Dr Jharana Satapathy

Others

3  

Dr Jharana Satapathy

Others

ପଞ୍ଚୁ

ପଞ୍ଚୁ

4 mins
627


ଶୀତ ରାତି କିଛି ଲୋକ କାଠିକୁଟା ଜାଳି ହାତଗୋଡ ପୁଇଁ ହେଉଛନ୍ତି । ରାସ୍ତାରେ ଲୋକେ ଯାକାଯାକି ହୋଇ ଶୋଇଛନ୍ତି ।ଦୋକାନ ବଜାର ବନ୍ଦ ହୋଇ ଆସିଲାଣି ।ସମୟ ରାତି ଦଶଟା ପାଖାପାଖି ହେବ I ଶୀତ ପଡି ପଡି ଆସିଲାଣି I ରାସ୍ତା କଡ ରେ ଲୋକ ମାନେ ଶୋଇବାକୁ ଗଲେଣି I ଦୋକାନ ବଜାର ସବୁ ବନ୍ଦ ହେଇ ଆସିଲାଣି I କିଛି କିଛି କାଠି କୁଟା ଜାଳି ଶୀତ ରୁ ରକ୍ଷା ପାଇବାକୁ ହାତ ଗୋଡ ପୁହିଁ ହେଉଛନ୍ତି ।ଲୋକ ସବୁ ରାସ୍ତା କଡରେ କୁଙ୍କୁରି କାଙ୍କୁରି ହୋଇ ସୋଇ ପଡିଲେଣି I ଛିଣ୍ଡା ଚାଦର, କମ୍ବଳ ଅବା କନ୍ଥା, ଶୀତ ରଖିବାକୁ ସମର୍ଥ ନୁହଁ I ଶୀତରୁ ରକ୍ଷା ପାଇବାକୁ ଗୋଟେ ଗୋଟେ କନ୍ଥା ତଳେ ଦି ତିନି ଜଣ ପଶି ଥାନ୍ତି I

ଠିକ ଏହିସମୟରେ ପ୍ରକାଶ ବାବୁ ଅଚିହ୍ନା ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ପାଇଥିଲେ ।ସାର ସାର ପଛରେ ଗାଡିଟିଏ ଆସୁଛି ଆପଣ ଦେଖିକି ରାସ୍ତା ପାରହୁଅନ୍ତୁ ପାଖରୁ ଏପରି ଅଚିହ୍ନା ବ୍ୟକ୍ତିଙ୍କ କଣ୍ଠସ୍ବର ଶୁଭୁଥିଲା । ହଟାତ୍ ପ୍ରକାଶ ବାବୁ ଚାହିଁଲା ବେଳକୁ ଏକ ଭଦ୍ରବ୍ୟକ୍ତି ପାଖରେ ଛିଡା ହୋଇଛନ୍ତି । ପ୍ରକାଶ ବାବୁ ତାକୁ ଚିହ୍ନିଁ ପାରିନଥିଲେ । କିନ୍ତୁ ସେ ଭଦ୍ର ବ୍ୟକ୍ତି ହେଉଛି ପଞ୍ଚୁ ଯାହାକୁ ପ୍ରକାଶ ବାବୁ ମଣିଷ କରିଥିଲେ । ପ୍ରକାଶ ବାବୁଙ୍କୁ ଦେଖିବା କ୍ଷଣି ସାଷ୍ଟାଗଂ ପ୍ରଣାମ କରି ପାଦତଳେ ପଡିଗଲା । ବାବୁ ବାବୁ ମୁଁ ପଞ୍ଚୁ ସେହି ଅସହାୟ ଜଣକ !

ଦିନେ ତୁମେ ମତେ ସାହାର୍ଯ୍ୟ କରିଥିଲ ବାବୁ ମୁ କଣ ଆପଣଙ୍କୁ ଭୁଲିଯିବି ? ନାଇ ସେହିଦିନ କଥା ଆଦୌ ଭୁଲିନି ଆଜି ମୋ ମନରେ ଅଛି । ଵାଵୁ ତୁମେ ମୋ ପାଇଁ ସାକ୍ଷାତ ଭଗଵାନ !ହଁ ତୁ ପଞ୍ଚୁକିରେ ! ଆଜି ତତେ ମୁଁ ଚିହ୍ନିଁ ପାରୁନାହିଁ ।ତୁ ସଂପୂଣ୍ଣ ରୂପେ ବଦଳି ଯାଇଛୁ ।ତୋର ସେହି ଚେହାରା କାହିଁ ? ତ ପାଖକୁ ଗଲେ ମତେ ବହୁତ ଡର ମାଡୁଥିଲା ।ଆଜି ତୋର ହସ ହସ ବଦନ ଶାନ୍ତ ସ୍ବଭାବ ।

ହଁ ପରା ବାବୁ ଅରକ୍ଷିତକୁ ପରା ଦଇବ ସାହା !

