Satyabati Swain

Others

4  

Satyabati Swain

Others

ପ୍ରେମ ବନ୍ଧା ଜଞ୍ଜିରରେ

ପ୍ରେମ ବନ୍ଧା ଜଞ୍ଜିରରେ

7 mins
23.4K



ମୋତେ ସେ ଡାକୁଥିଲା ଧଉ,ପୁରା ଗୋରୀଟା ବୋଲି।


ତାକୁ ଖଣ୍ଡେ ଦୂରରୁ ଦେଖି ମୁଁ ଟିକେ ଦୋ ଦୋ ଚିହ୍ନା ହେଲି।ଆକୁଳିଆ ହୋଇ ଅନେଇଁଲି।ମନେ ପକାଇବାକୁ ଚେଷ୍ଟା କଲି।ଇଏ ସେଇ ତ..।ଗୋଟିଏ ଘରେ ରହୁ ଥିଲୁ।ଖେଳୁଥିଲୁ,ବୁଲୁ ଥିଲୁ ବି।ଅନ୍ୟ ଭାଇ ଭଉଣୀଙ୍କ ଅପେକ୍ଷା ମୁଁ ଅଧିକ ଡଉଲ ଡାଉଲ ହୋଇଥିଲି। ପୁରା ଧଳା ନରମ ନରମ ଦେହ।ସେ ମୋତେ ଛୁଇଁ ଦେଇ କହୁଥିଲା ଇସ୍ ତୁ କି କୋମଳ କୋମମ ଲାଗୁଛୁ।ଆଇଲୁ ଟିକେ ତୋ ଦେହରେ ମୁହଁ ଘଷିଦିଏ। ସେ ମୋ ଦେହ ମୁହଁ ସାରା ଖୁସିରେ ଚାଟି ଦେଉଥିଲା। ଗଡେଇ ପଡେଇ ହୋଇ ଦୁହେଁ ବହେ ଖେଳୁଥିଲୁ।ବେଳେବେଳେ ଥିବ ଥିବ ମୋତେ ଓଲଟାଇ ପକାଇବ।ମୁଁ ଗୋଡ଼ ଟେକି ଦେଉଥିଲି ଉପରକୁ।ସେ ଶୁଙ୍ଘି ଯାଉଥିଲା ମୋ ସାରା ଶରୀର।ମୋ ଛାତି ,

ପେଟରେ ଚୁମା ଦେଇ ଦେଉଥିଲାତା।ଆଃ ତା ସ୍ପର୍ଶ ମୋତେ ଭାରି ଭଲ ଲାଗୁଥିଲା।ଏଣିକି ତାକୁ ଦେଖିଲେ ମୁଁ ନିଜେ ଓଲଟି ପଡି ଛାତି ପେଟ ଦେଖେଇ ଦେଉ

ଥିଲି।ସେ ଫେଁ କିନା ହସି ଦେଉଥିଲା।ମୋତେ ଲାଜ ଲାଗୁଥିଲା।ସେ ମୂର୍କି ହସା ଦେଇ ଚାଟି ପକାଉଥିଲା ମୋ ତମାମ ଶରୀର।ମୋତେ ସେ ଡାକୁଥିଲା ' ଧଉ' ପୁରା ଧୋବ ଫର ଫର ଗୋରୀ ଟା ବୋଲି।ସକାଳୁ ସଞ୍ଜ ମୁଁ ତା ସଂଗେ ଖେଳେ।ମୋତେ ସେ ଭାରି ଭଲ ଲାଗେ।


ତା ଦେହ ଛଉ ଛଉକା।ଲମ୍ବା ଲମ୍ବା ଗୋଡ଼।ମୁହଁଟି ପୁରା ମାଟିଆ।ଦେଖିବାକୁ ଭାରି ସୁନ୍ଦର।ମୁଁ ତାକୁ ଡାକୁ ଥିଲି ଛଉ।ମୋର ପାଞ୍ଚ ଜଣ ଭାଇ ଭଉଣୀ ଥିଲେ।ଛଉର ତିନି ଜଣ।ସମସ୍ତେ ମିଶି ଖୁବ୍ ମଜା ମସ୍ତି କରୁ।ଆମକୁ ଯିଏ ହେପାଜତରେ ରଖିଥିଲେ ଖୁବ୍ ଯତ୍ନ ନେଉଥିଲେ।ଖୁଆଇ ପିଆଇ ସଫା ଟପା କରୁଥିଲେ।ଗଦି ଉପରେ ଶୁଆଉ ଥିଲେ।ଖେଳିବାକୁ ,ବୁଲିବାକୁ ଛାଡି ଦେଉଥିଲେ ତାଙ୍କ ଘର ଆଗ ପାଚିରୀ ଘେରା ପଡିଆ ଭିତରେ। ବହୁତ ଖୁସିରେ କଟି ଯାଉଥିଲା ଆମ ସମୟ।


