Dipti lekha Mishra

Others

5.0  

Dipti lekha Mishra

Others

ପରିବର୍ତ୍ତନ

ପରିବର୍ତ୍ତନ

1 min
423


ଭଗବାନ ଏକ ଅଦ୍ଭୁତ ଶକ୍ତି ସଜୀବମାନଙ୍କୁ ଦେଇଛନ୍ତି । ସେ ଭିତରେ ମଣିଷ ମାନେ,ଅର୍ଥାତ୍ ଆମେ ମାନେ ହେଉଛେ ନିଆରା । ତା ଭିତରେ ପୁଣି ନାରୀର ସ୍ଥାନ ଆହୁରି ବି ସ୍ବତନ୍ତ୍ର ।

ଦିନେ ଏକ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିଲେ । ଠିକ୍ ସେ ସମୟରେ ଆଉ ଜଣେ ଶିକ୍ଷକ କ୍ଳାସ୍ ରୁମ୍ ଭିତରକୁ ପଶିଆସିଲେ । କହିଲେ ଆଜ୍ଞା ମୋ ବାପା ଭାରୀ ଅସୁସ୍ଥ । ପାଠ ପଢାଉଥିବା ଶିକ୍ଷକ କହିଲେ କଣ କରିବା ବୟସର ଆୟୁଷ ଯାହା ।

ହଁ ମ' ଭାରୀ ଅସୁବିଧାରେ ପଡିଯାଇଛି ହେଉ ହେଉ ତୁମେ ପଢାଇସାର କଥା ହେବା କହି ପ୍ରସ୍ଥାନ କଲେ ।

ଠିକ୍ ଏ ସମୟରେ ପିଲାଟି ନାମ ତାର ବାଳୁଙ୍ଗା ପଚାରିଲା ସାର୍ ବୟସର ଆୟୁଷ କହିଲେ କ'ଣ ?

ସାର୍ କହିଲେ ଆରେ ମୁର୍ଖ ଆମେ ଜନ୍ମ ହେଲାବେଳେ ଭଗବାନ ବୟସର ଆୟୁଷ ମାପିଚୁପି ହିସାବ କରି ରଖିଥାନ୍ତି । ଯେମିତି ତୁମେ ଖାଉଥିବା ହର୍ଲିକ୍ସର ଆୟୁଷ ପନ୍ଦର ଦିନ ଠିକ୍ ସେମିତି ।

ପିଲାଟି ପୁଣି ପଚାରିଲା ସାର୍ ହର୍ଲିକ୍ସ ତ ନିର୍ଜୀବ । ତାର ଆୟୁଷ ପୁଣି କ'ଣ ?

ସାର୍ ବୁଝାଇବାକୁ କହିଲେ ଆରେ ପୁଅ ଶୁଣ ମୁଁ ତୁମକୁ ଆରମ୍ଭରୁ କହୁଛି ।ଆମେ ପ୍ରଥମେ ମା'ଙ୍କ ଗର୍ଭରେ ନଅ ମାସ ରହି ଥାଉ । ତା ପରେ ଜନ୍ମ ହେଉ ।ଠିକ୍ କିଛିଦିନରେ ଆମେ ଚାରିଗୋଡରେ ଚାଲୁ । ତାର କିଛି ବର୍ଷ ପରେ ଆମେ ଖେଳକୁଦ ପାଠପଢାରେ ମନ ଲଗାଉ । ତା ପରେ ଆମେ ରୋଜଗାରକ୍ଷମ ହେଉ । ଆଉ କିଛିଦିନାନ୍ତେ ଆମେ ବୄୄୄଦ୍ଧ ବୄୄୄୄଦ୍ଧା ଅବସ୍ଥାରେ ପାଦ ଦେଉ ।

ପୁଣି ସେ ସମୟ ସରିଲେ ଆମେ ମଶାଣିରେ ସ୍ଥାନ ପାଉ ।

ପିଲାଟି ଏଥର ବୁଝିଗଲା ଆଉ କହିଲା ସାର୍ ଆପଣ କହିବା ଭଳି ସବୁ ଉଦାହରଣ ଆମ ଘରେ ଏକ ଏକ ନମୁନା । ଧନ୍ୟବାଦ ସାର୍।


Rate this content
Log in