ହଁ ମନେ ପଡିଲା ପଞ୍ଚୁ ଇଏ ବହୁତ ବର୍ଷ ତଳର ଘଟଣା ।ସେହି ଶୀତୁଆ ରାତିର ସନ୍ଧ୍ୟା ! ରାସ୍ତା କଡରେ ଶୀତୁଆ ରାତିରେ ଘୁରିବୁଲୁଥିଲୁ ।ମୁଁ ତତେ ସାହାର୍ଯ୍ୟ କରିଥିଲି। ଦୀର୍ଘ ୨୦ବର୍ଷ ଧରି ଶୀତ, ଖରା ଓ ବର୍ଷା ରେ ବଜାରରେ ପାଗଳ ପ୍ରାୟ ବୁଲୁଥିଲୁ ।ରହୁଥିଲୁ ବସ୍ତି ଇଲାକାରେ । ଭାରି କଷ୍ଟରେ ଚଳୁଥିଲୁ ।ଯିଏ ଯାହା ଦେଲେ ଖାଉଥିଲୁ ନହେଲେ ଉପବାସରେ ରାସ୍ତା କଡରେ ଶୋଉଥିଲୁ ।ନିଛାଟିଆ ରାସ୍ତା ଉପରେ ଅସହାୟ ପରି ପଡିରହୁଥିଲୁ । ଅସହ୍ୟ ଶୀତରେ ତୋର ଦେହ ଥରିଉଠୁଥାଏ । ଛିଣ୍ଡା ଚାଦର ତଳେ ପସିରହିଥିଲୁ ।

ହଠାତ ମୋର ନଜର ପଡିଥିଲା ତୋ ଉପରେ। ତୁ ପିନ୍ଧିଥିବା ଚିରା ଡ୍ରେସ ତୋର ପୁରା ଶରୀରକୁ ଘୋଡାଇବାକୁ ସକ୍ଷମ ନଥିଲା । ଉପରେ ଗୋଟେ ଛିଡା କନ୍ଥା । ବହୁ ଜାଗାରୁ ଚିରି ଯାଇଥିଲା ।ମୋ ଦେହର ଜାକେଟ କାଢି ତୋ ଉପରେ ଘୋଡାଇବା ପାଈଁ ଚେଷ୍ଟା କରିଥିଲି । କେତେ କଦର୍ଯ୍ୟ ତୋର ରୂପ ବଦନ ଥିଲା ।ପାଖକୁ ଯିବାକୁ ଘୃଣାଲାଗୁଥିଲା । ସେ ଦିନର ସେହି ସ୍ମୃତିମନେପଡିଗଲେ ଦେହରେ ଶିହରଣ ଖେଳିଯାଏ ମାତ୍ର ତୋର ସେହି ନିରିହ ଚାହାଣି ମତେ ପାଖକୁ ଯିବାକୁ ବାଧ୍ୟ କରିଥିଲା । କଥାରେ ଅଛି ପରା ମାନଵ ସେବା ହିଁ ମାଧବ ସେବା ।

ଆଦିବାସୀ ପରିବାରର ପିଲାଟିଏ ତୁ । ୧୯୯୯ ମହାବାତ୍ୟା ରେ ତୋର ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଥିଲେ । ନିଜ ଆଖି ଆଗରେ ତୋ ମାଆ ,ଵାପା ଭଉଣୀକୁ ହରାଇ ଥିବାରୁ ମାନସିକ ଭାରସାମ୍ୟ ହରାଇଥିଲୁ । ସେହିଦିନ ଠାରୁ ତୁ କୁଆଡେ ଯାଉଥିଲୁ ,କେଉଁଠି ରହିଥିଲୁ ,କିଛି ମନେ ରହୁନଥିଲା ତୋର ।