ଆମେ ଆସ୍ତେ ଆସ୍ତେ ବଡ଼ ହେଉଥିଲୁ।ଆମକୁ ଦେଖି

ବାକୁ ଜମୁଥିଲା ଭିଡ଼।ଆମ ଖୁସି ମଜା ବେଶୀ ଦିନ ରହିଲା ନାହିଁ।ତିନି ଚାରି ମାସର ହୋଇ ମା ଠାରୁ କ୍ଷୀର ଖାଇବା ଯେମିତି ଛାଡିଛି ମୋତେ ଜଣେ ବାବୁ ପୋଷ୍ୟ ଝିଅ କରି ନେଇଗଲେ।ଆସିଲା ଦିନ ମୋ ଛଉ ବହୁତ କାନ୍ଦିଥିଲା ।ଆଉ ସାଙ୍ଗ ହୋଇ ପାରିବୁ ନାହିଁ।ମୁହଁରେ ମୁହଁ ଘଷା ଘଷି ହେବୁ ନାହିଁ କି ଛଉ ମୋତେ ଆଉ ଗେଲ କରିବ ନାହିଁ।ଛଉ ..ମୋ ଛଉକୁ ଛାଡି କୁଆଡେ ଯିବି ନାହିଁ ଯେତେ କହିଲି କେହି ମୋ କଥା ଶୁଣିଲେ ନାହିଁ।କାର୍ ରେ ବସାଇ ନେଇ ଗଲେ କୁଆଡେ।କାର୍ ଡୋର୍ ଦେଇ ମୁଁ ଦେଖୁଥିଲି ମୋ ମା ,ଭାଇ, ଭଉଣୀ ସମସ୍ତେ କାନ୍ଦୁଥିଲେ।ଆଉ ଛଉ, କାର୍ ପଛେ ପଛେ ଗେଟ୍ ଯାଏ ଆସିଲା।ଦରୁଆନ୍ ଧରି ନେଲା ଛଉକୁ।ଛଉ କାନ୍ଦି କାନ୍ଦି କହୁଥିଲା ମୋ ଧଉ କୁ ନିଅ ନାହିଁ।ମୁଁ କାହା ସଂଗେ ଖେଳିବି।ଧଉ ଲୋ ତୋ ବିନା ମୁଁ ଏକା ହୋଇଯିବି।ଧଉ..ଧଉ ..କାନ୍ଦ ତାର ମୋତେ କିଛି ବାଟ ଯାଏ ଶୁଭୁଥିଲା।ମୁଁ ବି କାଚକୁ ଭରା ଦେଇ ଅନେଇଁ ଥିଲି ତା ମୁହଁ ଲୁଚିବା ଯାଏ।କିଛି ବାଟ ଗଲା ପରେ ଆଉ ଛଉର କାନ୍ଦ ବି ଶୁଭିଲା ନାହିଁ।


ଅନେକ କାନ୍ଦିଲି,ଖୋଜିଲି ଛଉକୁ।ଭୋକ ଉପାସରେ ରହିଲି।କେହି ମୋ ଦୁଃଖ ବୁଝିଲେ ନାହିଁ।ମୋ ପାଳିତ ବାପାଙ୍କର ଗୋଟେ ପୁଅ ଥିଲା ରିଙ୍କୁ ବାବା।ସେ ମୋ ପାଖକୁ ଆସିଲା ମୋ ଦେହ ଆଉଁସି ଦେଲା।ମୋ ମୁହଁକୁ ଟେକି ଦେ କହିଲା-" ଋଷିଛୁ ଜଲି?ମା ଭାଇ ଭଉଣୀ,

