STORYMIRROR

Seetaram Dash

Others

3  

Seetaram Dash

Others

ପ୍ରଭୁଙ୍କ ଲୀଳା

ପ୍ରଭୁଙ୍କ ଲୀଳା

1 min
357


ଅନେକ ଦିନ ତଳର କଥା। ନିମାପଡା ଏବଂ ଅଠାନ୍ତର ରାସ୍ତାରେ ନିମାପଡାରୁ ପାଞ୍ଚ ଛ କିଲୋମିଟର ଗଲେ ଭାଟବନ୍ଧ ଗ୍ରାମ ଅବସ୍ଥିତ। ସେହି ଗ୍ରାମର ଜଣେ ବ୍ୟକ୍ତି ଦେଖିଲେ ତାଙ୍କ ବାରିରେ ବର୍ଷା ଦିନେ ସପୁରୀ କଷିଟିଏ ବାହାରିଛି। ଅଦିନରେ ସପୁରୀ ଦେଖି ଆଶ୍ଚର୍ଯ୍ୟ ହୋଇ ଘରେ ଏବଂ ଗାଁରେ କହିଲେ। ଗାଁର ପୁରୁଖା ଲୋକେ କହିଲେ, ଏ ସପୁରୀ ଖାଇଲେ ଅମଙ୍ଗଳ ହେବ। କିଏ କହିଲା ଘୋର କଳିକାଳ। କିଏ କହିଲା ଜଳବାୟୁ ପରିବର୍ତ୍ତନ ଯୋଗୁ ଏ ସବୁ ଘଟୁଛି। 


  ଦିନ ଗଡି ଚାଲିଲା। ଲୋକେ ଏ କଥାକୁ ଭୁଲିଗଲେ। ଅନେକ ଗୋରୁଗାଈ, ଛେଲିମେଣ୍ଢା ଏବଂ ମାଙ୍କଡ ମାନଙ୍କ ପାଦୁର୍ଭାବ ସତ୍ତ୍ୱେ ସପୁରୀଟି ଅକ୍ଷତ ଅବସ୍ଥାରେ ଥାଏ। କିଛିଦିନ ପରେ କିଛି ଲୋକ ଗାଁକୁ ଆସି ସେହି ନିଧିଷ୍ଟ ବ୍ୟକ୍ତିଙ୍କୁ ଖୋଜିଲେ ଏବଂ କହିଲେ ଆମେ ପୁରୀରୁ ଆସିଛୁ। ଜଗନ୍ନାଥ, ବଡ଼ ପଣ୍ଡାଙ୍କୁ ସ୍ୱପ୍ନରେ କହିଲେ "ଭାଟବନ୍ଧ ଗାଁରେ ଅମକ ଲୋକ ବାରିରେ ସପୁରୀ ହୋଇଛି। ମୋ ପାଖରେ ଆଣି ଭୋଗ ଲଗାଅ"। ତେଣୁ ଆମେ ଆସିଛୁ ସପୁରୀ ନେବାକୁ। ଗାଁରେ ହୁରି ପଡିଗଲା। ସମସ୍ତଙ୍କ ମୁହଁରେ ଶୁଣା ଯାଉଥିଲା, "ପ୍ରଭୁ ଧନ୍ୟ ତୁମ ଲୀଳା"। (ସତ୍ୟ ଘଟଣା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