Madhabi Patel

Children Stories Inspirational Children

3  

Madhabi Patel

Children Stories Inspirational Children

ପପୁ

ପପୁ

3 mins
156



ଘରବାହାରେ କୁଁ କୁଁ ଶବ୍ଦ ଶୁଣି ଆଭା ଦରଜା ଖୋଲି ବାହାରି ଆସିଲା । ତା ପିଣ୍ଡାରେ କୁକୁର ଛୁଆଟେ ଆସି କୁଁ କୁଁ କରୁଥିଲା । ସେ ଦେଖିଲା ଗୋଡ ଗୋଟେ ଚେପି ହୋଇ ଯାଇଛି ଛୁଆଟିର ଓ ରକ୍ତ ବାହାରୁଛି । କୌଣସି ମୋଟର ସାଇକିଲ ବା ସାଇକିଲ୍ ମାଡି ଚାଲି ଯାଇଛି ଗୋଡ ଉପରେ । ପଶୁ ଯନ୍ତୁ ବୋଲି କିଛି କହିପାରୁନି ସିନା ଯନ୍ତ୍ରଣାରେ ଛଟପଟ ହେଉଛି ।


ଆଭାର ହୃଦୟ ଦୁଃଖରେ ତରଳି ଗଲା । ଏ ଗାଡି ଚାଳକ ଗୁଡାକ ମାନେ ବି କିଛି ଧ୍ୟାନ ଦେଉନାହାନ୍ତି ଗାଡି ଚଳେଇଲା ବେଳେ । ଜୀବ ଯନ୍ତୁ ମାନେ ବିତ ଜୀବନ୍ତ । ତାଙ୍କୁ ବି ଆଘାତ ହେଲେ କଷ୍ଟ ହୁଏ । ପୃଥିବୀଟି କେବଳ ମଣିଷଙ୍କ ରହିବା ପାଇଁ ତିଆରି ହୋଇନି । ସବୁ ଜୀବ ଜଗତ ରହିବେ ବୋଲି ହୋଇଛି । ଗଛଲତା ପଶୁ ପକ୍ଷୀ ସବୁଙ୍କ ଆବଶ୍ୟକତା ରହଛି ଏଠି ଜୀବନ ଚକ୍ର ଚାଲିବା ପାଇଁ । ହେଲେ ସବୁ ମଣିଷ ଏକଥା ବୁଝି ପାରନ୍ତିନି । ସେମାନେ ଭାବନ୍ତି କେବଳ ମଣିଷ ମାନଙ୍କ ଏଠି ବେଶି ଅଧିକାର ରହିଛି ।


ସେ କୁକୁର ଛୁଆଟିକୁ ଘରକୁ ନେଇ ଆସିଲା । ଉଷୁମ ପାଣିରେ ଗୋଡର ଧୂଳିକୁ ଧୋଇ କ୍ଷତରେ ମଲମ ଲଗାଇଦେଲା ଓ କନାଖଣ୍ଡେ ବାନ୍ଧିଦେଲା । ଦୁଧପାଏ ଭଳିଆ ଆଣି ପିଇବାକୁ ଦେଲା । ଏବେ କୁକୁର ଛୁଆଟି ଆରାମରେ ଶୋଇ ପଡିଲା । ରାତିରେ ରୁଟିପଟେ ଓ ଦୁଧ ପୁଣି ଖାଇବାକୁ ଦେଲା । ଏମିତି କିଛିଦିନ ଘରେ ରହିବା ପରେ ସେ ଟିକେ ଚାଲିବାକୁ ସକ୍ଷମ ହେଲା । ହେଲେ ଛୋଟେଇ ଛୋଟେଇ ଚାଲୁଥାଏ ।


ପ୍ରାୟ ସପ୍ତାହେ ପରେ ତାକୁ ବାହାରେ ଆଣି ଛାଡିଦେଲା ଆଭା । ତା ମାଆ ଓ ଅନ୍ୟ କୁକୁରଛୁଆମାନେ ଆସି ତାକୁ ଘେରିଗଲେ । ଭାଇଭଉଣୀ ଗେଲ କରାକରି ହେଲେ ମଣିଷ ମାନଙ୍କପରି । ପଶୁ ହେଲେବି ତାଙ୍କ ଭିତରେ ସ୍ନେହ ପ୍ରେମ ଭାବ ରହିଛି । ସେମାନେ ଏତେଦିନ ତାକୁ ନଦେଖି ନିଶ୍ଚୟ ଭାବିଥିବେ ସେ ମରିଗଲା ବୋଲି । ତାକୁ ଜୀବନ୍ତ ଦେଖି ନିଜର ଖୁସୀ ଜାହିର କରୁଥିଲେ । ତାକୁ ଚାଟୁଥିଲେ ଓ ଗେଲ କରୁଥିଲେ । ତା ମାଆ ତାର ଖଣ୍ଡିଆ ଗୋଡକୁ ଜିଭରେ ଚାଟି ଦେଖୁଥିଲା କେମିତି ଅଛି ବୋଲି ।

ମନେମନେ ଆଭାକୁ କୃତଜ୍ଞତା ଜଣାଉଥିଲା ନିଶ୍ଚୟ ତା ପିଲାର ଯତ୍ନ ନେଇ ଭଲ କରିଦେଇ ଥିବାରୁ ।


ଏବେ ସବୁ କୁକୁର ଦଳହୋଇ ପୁଣି ଏକାଠି ମଇଳା ଗଦାରେ ବୁଲିବାକୁ ଲାଗିଲେ । ଖାଦ୍ୟ ଅନ୍ବେଷଣରେ ଜରିମୁଣା ସବୁ ଖୋଜି ବୁଲିଲେ । ହେଲେ ସେଇ ଛୋଟା କୁକୁର ଛୁଆଟି ଆଭା ଘରଆଡେ ପ୍ରାୟ ପଶି ଆସେ । ଆଭା ତା ନାଆଁ ପପୁ ରଖିଥିଲା । ପପୁକୁ ଦେଖିଲେ କିଛି ଖାଇବାକୁ ଦେଇଦିଏ । ସେଥିପାଇଁ ଏବେ ଜାଣି ଜାଣି ରୋଟିଗୋଟେ ଦୁଇଟା ଅଧିକା କରିଥାଏ । ଆଭା ରାସ୍ତାରେ ଗଲାବେଳେ ପପୁ ଦେଖିଲେ ତା ପାଖକୁ ଧାଇଁଆସେ । ଆଭା ତାକୁ ବାଏ ବାଏ କହି କାମରେ ଚାଲିଯାଏ । ଘରକୁ ଆସିବା ଦେଖିଲେ ପପୁ ତା ପଛେ ପଛେ ଆସେ । ତାର ପାଦ ଚାଟିଦିଏ । ବଡ କୁତୁ କୁତୁ ଲାଗେ ଆଭାକୁ । ସେ ତାକୁ ଦୂରକୁ ହଟାଇଦିଏ । ହେଲେ ଏଇଟା ହିଁ ପପୁର ସ୍ନେହ ପ୍ରଦର୍ଶନ କରିବାର ମାଧ୍ୟମ । ସେ ବା ଆଉ କେମିତି ତାର ଭଲପାଇବା ଦେଖାନ୍ତା ବିଚରା । ଆଭାତାକୁ ଧରି ଆଉଁଷି ଦିଏ ଓ କିଛି ବିସ୍କୁଟ କି ରୋଟି ଆଣି ଖାଇବାକୁ ଦିଏ । ମାଂସ କରିଥିବା ଦିନ ଦୁଇଫୁଟି ମାଂସ ଓ ହାଡସବୁ ଆଣି ତାକୁ ଏକ ମାଟି ପାତୁଳରେ ଖାଇବାକୁ ଦିଏ ।