ସାଙ୍ଗ ସାଥି ମନେ ପଡୁଛନ୍ତି ତୋର?ଜଲି ମୁଁ ବି ଏକା।ମୋର କେହି ଭାଇ ଭଉଣୀ ନାହାନ୍ତି।ତୁ ମୋ ସାଙ୍ଗ ହେବୁ?ଜଲି କିଏ ;ମୁଁ ତ ଧଉ! ମୁଁ ଆଶ୍ଚର୍ଯ୍ୟ ହୋଇ ଜଲିକୁ ଖୋଜିଲି।ରିଙ୍କୁ ବାବା ମୋତେ ଦୁଇ ହାତରେ ଟେକି ନେଇ ଖୁବ୍ ଗେଲ କଲେ,ଠିକ୍ ତୋ ପରି ରେ ଛଉ।ରିଙ୍କୁ ବାବା ମୋତେ କ୍ଷୀର ପିଆଇଲେ।ମୋ ବେକରେ ସୁନ୍ଦର ଗୋଟେ ନାଲି ଫିତା ବାନ୍ଧିଦେଲେ।ସେଥିରେ ଲଗାଇ ଦେଲେ ଗୋଟେ ଚେନ୍।ସକାଳ ସଂଜେ ମୋତେ ନେଇ ବୁଲାଇଲେ।ଧଉ ହଜିଗଲା ଜଲି ଭିତରେ।ଛଉକୁ ଭୁଲି ରିଙ୍କୁ ବାବାଙ୍କୁ ସାଙ୍ଗ କରି ନେଲି।


ରିଙ୍କୁ ବାବାଙ୍କ ଘରେ ମୋର ସବୁ ସୁବିଧା।ଖାଇବା

,ପିଇବା,ଶୋଇବା ସବୁ ରାଜକୁମାରୀ ପରି।ସବୁ ସୁଖ ଭିତରେ ସବୁଠାରୁ ବଡ଼ ସୁଖଟି ନାହିଁ।ମୁକ୍ତ ଜୀବନର ଆନନ୍ଦ,ଖୋଲା ଆକାଶ,ମନଇଚ୍ଛା ବୁଲିବା କି ଖେଳିବା।ଏଠି ସବୁ ରୁଟିନ୍ ଜୀବନ।ହଁ ରାଜକୁମାରୀ ଜୀବନ ଜିଏଁ।ସୁଖ ପାଚୁର୍ଯ୍ୟ ଭିତରେ ବୁଡିଛି।କିନ୍ତୁ ଏହା ବଦଳରେ ମୁଁ ଦେଇଛି ମୋ ଇଚ୍ଛା,ସ୍ୱାଧୀନତା।ପାଇଛି ଗୋଟେ ନାଲି କଲାର୍ ଓ ଚେନ୍।ମୋର ସବୁ ଖୁସି ଇଚ୍ଛା ଅନ୍ୟ ମାନଙ୍କ ଦ୍ୱାରା ନିୟନ୍ତ୍ରୀତ।


ରିଙ୍କୁ ବାବା ଏବେ ଟିକେ ବଡ଼ ହୋଇଗଲେଣି।ପ୍ରତି ରବିବାର ଉପର ବେଳା ସେ ମୋତେ ବଜାର,ଘାଟ ଓ ପାର୍କ ତାଙ୍କ ସହ ବୁଲେଇ ଆଣୁଛନ୍ତି।ଏଇ ବୁଲିବା ଭିତରେ ମୁଁ ଗୋଟେ ଆଶା ନେଇ ଆଶେ କାଳେ ମୋ ଛଉ ସହ ଦେଖା ହୋଇଯିବ।


ଛଉ ଏବେ ବହୁତ ବଡ଼ ହୋଇ ଯିବଣି।ଖୁବ୍ ସୁନ୍ଦର ଦିଶୁଥିବ।ମୁଁ କେଉଁ ଛୋଟ ଅଛି କି?ଏହା ଭିତରେ ଗୋଟେ ହିରୋଇନ୍ ପରି ହୋଇ ଗଲେଣି।ଯଦି ହଠାତ୍ କେବେ ଦେଖା ହୋଇଯିବ;ଛଉ ମୋତେ ଚିହ୍ନି ପାରିବ ତ? 