ମୁଁ ଆଉ ମୋ ଧର୍ମ ପତ୍ନୀ କମ୍ବଳ ,ବସ୍ତ୍ର , ଖାଦ୍ୟ ଆଦି ଦେବାସହ ଗ୍ରାମ ର ଜଣେ ବ୍ୟକ୍ତି ଙ୍କୁ ତୋର ରହିବାର ଦାୟିତ୍ବ ଅର୍ପଣ କରିଥିଲି। ତୁ ଅଳ୍ପ ସୁସ୍ଥ ହେବାସହ ବାକ୍ ଶକ୍ତି ପାଇଥିଲୁ ।ତତେ ଡାକ୍ତରକୁ ଦେଖାଇ ସେବା ଶୃଶୁଷା କରି ଭଲ ହୋଇଗଲୁ ।ମୁଁ ତତେ ପଞ୍ଚୁ ବୋଲି ନାଆ ଦେଇଥିଲି ।ତୁ କିନ୍ତୁ ଭଲହେବାକ୍ଷଣି ମୁଁ ଆସୁଛି ବୋଲି କହି ଦିନେ କୁଆଡେ ଚାଲିଗଲୁ ।ଆମେ ତତେ ବହୁତ ଖୋଜିଲୁ କିନ୍ତୁ ପାଇଲୁ ନାହିଁ ।

ହଁ ବାବୁ ମୁଁ ତୁମ ଘରୁ ଲୁଚି ଆସି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କଲି ।ଆଉ ଯେଉଁ ଡକ୍ଟର ମତେ ଭଲ କରିଥିଲେ ମୁଁ ତାଙ୍କ ପାଖରେ ରୋଗିଙ୍କ ସେବା ଶୃଶୁଷା ଲାଗି ରହିଯାଇଛି।ରୋଗିଙ୍କ ସେବାରେ ମୋ ଦିନ ସରିଯାଏ ।ବେଳ ବେଳେ ବାବୁ ମୁଁ ତୁମ କଥା ଭାବେ ।

ବାବୁ ଆଉ ମା ସାଆନ୍ତାଣି ଆମର କେମିତି ଅଛନ୍ତି । ତା ଦେହ ଭଲ ନାହିଁ ।ପୁରା ଶର୍ଯ୍ୟାସାୟୀ ।ତାହାତ ଗୋଡ କାମ କରୁନାହିଁ ପୁରା ପାରାଲିସିସ୍ ।ମୁଁ ତା ପାଈଁ ଔଷଧ ଆଣିବା ପାଈଁ ଯାଉଥିଲି ।ମୋର ମଧ୍ୟ ବଳବୟସ ଚାଲିଗଲାଣି ।ପିଲାମାନେ ତ ସବୁ ବାହାରେ ଆଉ କରିବ କିଏ ?ପୁଅ ପାଖକୁ ଫୋନ କରିଥିଲି ସେ ଆସିବ ଆସିବ କହୁଛି କିନ୍ତୁ ଆସୁନାହିଁ ।ତା ପାଖରେ ବୋଧେ ସମୟ ନଥିବ ।ନୂଆ ନୂଆ ଚାକିରି ।ଛୁଟି ନ ଥିବ । ମୋର ଯେତେଦିନ ଯାଏଁ ବଳ ଅଛି ମୁଁ ଏମିତି ଧାଉଁଥିବି ।ବିଚାରା କାମିନିର କଷ୍ଟ କେତେ ଦେଖିବି!ଆଉ ଦେଖିହେଉ ନାହିଁ ।

ଶୁଣନ୍ତୁ ବାବୁ ମାଙ୍କ ସେବା ମୁଁ କରିବି ।ସେ ନିଶ୍ଚୟ ଭଲ ହୋଇଯିବେ ।ବାବୁ ମୁଁ ତୁମ ଘରେ ରହିବି ଆଉ ମାଙ୍କ ସେବା କରିବି ।ବାବୁ ମୁଁ ତୁମ ଋଣ ସୁଝି ପାରିବିନାହିଁ ।ମତେ ଟିକେ ତୁମ ସାଥିରେ ନେଇ ଚାଲ ।ମା ସାଆନ୍ତାଣି ମତେ ଚିହ୍ନିଁ ପାରିବେ ତ ? ମୁଁ ତାଙ୍କର ପୁଅ ସାଜି ତାଙ୍କର ସେବା କରିବି।ହଉ ଚାଲେ ପଞ୍ଚୁ ପ୍ରକାଶ ବାବୁ କହିଥିଲେ ।

