Dipti lekha Mishra

Others

3  

Dipti lekha Mishra

Others

ପରିବାର

ପରିବାର

3 mins
454


କଥାରେ ଅଛି ଘା'ଟିକୁ ଉଙ୍ଖାରିଲେ ଘାଟି ଘାଉଡ ହିଁ ହୁଏ ।ଶୁଖିବା ତ ଦୁରର କଥା ଡାକ୍ତରଖାନା ଯିବା ନିଶ୍ଚୟ ହୋଇଯାଏ । ତେଣୁ ଡାକ୍ତରମାନେ ଯାହା ପରାମର୍ଶ ଦିଅନ୍ତି ମାନିବାକୁ ଆମକୁ ପଡିବ ନଚେତ୍ ବେଳେ ବେଳେ ଅଘଟଣ ହେବା ସୁନିଶ୍ଚିତ ।


ଦିନେ ପଣ୍ତାବାବୁ ତାଙ୍କ ବୋହୁକୁ କଥା କଥାରେ ବହୁତ ଗାଳି ଦେଇଦେଲେ । ବୋହୁ ଶ୍ବଶୁରଙ୍କ ଗାଳି ସହିନପାରି ସ୍ବାମୀଦେବଙ୍କ କର୍ଣ୍ଣରେ ସବୁ ଟୁପୁରୁଟାପୁରୁ କରି କହିଦେଲେ । ନୂଆ ନୂଆ ପ୍ରେମ ସ୍ବାମୀ ସ୍ତ୍ରୀର ସଂପର୍କରେ ଶ୍ବଶୁରଙ୍କ ଗାଳି ସତେ ଯେପରି ଶରୀରକୁ କ୍ଷତାକ୍ତ କରିପକାଇଲା । ସେ କ୍ଷତରେ ମଲମ ଲଗାଇଲେ ହୁଏତ ଭଲ ହୋଇଯାନ୍ତା କିନ୍ତୁ ପୁଅ ଏ ସମସ୍ତ କଥା ନିଜ ବନ୍ଧୁମାନଙ୍କ ପାଖରେ ବାଣ୍ଟିଥିବାରୁ ସାଙ୍ଗମାନେ ଛଅକୁ ନଅ କରି କଥାଟିକୁ ଭାରୀ କଷ୍ଟଦାୟକ କହି ସମବେଦନା ଜଣାଇଥିଲେ । ଯାହା କି ସ୍ବାମୀର ମୁଣ୍ତକୁ ଆହୁରି ବିଗାଡିଦେଲା । ବନ୍ଧୁମାନେ ନିଆଁରେ ଘିଅ ହିଁ ଢାଳିବେ କାରଣ ସେମାନେ ବହୁତ ଈର୍ଷା କରୁଥିଲେ ।ଏଣୁ ସାଙ୍ଗମାନଙ୍କୁ ଏକଥା କହିବା ଠିକ୍ ନଥିଲା ।


ଘରେ ଯାଇ ପହଞ୍ଚିଲେ ସ୍ବାମୀଦେବ । ସ୍ତ୍ରୀ ଆଉ କାହା ସହ କଥା ନ ହୋଇ ଏଡେ ମୁହଁଟେ କରି ନାଗସାପ ଭଳି ଫଁ ଫଁ ହେଉଥାନ୍ତି । ତାହା ସହିନପାରି ପୁଅ ବାପାକୁ ମନଇଛା କଥା କହିଗଲା ।କିନ୍ତୁ ଏସବୁ କଥା ଘରର ଚାକର ପିଲାଟି ଶୁଣୁଥିଲା । ଯାହା ହେଲେ ବି ପିଲାଟା ମାଆ ଛେଉଣ୍ଡ ବୋଲି ବାପା ୟାଙ୍କରି ଘରେ ଆଣି ଛାଡିଦେଇଥିଲେ । ସେ ଦିନରୁ ପିଲାଟା ତାଙ୍କରି ଲୁଣ ଖାଇ ବଞ୍ଚିଛି । ଘରଟି ଆଜି ଦୁଇଭାଗ ହୋଇଯିବ ସେ କଥା ସହିପାରୁନଥିଲା ।ଏଣୁ ସେ ଯାଇ ବୋହୁ ମାଆଙ୍କୁ କହିଲା ମାଆ ଗୋଟିଏ କଥା କହିବି ରାଗିବନି ନା ?

ବୋହୁ ମାଆ କହିଲେ ନାଇଁ କୁହ ମୁଁ ରାଗିବିନି ।


ପିଲାଟି କହିଲା ମାଆ ଯଦି ତୁମ ଶ୍ବଶୁର ସ୍ଥାନରେ ତୁମ ବାପା ଆଜି ଗାଳି କରନ୍ତେ ତୁମ ସ୍ବାମୀକୁ ଆଉ ତୁମ ସ୍ବାମୀ ସେସବୁ କଥା ତୁମ ଆଗରେ କହନ୍ତି ,ତାହେଲେ ତମେ ତୁମ ବାପାଙ୍କୁ ମନଇଛା ଗାଳି ଦିଅନ୍ତ ?