ଆଜି ରିଙ୍କୁ ବାବା ତାଙ୍କ ଗାର୍ଲ ଫ୍ରେଣ୍ଡ୍ ଟିନା ସହ ମୋତେ ଛାଡ଼ିଦେଇ କଥା ହେଉଛନ୍ତି।ମୋ ପରି କେତେ ଜଣ ଏମିତି ସବୁଦିନ ପାର୍କକୁ ଆସନ୍ତି।ଆମେ ବି ସାଙ୍ଗ ହେଉ,ଏମୁଣ୍ଡରୁ ସେ ମୁଣ୍ଡ ପାର୍କ ସାରା ଦୌଡା ଦୌଡ଼ି କରୁ।ସେମାନଙ୍କ ଭିତରେ ଛଉକୁ ତନ୍ନ ତନ୍ନ କରି ଖୋଜେ ମୁଁ। ବିକଳ ହୋଇ ପଚାରେ ମୋ ଛଉକୁ ଜାଣିଛ?ସେମାନେ ହୋ ହୋ ହୋଇ ହସି ଉଠି କୁହନ୍ତି ଛ...ଉ।ହୁ ଇଜ୍ ଛଉ?ଆମେ ଜ୍ୟାକ୍,ଜୋଜୋ,ଜିଲି,ଜିମି,ଟାଇଗର୍,ଟିଟୋ କୁ ଜାଣିଛୁ ଛଉ କିଏ ବେ।ମୋତେ ଲାଜରା କରି କୁହନ୍ତି ଚୂଡ଼ା ଢୋଲ,ମଫ ଟା ରେ ଇଏ।ଛଉ ଖୋଜୁଛି ଛଉ।ମୋତେ କାନ୍ଦ କାନ୍ଦ ଲାଗେ।ସେମାନଙ୍କ ପାଖକୁ ଆଉ ଯାଏନି।ମନ ମାରି ରିଙ୍କୁ ବାବା ପାଖେ ବସେ।


ଟିନା ଦି ମୋତେ ବହୁତ ଭଲ ପାଆନ୍ତି।ସେ ମୋତେ ଜଲି ଡାଲିଙ୍ଗ ଡାକନ୍ତି।ରିଙ୍କୁ ବାବା ଙ୍କୁ କୁହନ୍ତି ତୁମ ଜଲିଟି କୁଇନ୍ ପରି ଦିଶୁଛି।ଭାରି କୌତୁକିଆ ହୋଇଛି।ରିଙ୍କୁ ବାବାର ନିଶ ହୋଇନି।ଟିକେ ଟିକେ ଶାଗୁଆ ନିଶ କଅଁଳୁଛି ନାକ ତଳ।ସେ ସେଇଠି ହାତ ମାରି କୁହନ୍ତି ରିଙ୍କୁର ଜଲି ଟି ହିରୋଇନ୍,କୁଇନ୍ ସବୁ ହେବ ନା।ମାଇଁ ଡାଲିଙ୍ଗ କହି ମୋ ମୁହଁର ଗୋଟେ ପଡେ ରିଙ୍କୁ ବାବା ଓ ଅନ୍ୟ ପଟେ ଟିନା ଦି ଗେଲ କରୁ କରୁ ନିଜ ଭିତରେ ଗେଲ ହୋଇ ଯାଆନ୍ତି।ଇସ୍ ୟାଙ୍କୁ ଲାଜ ନାହିଁ।ମୋତେ ମଝିରେ ରଖି କିସ୍ ବି କରି ଦିଅନ୍ତି ରିଙ୍କୁ ବାବା ଟିନା ଦି ଙ୍କୁ।ଟିନା ଦି କୃତ୍ରିମ ରାଗ ଦେଖେଇ କୁହନ୍ତି ଧେତ୍ ରିଙ୍କୁ ୟୁ ଆର ସୋ ନଟି।


