିନମ୍ର ପ୍ରଣାମ .


Rate this content
Log in