SUKANTA KHANDA

Others

3  

SUKANTA KHANDA

Others

ପରିପୂର୍ଣ୍ଣା

ପରିପୂର୍ଣ୍ଣା

2 mins
135



କୁନିର ବିବାହ ଆଜିକୁ ସାତ ବର୍ଷ ହୋଇ ଗଲାଣି। ଘରେ ସୁଖର ସଂସାର ଯଦିଓ ଚାଲିଛି ତଥାପି କୁନି ଏଯାଏଁ ମାଆ ହେବାକୁ ଅସମର୍ଥ। ତାର ହୃଦୟ କୋଣରେ ଅସରନ୍ତି ଦୁଃଖ। ସେ କାହାକୁ କିଛି କହି ପାରୁଛି ନା ନିଜକୁ ସହି ପାରୁଛି? ଈଶ୍ବରଙ୍କ ଇଛାକୁ ଏଡା଼ଇ ଦେବାର ସାହସ ମଧ୍ୟ ହୃଦୟରେ ନାହିଁ ତ ଭଗ୍ନ ମନୋରଥରେ ସମୟ କାଟିବା ବ୍ଯତୀତ ଅନ୍ଯ କୌଣସି ଉପାୟ ହିଁ ନାହି।

    କୁନି ନିଜକୁ ସିଦ୍ଧାନ୍ତ ନେଲା। ବୋଧହୁଏ ମାଆ ହେବାର ଗୌରବ ଅର୍ଜନ କରିବା ଈଶ୍ବରଙ୍କ ଇଛାରେ ହୋଇ ପାରିବ ନାହିଁ। ସେ ଏକ ସଂସ୍ଥା ଗଠନ କରିବାକୁ ଲାଗିଲା। ଅଳ୍ପ ବୟସର ଅନାଥ ପୁଅ ଓ ଝିଅଙ୍କୁ ପାଖରେ ରଖି ମାଗଣା ଶିକ୍ଷା,ସ୍ବାସ୍ଥ୍ଯ ଓ ଅନ୍ନ ପ୍ରଦାନ କଲା। ପ୍ରଥମେ ତ ଅଳ୍ପ କେଇଜଣ ପିଲାଙ୍କ ମଧ୍ୟରେ ସଂସ୍ଥା ଚାଲୁ ରଖିଥିଲା ମାତ୍ର ତିନି ବର୍ଷ ମଧ୍ୟରେ ଶହେରୁ ଅଧିକ ପିଲାଙ୍କୁ ଆଣି ନାମ ଲେଖାଇଲେ। ଗୋଟିଏ ବ୍ଲକର ଅନାଥ ଶିଶୁ ମାନଙ୍କୁ ନେଇ ଗଠନ କରିଥିବା ସଂସ୍ଥା ଆଜି ସାରା ଓଡ଼ିଶାରେ ଚର୍ଚ୍ଚିତ। ପ୍ରତି କୋଣେ ଅନୁକୋଣରୁ ଅନାଥ ତଥା ଦୁଃସ୍ଥ ପିଲାମାନଙ୍କୁ ନେଇ ଯେଉଁ ସଂସ୍ଥା ଗଠନ କରି କୁନି ନିଜ ହାତକୁ ନେଲା ଆଜି ଶହେରୁ ଅଧିକ ପିଲାଙ୍କୁ ନେଇ ଗର୍ବ ଓ ଗୌରବର ବିଷୟ ଅଟେ। 