 ଆଜି ଏତେଦିନ ପରେ ପାର୍କ ପାଖ ରାସ୍ତାରେ ଛଉ ପରି କେହି ମୋତେ ଦିଶୁଛି।ଆଗରୁ ତାକୁ ତ କେବେ ଦେଖିନି।ସେ ଗେଟ୍ ଭିତରେ ପଶୁ ପଶୁ ମୋ ପରି ଥିବା ସାଙ୍ଗ ମାନେ ଦଉଡ଼ି ଯାଇ କହିଲେ ହାଇ ଜ୍ୟାକ୍ ତୋର କଣ ଦେଖା ନଥିଲା? ଜ୍ୟାକ୍ କହିଲା ବଣ୍ଟି ଦାଦାଙ୍କୁ ଜର ହୋଇଥିଲା ତ।ମୋତେ କିଏ ବୁଲେଇ ଆଣି ଥାନ୍ତା?ଓହୋ ଠିକ୍ ଅଛି ଆ ଟିକେ ମଜା କରିବା।ଏ ଜ୍ୟାକ୍ ଦେଖେ ସେଠି ଗୋଟେ ହିରୋଇନ୍ ଫୁଲେଇ ଜଲି ବସିଛି ଚାଲ ତାକୁ ଟିକେ ପଟେଇବା।


ଜ୍ୟାକ୍ କହିଲା ତୁମେ ଗୁଡା ସୁଦୁ ବାତେରା ଡହରା ଗୁଡାକ।ଘଣ୍ଟାଏ ଆସିଛ ଖୋଲା ଆକାଶ ତଳକୁ।ପ୍ରକୃତି କୋଳକୁ।ଏହାର ମଜା ନିଏ।ଅନ୍ୟକୁ ହଇରାଣ କରିବା ଉଚିତ ନୁହେଁ।ଜୋକ୍ ମୁହଁରେ ଲୁଣ ପରି ଅନ୍ୟ ମାନେ ମୁହଁ ଶୁଖେଇ ଲାଗି ଗଲେ ଡିଆଁ ଡେଇଁରେ।


ଏ ଜ୍ୟାକ୍ ଟି ସୁନା ପିଲାଟା।ଅନ୍ୟ ମାନଙ୍କ ପରି ଛତରା ନୁହେଁ।ମୋତେ ଖୁସି ଲାଗିଲା ଭଲ ତ କେହି ଅଛନ୍ତି ଆମ ଦୁନିଆଁରେ।ହେଲେ ମୋ ମନ କହୁଥିଲା ଏ ମୋ ଛଉ ହୋଇ ପାରେ।ମୁଁ ନିଶ୍ଚିନ୍ତ ନଥିଲି ଏ ଛଉ ହୋଇଥିବ। ଏତ ଜ୍ୟାକ୍;ମୋ ଛଉ କାଇଁ ହେବ?ଛଉକୁ ମନେ ପକାଇ ତା ଭିତରେ ହଜି ଗଲି । ଛାତି ଭିତରେ ଅସହ୍ୟ ଯନ୍ତ୍ରଣା।ଛଉ ତୁ କେଉଁଠି?


ଆଖି ଖୋଲି ଦେଖିଲି ଜ୍ୟାକ୍ ମୋତେ ଏକା ଲୟରେ ଚାହିଁଛି?ତା ଚାହିଁବାରେ ବଦମାସୀ କି ଛତରା ଅଭ୍ୟାସ ଦେଖା ଯାଉ ନାହିଁ।ଭାରି କରୁଣ ସେ ଚାହାଣୀ।ତାର ବି କିଛି ଦୁଃଖ ଥିବ।ଯିବି କି?ପଚାରିବି କି?କାହିଁକି ଦୁଃଖରେ ସେ ବସିଛି?କାଳେ କିଛି ଭାବିବ?ଏମିତି ଦ୍ୱନ୍ଦ ଭିତରେ ମୁଁ କେତେବେଳେ ଜ୍ୟାକ୍ ପାଖକୁ ଚାଲି ଯାଇଥିଲି।


ପଚାରିଲି ଫ୍ରେଣ୍ଡ୍ ତୁମ ମନ ଦୁଃଖ କାହିଁକି?ଜ୍ୟାକ୍ କହିଲା ସେ କିଛି ନୁହେଁ।ଏମିତି।


ନାଇଁ ମ ଫ୍ରେଣ୍ଡ୍ କିଛି ତ ଥିବ।ନଚେତ୍ ଅନ୍ୟ ସାଙ୍ଗ ମାନେ ତୁମର ମଜା ମସ୍ତି କଲାବେଳେ ତୁମେ ଚୁପ୍ ହୋଇ ବସିଛ କାହିଁକି?