ପଞ୍ଚୁ ଘରେ ପହଞ୍ଚିବା କ୍ଷଣି ମା ସାଆନ୍ତାଣିକୁ ଦେଖି କାନ୍ଦି ପକାଇଥିଲା ।ଧାର ଧାର ତା ଆଖିର ଲୁହ ବୋହିବାକୁ ଲାଗିଲା।ସେଥିରୁ ଦୁଇ ବୁନ୍ଦା କାଞ୍ଚନ ସାଆନ୍ତାଣିଙ୍କ ପାଦରେ ପଡିଲା ।ପ୍ରକାଶ ବାବୁଙ୍କ ସ୍ତ୍ରୀ ପାଦଟିକୁ ସାମାନ୍ୟ ହଲାଇବାକୁ ଲାଗିଥିଲେ ।

ପଞ୍ଚୁ ଭେଁ ଭେଁ ହୋଇ କାନ୍ଦିଉଠିଲା।ଗୋଟି ଗୋଟି କରି ମନେପକାଇଲା ଅତିତର ସେହି ସ୍ମୃତି । ସ୍ମୃତି ହେଇରହିଯିବ ସେ ଦିନଗୁଡିକ । କେମିତି ବାବୁ ଆଉ ମା ମିଶି ମୋର ସେବା କରି ଏ ଦୁନିଆରେ ଏକ ପରିଚୟ ଦେଇଥିଲେ ।କିନ୍ତୁ ମୋ ମାଙ୍କ ଆଜି ଏ କି ଅବସ୍ଥା !ଆଜିଠୁ ସବୁ ଦାୟିତ୍ବ ହେଲା ମୋର ।ଯେତେଦିନ ଯାଏଁ ମୋ ମା ଭଲ ହୋଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏ ଘରୁ ଯିବିନାହିଁ।ପଞ୍ଚୁ ଦିନରାତି ପ୍ରକାଶ ବାବୁଙ୍କ ସ୍ତ୍ରୀର ସେବାରେ ଲାଗିପଡିଲା ।ନିଜେ ଭୋକ ଶୋଷ ସବୁ ଭୁଲିଗଲା ।

ତାଙ୍କରି ସେବାରେ ପଞ୍ଚୁର ସକାଳୁ ସଞ ହୋଇଯାଏ ।କେତେ ଦିଅଁ ଦେବତାକୁ ଡାକି ମୁଣ୍ଡିଆ ମାରିଦିଏ ।ତା ମା ସାଆନ୍ତାଣିକୁ ନିଜ ହାତରେ ଖୁଆଇଦିଏ ।ପ୍ରକାଶ ବାବୁଙ୍କ ସ୍ତ୍ରୀ ଆସ୍ତେ ଆସ୍ତେ ଭଲହେବାକୁ ଲାଗିଲେ ।

କିନ୍ତୁ ସେ ପଞ୍ଚୁକୁ ଚିହ୍ନିଁ ପାରିନଥିଲେ ।ପଞ୍ଚୁ ଦିନେ ନିଜର ପରିଚୟ ଦେଲା ।ପ୍ରକାଶ ବାବୁଙ୍କ ସ୍ତ୍ରୀ ପଞ୍ଚୁ ବୋଲି କହି ତାକୁ କୁଣ୍ଢେଇ ପକାଇଥିଲେ ।ପଞ୍ଚୁ ଆନନ୍ଦରେ ନାଚି ଉଠିଲା ଯା ହେଉ ମା ସାଆନ୍ତାଣି ତାକୁ ଚିହ୍ନିଁଲେ ।ବାବୁଙ୍କୁ ଡାକ ଛାଡିଲା ଦେଖ ଦେଖ ଆମ ମା ସାଆନ୍ତାଣି ଭଲ ହୋଇଗଲେ ।ଦୁହିଁଙ୍କମନରେ ଆନନ୍ଦରେ ଅଶ୍ରୁ ବୋହିଗଲା ।ପଞ୍ଚୁ ସେହିଦିନଠାରୁ ଘରେ ପୁଅ ହୋଇ ରହିଗଲା ।

ଆସନ୍ତୁ ଏହି ସେବା ଓ ଦାନ ରୂପକ ସେତୁ ବନ୍ଧ ବାନ୍ଧିବାରେ ବା ନିର୍ମାଣ କରିବାରେ ନିଜକୁ ଗୁଣ୍ଡୁଚି ମୂଷାର ଭୂମିକାରେ ଅବତୀର୍ଣ୍ଣ କରାଇବା ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in