Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Santanu Bisoi

Others

5.0  

Santanu Bisoi

Others

ପଞ୍ଚ ସତୀର କୁନ୍ତୀ (୨ୟ ଭାଗ)

ପଞ୍ଚ ସତୀର କୁନ୍ତୀ (୨ୟ ଭାଗ)

4 mins
298



#ପୂର୍ବପ୍ରସଙ୍ଗ ଉତାରୁ....


#ମାଦ୍ରୀଙ୍କ ରୂପଲାବଣ୍ୟରେ ପାଣ୍ଡୁ ଏତେ ବିମୋହିତ ହୋଇଯାଇଥିଲେ ଯେ ନିଜକୁ ଆୟତ୍ତ କରି ନ ପାରି ସମ୍ଭୋଗ କରିବା ପାଇଁ ତତ୍ପର ହୋଇଉଠିଥିଲେ। ଅଗ୍ନିକ ମୁନିଙ୍କ ଅଭିଶାପ ଅନୁଶାରେ ପାଣ୍ଡୁଙ୍କ ମୂର୍ଦ୍ଧନ୍ୟା ଫାଟି ଯାଇଥିଲା। ଏବଂ ପାଣ୍ଡୁ ଦେହତ୍ୟାଗ କରିଥିଲେ। 


କୁନ୍ତୀଙ୍କୁ ସନ୍ତାନ ସନ୍ତତିଙ୍କର ଦାୟିତ୍ୱ ଦେଇ, ମାଦ୍ରୀ ମଧ୍ୟ ସେହି ଚିତାଗ୍ନିରେ ସତୀ ହୋଇଯାଇଥିଲେ।


(୧)-ଏଠାରେ ପ୍ରତୀୟମାନ ହୁଏ, ହିନ୍ଦୁ ଧର୍ମରେ ଶବ ଦହନ ପ୍ରକ୍ରିୟା ପୁରାଣ ଯୁଗରୁ ଚଳି ଆସୁଛି।


(୨)-ସତୀଦାହ ଭଳି ଘୃଣ୍ୟ ପ୍ରଥା ସେ ସମୟରୁ ଚଳି ଆସୁଥିଲା।

(ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଆଲିଙ୍ଗନ ପୂର୍ବକ ଅଗ୍ନିଦାହ ହୋଇ ସତୀ ହେବାକୁ "ସହ ମରଣ" ଓ ସ୍ୱାମୀ ବିଦେଶାଗତ ବା ନିରୁଦ୍ଧିଷ୍ଟ ଥାଇ ଯଦି ନ ଆସନ୍ତି ତାଙ୍କ ସ୍ମୃତି ସ୍ୱରୂପ ପତ୍ର ଶଯ୍ୟା ସହ ଅଗ୍ନିଦାହ ସତୀ ହେବାକୁ "ଅନୁ ମରଣ" ସତୀଦାହ କୁହାଯାଏ। କ୍ରମେ ଏହା କ୍ରୁରତାର ରୂପ ନେଇ ସ୍ୱାମୀର ମରଣ ହେଲେ ସ୍ତ୍ରୀକୁ ଜୋର କରି ଅଗ୍ନିରେ ନିକ୍ଷେପ କରି ସତୀ କରାଯାଉଥିଲା। ମୋଗଲ ସମ୍ରାଟ ମାନେ ଏହାର ବିରୋଧ କରିଥିଲେ, ସ୍ୱାର୍ଥବାଦୀ ହିନ୍ଦୁଧର୍ମର ବଡ ପଣ୍ଡାମାନେ ସାମ୍ପ୍ରଦାୟିକ ରୁଟିସେକି ଏହାକୁ ଅମାନ୍ୟ କରିଥିଲେ। ଇଂରେଜ ମାନେ ସତୀଦାହ ପ୍ରଥା ବିରୋଧରେ ଆଇନି ପ୍ରଣୟନ କରିଥିଲେ, କିଛି ମାତ୍ରାରେ ଏହା ଫଳପ୍ରଦ ହେଇଥିଲା। ଇଂରେଜ ଓ ରାଜା ରାମମୋହନ ରାୟଙ୍କ ମିଳିତ ଉଦ୍ୟମରେ ସତୀଦାହ ପ୍ରଥାର ବିଲୋପ ହୋଇଥିଲା।)