ଏମିତି ଭାବରେ ଆଭା ଓ ପପୁର ମମତା ବଢି ଚାଲିଥାଏ । ଦିନେ ବାଡ ଭିତରକୁ ଛେଳି ଦୁଇପଟ ପଶି ଆସିଥିଲେ । ପପୁ ଏହା ଦେଖିଦେଇ ଭୋଭୋ କରି ଛେଳିମାନଙ୍କୁ ଘଉଡାଇ ଦେଲା । ଝରକା ଭିତରୁ ଏସବୁ ପପୁର କାରସାଦି ଆଭା ଲକ୍ଷ୍ୟ କରୁଥିଲା । ଭାବିଲା ପପୁ ତା ଘରକୁ ଏବେ ନିଜର ଘର ଭାବିବାକୁ ଲାଗିଛି । ତା ପ୍ରତି ତାର ଆହୁରି ଭଲପାଇବା ବଢିଗଲା । ସେ ତାକୁ ଘରର ସଦସ୍ୟ ପରି ଭାବୁଥିଲା । କେବଳ ଘରେ ବନ୍ଦୀକରି ରଖିବା ଚାହୁଁନଥିଲା ବୋଲି ବାହାରେ ଛାଡି ଦେଉଥିଲା । ତା ପରିବାର ସାଥିରେ ସ୍ବାଧିନ ଭାବେ ରହୁବୋଲି ସେ ଚାହୁଁଥିଲା ।


ଶୀତଦିନ ଥିଲା । ରାତି ଗୋଟାଏରୁ ଦୁଇଟା ଭିତରେ ହେବ । ଚୋର ଦୁଇଜଣ ତା ଘରକୁ ପଶିବାର ଉଦ୍ୟମରେ ଆସିଥିଲେ । ଯେମିତି ବାଉଣ୍ଡ୍ରି ଡେଇଁ ପଶିବା ଚାହିଁଲେ କୋଉଠି ଥିଲା ପପୁ ଆସି ଡେଇଁପଡି ଗୋଟିଏ ଲୋକର ଗୋଡରୁ ପୁଳାଏ ମାଂସ କାମୁଡି ଦେଲା । ଲୋକଟା ବିକଳ ହୋଇ ବିଳିବିଳେଇ ଉଠିଲା । ସେପଟେ ପପୁ ଜୋର୍ରେ ଭୋ ଭୋ କରି ଭୁକୁଥାଏ । ପପୁର ଏମିତି ଉତ୍ତେଜିତ ହୋଇ ଭୁକିବା ଶବ୍ଦ ଶୁଣି ଆଭା କିଛି ବିପଦର ଆଭାସ ପାଇଲା । ସେ ତା ସ୍ବାମୀକୁ ଉଠାଇଲା ବାହାରେ କିଛି ଘଟିଛି ନିଶ୍ଚୟ । ପପୁ ଏତେ ଭୁକୁଛି କାହିଁକି?

ସେମାନେ କବାଟ ଖୋଲି ବାହାରକୁ ଆସି ଦେଖିଲେ ଦୁଇଜଣ ଲୋକଙ୍କୁ ପପୁ ଓ ତା ଭାଇମାନେ ଘେରି ଯାଇଛନ୍ତି ଭୁକି ଚାଲିଛନ୍ତି । ଜଣେ ଲୋକ ଖଣ୍ଡିଆ ହୋଇଛି । ଗୋଡରୁ ରକ୍ତ ଝରୁଛି । ଆଭା କହିଲା, ପପୁ ତାଙ୍କୁ ଛାଡିଦେ । ସେ ଟିକେ ହଟିଲା । ଚୋର ଦୁଇଟା ଆଭାକୁ ଜୁହାର କରି ନିଜ ବାଟରେ ଚାଲିଗଲେ । ସେଦିନରୁ କୌଣସି ଚୋର ତା ଘରକୁ ଆସିବାକୁ ଡରନ୍ତି । ପପୁ ପରି ଜଗୁଆଳି ଯାହାର ରହିଛି ତା ଘରକୁ କିଏ ବା ଖରାପ ନଜରରେ ଦେଖିବ?ପଶୁ ହେଲେବି ସେମାନେ କେତେ କୃତଜ୍ଞ ଏକଥା ପପୁ ପ୍ରମାଣ କରି ଦେଖାଇ ଦେଲା ।



Rate this content
Log in