ଜ୍ୟାକ୍ ଦୀର୍ଘଶ୍ଵାସ ଟିଏ ଟାଣିଲା।ମୋତେ ଗେହ୍ଲେଇ ପଚାରିଲା ତୁମ ନାଁ କଣ?


ମୁଁ କହିଲି ଜଲି।


ସେ କହିଲା ଅତି ସୁନ୍ଦର ନାଁ।


ଜ୍ୟାକ୍ ଦେହର ଗନ୍ଧ ମୋତେ ଛଉ ଛଉ ପରି ବାସୁଥିଲା।ଏ ଆଉ ମୁଁ ଯେମିତି ଧଉରୁ ଜଲି ହୋଇଛି ସେ ସେମିତି ଛଉରୁ ଜ୍ୟାକ୍ ହୋଇନି ତ?


ଜ୍ୟାକ୍ କହିଲା ତୁମେ କାହା ସହ ଆସିଛ?


ମୁଁ ଦେଖେଇ ଦେଲି ରିଙ୍କୁ ବାବାଙ୍କୁ।


ସେ...ସେ ତ ବଣ୍ଟି ଦାଦାଙ୍କ ବନ୍ଧୁ।ଅନେକ ଥର ଆମ ଘରକୁ ଆସିବା ଦେଖିଛି।ଏକା ଶ୍ରେଣୀରେ ପଢ଼ନ୍ତି ବୋଧେ।ଦେଖୁନ ଦୁଇ ଜଣ ଯାକ କେମିତି କାନ୍ଧରେ କାନ୍ଧ ପକେଇ ଗପୁ ଛନ୍ତି।


ହୁ....ମୁଁ କହିଲି।ଏବଂ ହାତ ବଢ଼େଇଲି ଆମେ ବି ଦୋସ୍ତ

ହୋଇଯିବା ତାଙ୍କ ପରି।


ଜ୍ୟାକ୍ କହିଲା ହଁ ଠିକ୍ ଅଛି।କିନ୍ତୁ ବେଶୀ ଆତ୍ମୀୟତା ବଢ଼ାଇବି ନାହିଁ।


କାହିଁକି?ମୁଁ କଣ ତୁମ ଦୋସ୍ତ ହେବା ଯୋଗ୍ୟ ନୁହେଁ 

ଜ୍ୟାକ୍?


ନାଇଁ ସେ କଥା ନୁହେ ପିଲାଦିନେ ଜଣକୁ ଦୋସ୍ତ କରିଥିଲି।ଖୁବ୍ ଭଲ ପାଉଥିଲି।କିନ୍ତୁ..


କିନ୍ତୁ କଣ ହେଲା? ମୁଁ ଆତୁର ହୋଇ ପଚାରିଲି।


ସେ ହଜି ଗଲା?ତାକୁ ଜଣେ ବାବୁ ଆସି କିଣି ନେଇ ଗଲେ।ଆମେ ଅଲଗା ହୋଇ ଗଲୁ।ସେବେଠାରୁ ମୁଁ ଏତେଟା କାହା ସଂଗେ ବନ୍ଧୁତା କରେ ନାହିଁ।


ମୁଁ କାନ୍ଦିବି କି ହସିବି ବୁଝି ପାରୁ ନଥିଲି।ଇଏ ଆଉ ମୋ ଛଉ ନୁହେଁ ତ?


ଆଛା ତୁମ ପିଲା ନା କଣ ଏଇ ଜ୍ୟାକ୍ ଥିଲା?