ବୋହୁ ମାଆ କହିଲେ ଆରେ ମୋ ବାପା ଏମିତି ଲୋକ ନୁହଁନ୍ତି ।ସେ ଆମକୁ ବହୁତ ସ୍ନେହ କରନ୍ତି ।ଆଉ ତାଙ୍କ ଜ୍ୟୋଇଁକୁ କେମିତି ଗାଳି ଦେବେ ଯେ ?


ପିଲାଟି କହିଲା ତୁମ ବାପା ତୁମକୁ ଯେମିତି ବହୁତ ସ୍ନେହ କରନ୍ତି ତୁମ ସ୍ବାମୀଙ୍କ ବାପା ବି ସେତିକି ତାଙ୍କ ପିଲାଙ୍କୁ ସ୍ନେହ କରୁଥିଲେ ତୁମେ ଆସିବା ଯାଏଁ ।ଏବେ ତୁମେ ଆସିଗଲ ବୋଲି ବାପା ଆଉ ତୁମ ମାନଙ୍କ ପାଇଁ ଡରନ୍ତିନି ଭାବନ୍ତି ସବୁ ତୁମେ ଦୁହେଁ ସାଙ୍ଗ ହୋଇ ସମ୍ଭାଳିପାରିବ ।ତାଙ୍କୁ ଆଜି ତାଙ୍କ ପୁଅର କଥା ଭାରୀ କଷ୍ଟ ଦେଉଥିବ କି ନାହିଁ କୁହତ ମାଆ ?


ବୋହୁମାଆ କହିଲେ ହଁ ତାହା ଠିକ୍ । କିନ୍ତୁ ମୁଁ ରାଗରେ କଣ ଟିକିଏ କହିଦେଲି ବୋଲି ଏଇ ଲୋକ ଏତେ କଥା ତାଙ୍କ ବାପାକୁ କହିବେ ମୁଁ ବି ଚାହିଁନଥିଲି ।ଏବେ କଣ ହେବ କୁହ ?


ପିଲାଟା କହିଲା ମାଆ ମୁଁ ତ ତୁମ ଘରର ଚାକର । ମୋ କଥା କାଳେ ତୁମକୁ କଷ୍ଟ ଦେବ ଏଣୁ କ୍ଷମା ଚାହୁଁଛି ପ୍ରଥମେ । କିନ୍ତୁ ତୁମେ ତୁମ ଶାଶୁ ଶ୍ବଶୁରଙ୍କୁ ଠିକ୍ ଭାବେ ବୁଝ ଆଉ ଆବଶ୍ୟକ ବେଳେ ବୁଝାଅ । ଦେଖିବ ସବୁ ସମସ୍ୟାର ସମାଧାନ ଶୀଘ୍ର ହୋଇଯିବ ।


ଏକଥା ଶୁଣି ବୋହୁ ମାଆ ଲଜ୍ଜିତ ହୋଈ ଶ୍ବଶୁରଙ୍କୁ କ୍ଷମା ପ୍ରାର୍ଥନା କଲେ ଆଉ କହିଲେ ବାପା ଆଉ କେବେ ଏମିତି ଭୂଲ୍ ହେବନି । ସ୍ବାମୀଙ୍କୁ କହିଲେ ମୋତେ କ୍ଷମା କର ହଠାତ୍ ତୁମ ବାପାଙ୍କ ବିରୋଧରେ କହାବା ମୋର ଠିକ୍ ହେଲାନି ।


ସ୍ବାମୀ କହିଲେ ମୋତେ କ୍ଷମା କର ବାପା ମୁଁ ବି ଅଧିକ ରାଗିଗଲି କାରଣ ଗତଦିନ ରେ ମୋ ସାଙ୍ଗର ସ୍ତ୍ରୀ ଏମିତି ଘଟଣା ପାଇଁ ଛାଡପତ୍ର ଦେଇଦେଇଥିଲା ।

ଅତିଶୀଘ୍ର ସବୁ ସମସ୍ୟା ସମାଧାନ ହୋଇଗଲା ।ଏଣୁ ବାପା କହିଲେ ଶୁଣ ପିଲେ ହଠାତ୍ ରାଗିବନି କି କୌଣସି କଥାକୁ ଅଧିକ ଗୁରୁତ୍ବ ଦେଇ ଘା ଉଙ୍ଖାରିଲା ଭଳି ଗୋଳିଆ କରିବନି ।ଏଇ ପରିବାରକୁ ଆମେ ସୁନ୍ଦର ରଖିବାକୁ ହେଲେ ମନରେ କଳୁଷ ନ ରହିବା ଦରକାର ।





Rate this content
Log in