ରାଣୀ କୁନ୍ତୀ ମଧ୍ୟ ସତୀ ହେବାପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। କିଛି ସୁଜ୍ଞାନୀ ପଣ୍ଡିତ ଓ ମୁନି ଋଷିଙ୍କ ଉପଦେଶ କ୍ରମେ ପାଞ୍ଚଜଣ ଛୁଆଙ୍କ ଯତ୍ନ ନେବାପାଇଁ ସେ ସତୀ ହେବାରୁ ଓହରିବାର ନିଷ୍ପତ୍ତି ନେଇଥିଲେ।


ସମୟକ୍ରମେ ପାଞ୍ଚାଳ ଦେଶର ରାଜକନ୍ୟା ଦ୍ରୁପଦ ନନ୍ଦିନୀ ଦ୍ରୌପଦୀ ଙ୍କର ସ୍ଵୟମ୍ବର ସଭାରେ ଅର୍ଜୁନ ଲକ୍ଷଭେଦ କରି ଦ୍ରୌପଦୀଙ୍କୁ ଜିତି ଆଣିଥିଲେ। ଅର୍ଜୁନ ନିଜ ମାଆଙ୍କୁ ତୋଫା ଦେବାପାଇଁ ମୁଁ କିଛି ନୂତନ ଜିନିଷ ଆଣିଛି ବୋଲି କହିଥିଲେ। କୁନ୍ତୀ ୫ଜଣ ତାକୁ ସମଭାବରେ ବାଣ୍ଟି ନେବାପାଇଁ କହିଥିଲେ। ଯାହାର ଫଳ ସ୍ୱରୂପ ଦ୍ରୌପଦୀଙ୍କୁ ପଞ୍ଚୁପାଣ୍ଡଵ ଙ୍କୁ ବିବାହ କରିବାକୁ ପଡିଥିଲା।


ଦୁର୍ଯ୍ୟୋଧନଙ୍କ ଠାରୁ ଦ୍ୟୁତ କ୍ରୀଡ଼ାରେ ହାରିଥିବା ପାଣ୍ଡବଙ୍କ ସ୍ତ୍ରୀ ଦ୍ରୌପଦୀକୁ ସଭାସ୍ଥଳକୁ ଦୁଃଶାସନ ନେଇ ଯାଉଥିବା ସମୟରେ କୁନ୍ତୀ ବାଧା ଦେଇଥିଲେ। ଦୁଃଶାସନ କୁନ୍ତୀଙ୍କୁ ଠେଲିଦେଇ ଉଠାଇ ନେଇଥିଲେ।


ସୁପୁରୁଷର ନୀରବତା, ହାରିଯାଇଥିବା ଲୋକର ମୌନତା ନାରୀ ଜାତିକୁ ଅପମାନ ଓ ଦୁର୍ବ୍ୟବହାର ଦେଖାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ। ପଞ୍ଚୁପାଣ୍ଡଵଙ୍କ ବନବାସ ସମୟରେ କୁନ୍ତୀ ବିଦୁରଙ୍କ ଘରେ ଆଶ୍ରୟ ନେଇଥିଲେ।


ସୁନ୍ଦର ମାତୃ ହୃଦୟ କୁନ୍ତୀଙ୍କ ପାଖରେ ଥିଲା। ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଯୁଦ୍ଧ ପରିସ୍ଥିତିକୁ ଏଡ଼ାଇବା ପାଇଁ କୁନ୍ତୀ ଶ୍ରୀକୃଷ୍ଣଙ୍କୁ ସନ୍ଧି ଉଦ୍ଦେଶ୍ୟରେ ଶାନ୍ତିଦୂତ କରି କୌରବଙ୍କ ପାଖକୁ ପଠାଇଥିଲେ।


ପୌରାଣିକ ମତବାଦ ହେଉ ବା କିମ୍ବଦନ୍ତୀ ଅନୁସାରେ କଥିତ ଅଛି ଯେ:- କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ।