ନାଁ?କିନ୍ତୁ ସେ ନାଁରୁ ଆଉ କଣ ମିଳିବ।ଆମେ ଏଇଠିକୁ ଯେତେ ଜଣ ଆସିଛନ୍ତି ସମସ୍ତ ପାଖରେ ସୁଖ ଐଶ୍ୱର୍ଯ୍ୟ ଅଛି;କିନ୍ତୁ ଜୀବନ ନାହିଁ।ଇଚ୍ଛା ମୁତାବକ ଆମେ ଜୀଇଁ ପାରୁ ନାହାନ୍ତି।ଖୁସି ହେବା ଦେଖେଇ ହେଉଛେ।ସତ କିନ୍ତୁ ସମସ୍ତେ ଦୁଃଖୀ।ଖୋଲା ଆକାଶ ନାହିଁ,ଝରଣା,ନଈ,ଜୋର ପାଣି ନାହିଁ।ସ୍ବାଧୀନତାର ପବନ ନାହିଁ କି ମୁକ୍ତିର ଆନନ୍ଦ ନାହିଁ।ରୁଟିନ୍ ବନ୍ଧା ଜୀବନ।ଅନ୍ୟ ଯାହା ଦେବେ ଖାଇବାକୁ କରିବାକୁ ବାଧ୍ୟ।ଇଏ ଗୋଟେ ଜୀବନ!ୟାକୁ ବଂଚିବା କୁହନ୍ତି!ଦେଖ୍ ତ ରାସ୍ତା ଘାଟରେ ଯେଉଁ ମାନେ ବୁଲୁଛନ୍ତି କେତେ ଖୁସି ସେମାନେ।


ମୁଁ ବୁଝି ପାରେ ନାହିଁ ଏ ମଣିଷ ଗୁଡା ତାଙ୍କ ସଉକ୍ ପାଇଁ ଆମ ପରି ଜୀବଙ୍କ ସ୍ୱାଧୀନତା, ଖୁସି ଛଡେଇ ନିଅନ୍ତି କାହିଁକି?ଗଣ୍ଡେ ଭଲ ଖାଇବା,ପିଇବା ଶୋଇବା ବଦଳରେ ଆମ ବେକରେ ଗଳେଇ ଦିଅନ୍ତି ପୋଷା ଷ୍ଟାମ୍ପ ର ଫିତା।ବାନ୍ଧି ପକାନ୍ତି ଚେନ୍ ରେ।ନେଇ ଯାଆନ୍ତି ମୁକ୍ତ ସ୍ୱାଧୀନ ଜୀବନ।


ସମ ଦୁଃଖୀ ହୋଇ ମୁଁ କହିଲି ହଁ ଠିକ୍ କହିଲେ ବନ୍ଧୁ ଜ୍ୟାକ୍।ମୁଁ ଅଥୟ ହେଉଥିଲି , ଜାଣିବାକୁ ଚାହୁଁ ଥିଲି ଜ୍ୟାକ୍ ପିଲା ଦିନ ନାଁ ଛଉ ଥିଲା କି ନାହିଁ।


ମୁଁ କହିଲି ମୋର ପିଲା ଦିନେ ଜଣେଘନିଷ୍ଠ ବନ୍ଧୁ ଥିଲା।ଠିକ୍ ତୁମ ପରି ରଙ୍ଗ,କଥାବାର୍ତ୍ତା।


ଜ୍ୟାକ୍ ଭାଵ ପ୍ରବଣ ହୋଇ ସାରିଥିଲା ସେତେବେଳେକୁ

।ସେ କହିଲା ମୋର ବି ଜଣେ ଥିଲା?


ମୁଁ ଅତି ଆଗ୍ରହ ହୋଇ ପଚାରିଲି କଣ ହେଲା ତାର?


ହଜି ଯାଇଛି।ମୁଁ ତାକୁ ମୁଁ ବହୁତ ଖୋଜୁଛି।ତୁମେ ଠିକ୍ ତା ପରି ଦିଶୁଛ।

 

ମୁଁ କାଳ ବିଳମ୍ବ ନ କରି କହିଲି ଧଉ ତା ନାଁ ଥିଲା ନା?


ଜ୍ୟାକ୍ ଚମକି ପଡିଲା।ଧଉ!!ତୁମେ କେମିତି ଜାଣିଲ?


