ପରିଶ୍ରମର ଫଳ
ପରିଶ୍ରମର ଫଳ
ଦିନ ଥିଲା ସେପ୍ଟେମ୍ବର ପାଞ୍ଚ ତାରିଖ । ସମସ୍ତ ପିଲାଙ୍କ ପାଇଁ ଏକ ବିଶେଷ ଦିବସ । ପବିତ୍ର ଗୁରୁ ଦିବସ ।ବିଦ୍ୟାଳୟର ଗେଟ୍ ଖୋଲି ପ୍ରଧାନ ଶିକ୍ଷୟତ୍ରୀ ତିନି ଜଣ ଅତିଥୀଙ୍କୁ ସ୍ବାଗତ ସମ୍ବର୍ଧନା ପୁର୍ବକ ବିଦ୍ୟାଳୟର ଅଭ୍ୟର୍ଥନା ହଲ ପର୍ଯ୍ୟନ୍ତ ପାଛୋଟି ନେଲେ । ଗୁରୁମାଙ୍କସହ ବିଦ୍ୟାଳୟର ସମସ୍ତ ସାର ଓ ଅଷ୍ଟମ ଶ୍ରେଣୀର କିଛି ପିଲା ରହିଥିଲେ ।ଗୁରୁମା ସଭାରେ କହିଲେ, ପିଲାମାନେ ତୁମେ ଏସବୁ ଜାଣି ଖୁସି ହେବ ଯେ ଆମ ଗହଣରେ ଉପସ୍ଥିତଥିବା ଏହି ତିନି ଜଣ ଅତିଥୀ ହେଲେ ପୁଷ୍ପାଞ୍ଜଳୀ ଦାସ , ସଙ୍ଗୀତା ପ୍ରୀୟଦର୍ଶିନୀ ଓ ସ୍ବପ୍ନାରାଣୀ ମହାନ୍ତ । ଏମାନେ ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ପୁଷ୍ପା ଆମ ବାୟୁସେନାରେ ଏଇ ବର୍ଷ ପାଇଲଟ ଭାବେ ଯୋଗ ଦେଇଛନ୍ତି । ସଙ୍ଗୀତା ଶାନ୍ତି ନିକେତନ ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ପ୍ରଫେସର ଓ ସ୍ବପ୍ନାରାଣୀ ଏନଡି ଟିଭିର ବିଶିଷ୍ଟ ରିପୋର୍ଟର ।ଆଜିର ଏହି ପବିତ୍ର ଦିବସରେ ଆସ ଏବେ ଆମେ ସେମାନଙ୍କ ମୁହଁରୁ କିଛି ଶୁଣିବା । ସମସ୍ତ ତାଳିମାରି ଏହି ତିନିଜଣ ଅତିଥୀଙ୍କୁ ସ୍ବାଗତ କଲେ । ଅତିଥିଙ୍କ ହସ ହସ ମୁହଁ ଦେଖି ପିଲାମାନେ ଖୁସି ହେଉଥିଲେ । ପୁଷ୍ପାରାଣୀ କହିବାକୁ ଆରମ୍ଭ କଲେ । ପିଲାଏ ଆଜିକୁ ୧୫ ବର୍ଷ ପୁର୍ବେ ଆମେ ଏଇ ତିନିଜଣ ସାଙ୍ଗ ତୁମଭଳି ଏଇ ବିଦ୍ୟାଳୟରେ ପଢୁଥିଲୁ । ସେତେବେଳେ ପ୍ରତିଶନିବାର ଏଇ ବିଦ୍ୟାଳୟରରେ ପାଠ ପଢାସହ ଆମକୁ ଆମ ସାରମାନେ ଗୀତ,ଗପ , ପେଣ୍ଟିଙ୍ଗ , ଖେଳ , ସଭା ଆୟୋଜନର ନୀତିନିୟମ ,ଡିବେଟ,ତର୍କ ପ୍ରତିଯୋଗୀତା ଓ ନିଜର ଆଗ୍ରହର ବିଷୟ ଆଦିର ଶିକ୍ଷା ଦେଉଥିଲେ ଓ ଆମକୁ ଉତ୍ସାହିତ କରୁଥିଲେ । ଏସବୁ ଆମେ ସମସ୍ତେ ଖୁବ ଉପଭୋଗ କରୁଥିଲୁ । ମୋତେ ଆଜିବି ମନେ ଅଛି, ସଂଗୀତା ସେତେବେଳେ କହିଥିଲା ସପ୍ତାହକର ସାତଦିନ ଶନିବାର ହୋଇ ଯାଆନ୍ତା କି ! ସଙ୍ଗୀତା ଦିଦି କହିଲେ କି ପିଲାଏ ,ଯେତେବେଳେ ଏଇ ସ୍କୁଲର ହତା ଉପର ଦେଇ ଉଡାଯାହାଜ ଉଡିଯାଏ, ପୁଷ୍ପାର ଖୁସିରେ ସାରଙ୍କୁ ଦେଖେଇ ତା ମନ କଥା କହୁଥିଲା । ସାର୍ , ଆପଣ ଦେଖିବେ , ମୁଁ ଦିନେ ପାଇଲଟ ହେବି । ଶେଷରେ ସ୍ବପ୍ମାରାଣୀ ଦିଦି କହିଲେ କି ଜୀବନରେ ସଫଳତା ହାସଲ କରିବାର ଏକମାତ୍ର ବାଟ ହେଲା ପରିଶ୍ରମ । କଠିନ ପରିଶ୍ରମର ଅନ୍ୟ କୌଣସି ବି ବିକଳ୍ପ ନାହିଁ । ତୁମେ ପରିଶ୍ରମର ମୁଲ୍ୟ ସେତେବେଳେ ବୁଝିବ , ଯେତେବେଳେ ତୁମେ ଆମଭଳି ସଫଳତାର ପାହାଚ ଚଢି ପାରିବ । ସଫଳତାର ରହସ୍ୟ କେବଳ ପରିଶ୍ରମରେ ହିଁ ଲୁଚି ରହିଥାଏ । ନାନୁ ସାରଙ୍କ ଏହିକଥାକୁ ଆଜି ଆମେ ସତ୍ୟରେ ପରିଣତ କରିଛୁ । ବର୍ଷ ବର୍ଷଧରି "ପରିଶ୍ରମର ଫଳ" ଆଜି ପାଇଛୁ । ସ୍ବପ୍ନକୁ ବାସ୍ତବତାରେ ପରିଣତ କରିଛୁ । ସାରଙ୍କ ସାମନାରେ ଆମେ ତିନି ସାଙ୍ଗ ଶପଥ କରିଥିଲୁ ଠିକ ୧୫ ବର୍ଷ ପରେ ଆଜିର ଦିନରେ ଏହି ବିଦ୍ୟାଳୟରେ ଏକାଠି ହୋଇ ଆମ ସଫଳତାର କାହାଣୀ ପିଲାଙ୍କୁ କହି ସେମାନଙ୍କୁ ଉତ୍ସାହିତ କରିବୁ ।ଠିକ ଏଇ ସମୟରେ ଗୁରୁମାଙ୍କ ମୋବାଇଲ ରିଂ ବାଜି ଉଠିଲା । ଗୁରୁମା ଫୋନ୍ ସ୍ପିକର ଅନ କରି କଡଲେସ ଫୋନ ସଭା ସାମନାରେ ଥୋଇଦେଲେ । ସେପଟୁ କଥା ହେଉଥିଲେ ପୁଷ୍ପା,ସଂଗୀତା ଓ ସ୍ବପ୍ମା ଦିଦିଙ୍କ ସେଇ ନାନୁ ସାର୍ । ଗୁରୁଙ୍କ ସହ ଶିଷ୍ୟଙ୍କ ଭିଡ୍ଓ କଲରେ ପୁନଃମିଳନ ଓ ବାର୍ତାଳାପ ଆମ ସମସ୍ତଙ୍କୁ ପୁଣି ଏକ ଶପଥର ବାଟ ଦେଖାଉଥିଲା ।