    ପ୍ରଥମେ ପ୍ରଥମେ ତ ନିଜର ସ୍ବାମୀ ମଧ୍ଯ ବିରୋଧ କରୁଥିଲେ। ଶାଶୂ,ଶ୍ବଶୁରଙ୍କ କାହିଁକି ପଡ଼ୋଶୀ ଓ ଗାଁ ସାହି ଭାଇମାନେ ମଧ୍ଯ ବାଞ୍ଝର ଆଖ୍ଯା ପ୍ରଦାନ କରୁଥିଲେ କିନ୍ତୁ କୁନି ଡରି ଯାଇନାହିଁ। ଘର ପରିବାର ଠାରୁ ବନ୍ଧୁ ବାନ୍ଧବଙ୍କ ଯାଏଁ ପିଙ୍ଗିଥିବା ଅପବାଦକୁ ମୁଣ୍ଡରେ ବୋହି ନିଜର ଅର୍ଜିତ ସମ୍ପତ୍ତିକୁ ଲୋକ କଲ୍ଯାଣ ଉଦ୍ଦେଶ୍ୟରେ ବାଣ୍ଟିବା ପାଇଁ ଯେଉଁ ବଦ୍ଧ ପରିକର ତାକୁ ଆଜି ସଫଳ ଆଣି ଦେଇଛି। ସ୍ବାମୀ,ଶ୍ବଶୂର,ଶାଶୂ ଓ ଘର ପରିବାରଙ୍କ ମହତ୍ତ୍ୱ କର୍ମ ଓ ଜୀବନ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରି ଚାଲିଛି। ଆଜି ସ୍ବାମୀ ଭାରି ଗର୍ବୀତ କି ପତ୍ନୀ ତାଙ୍କର ପରିବାରଙ୍କୁ ଅମର କରିଦେଲେ। ସେ ଦିନ ସ୍ବାମୀ ଚୈତନ୍ୟ ଚରଣ ବାବୁ ଲୁଚିଲୁଚି ଆନନ୍ଦରେ ଆଖିରୁ ଲୁହ ଗଡା଼ଇବା ବେଳେ ପତ୍ନୀ କୁନି ଦେଖିନେଇ କାନ୍ଦିବାର ରହସ୍ଯ ପଚାରିଲେ। ସ୍ବାମୀ ଚୈତନ୍ୟ ଚରଣ ପତ୍ନୀ କୁନିକୁ କୁଣ୍ଢାଇ କିଛି କହିବାକୁ ଗଲାବେଳେ ପତ୍ନୀ କୁନି କହିବାକୁ ଲାଗିଲା,"ସ୍ଵାମୀ ! ମୁଁ ମୋର ଜୀବନରେ ମାତ୍ର ଗୋଟିଏ ପିଲାର ମାଆ ହୋଇ ପାରିଲିନି କିନ୍ତୁ ଆଜି ଶହେରୁ ଅଧିକ ପିଲାଙ୍କ ମାଆ ହୋଇ ଦିନ କାଟୁଛି। ସେମାନଙ୍କର ସୁଖ ଦୁଃଖର ସାଥୀ ହୋଇଛି।" ସ୍ବାମୀ ଚୈତନ୍ୟ ଚରଣ ପୁଣି ପତ୍ନୀ କୁନିକୁ ଭିଡି଼ ଧରିଲେ। ଆଖିରେ ଥିଲା ଅନନ୍ତ ଆନନ୍ଦର ଲୁହ ଯାହା ଜୀବନରେ ଏମିତି ଶାନ୍ତି କେବେ ସେ ପାଇ ନ ଥିଲେ। 

   ଆଜି ସେହି ଅନାଥ ପିଲାମାନେ ବଡ଼ ହୋଇ ବିଭିନ୍ନ ସେବାରେ ନିୟୋଜିତ ହୋଇ ସାରିଲେଣି। ସେମାନେ ମଧ୍ୟ ଏହି ଦୁଇ ଦମ୍ପତିଙ୍କୁ ନିଜର ବାପା ଓ ମାଆର ସ୍ବୀକୃତି ଦେଇ ସାରିଲାଣି। ସଭିଏଁ ଯେମିତି ଅତି ଆପଣାର ଯଦି କୁନି ଓ ଚୈତନ୍ୟ ଚରଣ ନିଜ ଔରସରୁ ଜନ୍ମ ହୋଇଥାନ୍ତେ ଏମିତି ସୁଖ ଓ ସନ୍ତୋଷ ପାଇଥାନ୍ତେ କି ନାହିଁ ସନ୍ଦେହ?ସତରେ ! ଜନ୍ମ କରି ଯଦି ନିଜର ପୁଅ ଓ ଝିଅଙ୍କ ଠାରୁଙ୍କୁ ଅଣଦେଖା ପାଇଲେ ତେବେ ଜୀବନଟା କ'ଣ ହେବ ଅନୁଭବି ଦମ୍ପତି ହିଁ ଠିକ ସେ ବୁଝି ପାରୁଥିବେ।

     ସତରେ । କୁନି ଓ ଚୈତନ୍ୟ ଚରଣ ହିଁ ଅସଲ ଦମ୍ପତି ଯିଏକି ଗୋଟିଏ ବି ସନ୍ତାନ ଜନ୍ମ ନ କରି ପାରି ବି ଅନେକ ସନ୍ତାନର ଜନକ ଓ ଜନନୀ ହୋଇ ନିଜକୁ ଧନ୍ୟ ମଣୁଛନ୍ତି।

        


Rate this content
Log in