ତୁମ ନାଁ ଛାଉକା ଥିଲା ,ଧଉ ତୁମକୁ ଛଉ ଡାକୁଥିଲା ଆଦରରେ।


ହଁ... ହଁ...ଲୁହ ଟୋପେ ଗଡି ଆସିଲା ଜ୍ୟାକ୍ ଆଖିରୁ।


ମୁଁ ଓଲଟି ପଡି ଗୋଡ଼ ଉପରକୁ ଟେକି ପେଟ ଛାତି ଦେଖାଇ କୁଉଁ କୁଉଁ ହେଲି।


ଜ୍ୟାକ୍ ଆଖିରେ ବିସ୍ମୟ ମିଶା ଆନନ୍ଦ।

 

ସେ କହିଲା ତୁ ଧଉ...ଓରଫ ଜଲି!!


ମୁଁ ଉଠି ପଡି କହିଲି ବୁଦୁ ତୁ ମୋ ଛଉ ନା,ଜ୍ୟାକ୍ ହିରୋ।


ଆଃ ପିଲାଦିନ ବନ୍ଧୁ ମିଳି ଗଲେ କଣ ଲାଗେ?ଜ୍ୟାକ୍ ମୋତେ ଓ ମୁଁ ଜ୍ୟାକର୍ ଦେହର ଗନ୍ଧକୁ ପିଇ ଯାଉଥିଲୁ ମନ ଭରି।


ମୁଁ କହିଲି ମୋ ପ୍ରିୟ ଛଉ।ସେ କହିଲା ମୋ ଡାଲିଙ୍ଗ ଧଉ।ତୁ କେତେ ସୁନ୍ଦରୀ ଟେ ହୋଇ ଯାଉଛୁ ୟା ଭିତରେ।


ଆଉ ତୁ..ତୁ ତ ଗୋଟେ ଚୋଖା ହିରୋ ହୋଇ ଯାଇଛୁରେ ଛଉ।


ରିଙ୍କୁ ବାବା ଡାକିଲେ କମ୍ ଅନ୍ ଜଲି ,ଲେଟସ୍ ଗୋ। 


ଛଉ କହୁଥିଲା ତୁ ଯା ନା ଧଉ।ମୋ ମୁଁହଁରେ ମୁହଁ ଘଷୁଥିଲା, ମୋତେ ଗେଲ କରୁଥିଲା ରିଙ୍କୁ ବାବା ଯେପରି ଟିନା ଦିଙ୍କୁ କରନ୍ତି।ମୋ ମନ ହେଉ ନଥିଲା ଛଉକୁ ପାଖରୁ ଛାଡିବାକୁ।ରିଙ୍କୁ ବାବା ଡାକ ଛାଡୁଥିଲେ ଆ ଜଲି ଘରକୁ ଯିବା।


ବଣ୍ଟି ଦାଦା ରସିକିଆ କରି କହିଲେ କିରେ ରିଙ୍କୁ ତୋ ଜଲି କଣ ମୋ ଜ୍ୟାକ୍ କୁ ଲାଇନ୍ ମାରି ଲାଣି।ମୋ ଜ୍ୟାକ୍ ର ଚଏସ୍ ମାନିବାକୁ ପଡିବ।ନାଛା ହିରୋଇନ୍କୁ ଗାର୍ଲ ଫ୍ରେଣ୍ଡ୍ କଲାଣି ।


ଆମକୁ ଏ କଥା ଶୁଣି ଲାଜ ଲାଗୁଥିଲା।ବଣ୍ଟି ଦାଦା ଜ୍ୟାକ୍ କୁ ନେଇ ଚାଲି ଯାଉଥିଲା ବେଳେ ରିଙ୍କୁ ବାବା ମୋତେ।ନିରୀହ ଜୀଵ ଦିଟା ଆମେ ବିକଳ ହୋଇ ବିପରୀତ ଦିଗରେ ଲୁଚି ଯାଉଥିଲୁ। ଆମ ପ୍ରେମ ତ ଜଞ୍ଜିରରେ ବନ୍ଧା।ଇଚ୍ଛା କରି ଆମେ କଣ ପ୍ରେମ କରି ପାରିବୁ?


ଜଞ୍ଜିର ବନ୍ଧା ପ୍ରେମ ଆଶାଟିଏ ରଖୁ ଥିଲା ହୁଏତ କାଲି ପୁଣି ମିଳିବା ଦୁହେଁ ଏଇଠି ଭାଗ୍ୟରେ ଥିଲେ ।



Rate this content
Log in