STORYMIRROR

Smruti Sephali Meher

Children Stories

4  

Smruti Sephali Meher

Children Stories

ପରୀ ଓ ମଦନା

ପରୀ ଓ ମଦନା

3 mins
359

ଗାେଟିଏ ଗାଁରେ ମଦନା ବାେଲି ପିଲାଟିଏ ଥିଲା । ସିଏ ଭାରି ଶାନ୍ତ ଓ ସରଳ । ପିଲାଟି ଦିନରୁ ବାପାକୁ ହରେଇଛି । ମାଆ ତା'ର ସବୁ କିଛି । ତା' ମାଆ ବହୁତ ଦୁଃଖ କଷ୍ଟ ସହି ତାକୁ ଲାଳନ ପାଳନ କରିଛି । ମଦନା ତା' ମାଆକୁ ନ କହି କୁଆଡେ ହେଲେ ଯାଏନି । କେବେ ବି ଅଝଟ ହୁଏନି । ମନ ଲଗାଇ ପାଠ ପଢେ । ଖେଳ ବେଳେ ଖେଳ; ପାଠ ବେଳେ ପାଠ । ଏ କଥାକୁ ସିଏ ସବୁବେଳେ ମନେ ରଖିଥାଏ । ପ୍ରତିଦିନ ବିଦ୍ୟାଳୟକୁ ଗଲା ବେଳେ ମାଆର ପାଦ ଛୁଇଁ ପ୍ରଣାମ କରିଯାଏ । ମଦନାର ଭଲ ବ୍ୟବହାର ଓ ମନଲଗାଇ ପାଠ ପଢିବା ଦେଖି ବିଦ୍ୟାଳୟରେ ସମସ୍ତେ ତାକୁ ଭଲ ପାଆନ୍ତି । ମଦନା ନିୟମିତ ବିଦ୍ୟାଳୟକୁ ଯାଏ । ପାଠରେ କେବେ ବି ହେଳା କରେନି । 'ହେଳା କଲେ ଭେଳା ବୁଡେ' ବାେଲି ସ୍କୁଲରେ ଗୁରୁଜୀ କହିଥିବା କଥାକୁ ମନେରଖି ଥାଏ । ସନ୍ଧ୍ୟା ହେଲେ ସଅଳ ଖେଳକୁଦ ସାରି ଦେଇ 'ଆହେ ଦୟାମୟ ବିଶ୍ବ ବିହାରୀ' ପ୍ରାର୍ଥନା ବାେଲେ । ତା' ପରେ ପାଠ ପଢି ବସେ । ମାଆ ଯାହା ବାଢି ଦିଅନ୍ତି ତାକୁ ଆନନ୍ଦ ମନରେ ଖାଇଦେଇ ଶାେଇପଡେ । 

ମଦନା ସବୁଦିନ ରାତିରେ ଗାେଟିଏ ପରୀକୁ ସ୍ବପ୍ନରେ ଦେଖେ । ଗାେଟିଏ ବଉଳଗଛ ଥାଏ । ବଉଳଗଛ ତଳକୁ ପରୀଟି ଆସେ ସେଠାରେ ତାକୁ କିଛି କିଛି ଉପଦେଶ ଦିଏ । ପରୀଟିର ପ୍ରତ୍ୟେକ କଥାକୁ ମଦନା ମାନୁ ଚଳେ ।

      ଦିନକର କଥା । ମଦନା ନିଜ କାମ ସାରି ରାତିରେ ଖାଇ ପିଇ ଶାେଇ ପଡିଲା । ହେଲେ ସେଦିନ ସ୍ବପ୍ନରେ ପରୀ ଆଉ ଆସିଲାନି । ମଦନା ସକାଳୁ ଶୀଘ୍ର ଉଠି ପଡିଲା । କାହାକୁ କିଛି କହିଲାନି । ଖାଲି ଚୁପ୍ ହାେଇ ବସିଲା । ମାଆ ପଚାରିଲେ; କିଛି କହିଲା ନାହିଁ ।

      ମଦନା ରାତିରେ ପରୀକୁ ଯେଉଁ ବଉଳଗଛ ମୂଳରେ ସ୍ବପ୍ନ ଦେଖେ ସେ ଗଛ ତଳକୁ ଯାଇ ପରୀକୁ ବହୁତ ଖାେଜିଲା । ହେଲେ ପରୀକୁ ପାଇଲା ନାହିଁ । ମନ ଦୁଃଖରେ କିଛି ସମୟ ଗଛମୂଳରେ ବସି ପଡିଲା ସିଏ । କାନ୍ଦି କାନ୍ଦି ପରୀକୁ ଡାକିଲା ପରୀର କାୈଣସି ଉତ୍ତର ମିଳିଲା ନାହିଁ । ସେମିତି ସିଏ ସେଠାରେ ବସି କାନ୍ଦୁଥାଏ । ପରୀ ତା' ପାଖକୁ ନ ଆସିଲା ଯାଏଁ ସେ ସେଠାରୁ ଜମାରୁ ଆସିବ ନାହିଁ ବାେଲି କହିଲା ।

       କିଛି ସମୟ ଗଲା । ହଠାତ୍ ସାଇଁ ସାଇଁ ପବନ ବୋହିବାକୁ ଲାଗିଲା । ମଦନା ଅଳ୍ପ ଦୂରରେ ଦେଖିଲା, ସୁନ୍ଦରୀ ଝିଅଟିଏ ତା' ପାଖକୁ ଆସୁଛି । ଯାହାକୁ ପ୍ରତି ରାତିରେ ସ୍ବପ୍ନରେ ସିଏ ଦେଖେ । ପରୀ ପରି ଦେଖା ଯାଉଥାଏ ତାକୁ । ଝିଅଟିକୁ ଦେଖି ମଦନା ବହୁତ ଖୁସି ହାେଇଗଲା । ଝିଅଟି ମଦନା ପାଖରେ ଆସି ବସିଲା । ଆଖିରୁ ଲୁହ ପାେଛି ଦେଲା । ତାକୁ ବହିଟିଏ ଦେଲା । ସେଥିରେ ଲେଖା ଥିଲା-'ତାେ ମାଆ ଦୁଇ ଘଣ୍ଟା ପରେ ମରିଯିବ ।' ମଦନା ବହିଟିକୁ ପଢି ଆଶ୍ଚର୍ଯ୍ୟ ହାେଇଗଲା । ଆଉ କହିଲା:" ତୁମେ ମତେ ସ୍ବପ୍ନରେ ଯାହା ସବୁ କୁହ ସେ ସବୁ ସତ ହୁଏ । ହେଲେ, ଏ କଥା ସତ ନ ହେଉ ପରୀ । ମାେ' ମାଆର ଜୀବନ ବଦଳରେ ତୁମେ ମାେ ଜୀବନ ନେଇଯାଅ। ହେଲେ ମାେ ମାଆର କିଛି ନ ହେଉ । ମାେ ମାଆ ବିନା ମୁଁ ବଞ୍ଚି ପାରିବିନି ।"

     ପରୀ ଏ କଥା ଶୁଣି କହିଲା:" ସଂସାରରେ ଯାହାର ଯେତେ ଦିନ ସମୟ ସେ ସେତେ ଦିନ ରହିବ । ତାଙ୍କ ସମୟ ସରି ଯାଇଛି । ସିଏ ଆଉ ଅଧିକ ଦିନ ରହିପାରିବନି ନାହିଁ । ମୁଁ କିଛି କରି ପାରିବି ନାହିଁ ।" ମଦନା ଏ କଥା ଶୁଣି ଦାୈଡି ଯାଇ ନଈକୁ ଡେଇଁ ପଡିଲା । କିଛି ସମୟ ପରେ ସେ ଗଭୀର ପାଣିରେ ବୁଡିଗଲା । ମଦନାର ମାଆ ଏ କଥା ଶୁଣି ହୃତଘାତରେ ମରିଗଲା । ଗାେଟିଏ ଜୀବନ ପାଇଁ ଦୁଇଟି ଜୀବନ ଅକାରଣରେ ଲିଭିଗଲା । ମଦନାର ତା' ମାଆ ପ୍ରତି ଥିବା ଭଲ ପାଇବା କଥାକୁ ପରୀ ହୃଦୟଙ୍ଗମ କଲା । ପରୀ ମନରେ ଦୁଃଖ ଆସିଲା । ମଦନା ପରି ସରଳ ପିଲାର ମନରେ ଦୁଃଖ ଦେଇ ପରୀ ନିଜେ ବି ବହୁତ ଦୁଃଖିତ ହେଲା । ମଦନା ଆଉ ତା' ମାଆକୁ ପୁଣି ଥରେ ବଞ୍ଚେଇ ଦେଇ କହିଲା:" ତୁମ ପରି ମାଆ ଓ ପୁଅର ଅନାବିଳ ସ୍ନେହ ଓ ମମତାକୁ ମୁଁ କେବେ ଦେଖିନି । ଧନ୍ୟ ତୁ ମଦନା । ଧନ୍ୟ ତାେର ମାତୃଭକ୍ତି । "

      ମଦନା ପରୀକୁ ବହୁତ ଧନ୍ୟବାଦ ଦେଲା । ପରୀ ମଦନାର ମୁଣ୍ତକୁ ଆଉଁଶି ଦେଇ ବିଦାୟ ନେଲା । ପରୀର ଯିବା ବାଟକୁ ମଦନା ଓ ତା' ମାଆ ଏକ ଲୟରେ ଚାହିଁ ରହିଥିଲେ । ତେଣୁ ପିଲାମାନେ, ପିତାମାତାଙ୍କୁ କେବେ ଭୁଲିବ ନାହିଁ । ତାଙ୍କ ସେବା କରିବା ହେଉଛି ତୁମର ପରମ କର୍ତ୍ତବ୍ୟ ।

      


Rate this content
Log in