ସନ୍ତାନଙ୍କ ରକ୍ଷା ଉଦ୍ଦେଶ୍ୟରେ ବଞ୍ଚି ରହିଥିବା କୁନ୍ତୀ କର୍ଣ୍ଣ ନିକଟରେ ନିଜ ମାତୃତ୍ବର ପରିଚୟ ଦେବାକୁ ପ୍ରଚେଷ୍ଟା କରିଥିଲେ। ଏବଂ କର୍ଣ୍ଣଙ୍କୁ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ମହାଭାରତ ଯୁଦ୍ଧରେ ଅର୍ଜୁନକୁ ଛାଡି ଆଉ କାହାକୁ ବଦ୍ଧ ନ କରିବା ପାଇଁ ଶପଥ କରାଇ ନେଇଥିଲେ। କର୍ଣ୍ଣ କୁନ୍ତୀ ପୁତ୍ର ହୋଇଥିବାରୁ ଏହି ଶପଥକୁ ଭିତ୍ତିକରି କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ ପ୍ରବାଦ ରହିଆସିଛି।


ମହାଭାରତ ଯୁଦ୍ଧରେ କର୍ଣ୍ଣ, ଅର୍ଜୁନଙ୍କ ଶରରେ ପ୍ରାଣତ୍ୟାଗ କଲେ। ଯୁଦ୍ଧର ନିୟମ ଅନୁଯାୟୀ ଜଣ ଜଣ କରି ସମସ୍ତେ କର୍ଣ୍ଣଙ୍କ ଶେଷ ଦର୍ଶନ ପାଇଁ ଯାଇଥିଲେ। ମାତୃ ହୃଦୟର ବିଳାପକୁ କୁନ୍ତୀ ଅଟକାଇ ପାରି ନଥିଲେ। ନିଜ ଜ୍ୟେଷ୍ଠ ସନ୍ତାନର ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା। ସେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ପଡ଼ିଥିଲେ। ଆବଶ୍ୟକ ଠାରୁ ଅଧିକ ଦୁଃଖ ଓ ଶୋକ ପ୍ରକାଶ ଦେଖି ଯୁଧିଷ୍ଠିର ନିଜ ମାତାଙ୍କୁ ଏହାର କାରଣ ପଚାରିଥିଲେ। କୁନ୍ତୀ ଯୁଧିଷ୍ଠିରଙ୍କୁ ସକଳ ବୃତାନ୍ତ କହିବା ପରେ କର୍ଣ୍ଣ ତାଙ୍କର ବଡ ପୁଅ ଓ ଯୁଧିଷ୍ଠିରଙ୍କର ବଡ ଭାଇ ବୋଲି ପରିଚୟ କରାଇ ଥିଲେ। ଏତେ ବଡ ସତ୍ୟକୁ ଲୁଚାଇ ରଖିଥିବାରୁ ଯୁଧିଷ୍ଠିର କ୍ଷୁବ୍ଧ ହୋଇଯାଇଥିଲେ। ମାତା କୁନ୍ତୀଙ୍କୁ କହିଥିଲେ, ଧନ, ସମ୍ପତ୍ତି, ରାଜ୍ୟ, ରାଜମୁକୁଟ ଦେଇ ମୁଁ ବଡଭାଇ କର୍ଣ୍ଣଙ୍କୁ ରାଜ୍ୟରେ ଅଭିଷିକ୍ତ କରାଇ ପାରିଥାନ୍ତି। ଯଦି ତୁମେ ଏ ସତ୍ୟ ଘଟଣାକୁ ମୋ ଆଗରେ ପ୍ରକାଶ କରି ଥାଆନ୍ତ। ଯଦି ଏ ସତ୍ୟକୁ ମୋ ପାଖରେ ପ୍ରକାଶ କରିଥାନ୍ତ ହୁଏତ କର୍ଣ୍ଣ ଆଜି ମୃତ୍ୟୁବରଣ କରି ନ ଥାଆନ୍ତେ।


ଏଣୁ ଜଗତର ମଙ୍ଗଳ ପାଇଁ ଧର୍ମରାଜ ଯୁଧିଷ୍ଠିର ସମଗ୍ର ମାତୃଜାତିକୁ ଅଭିଶାପ ଦେଇଥିଲେ, କୌଣସି ସତକଥାକୁ କସ୍ମିନକାଳେ ନାରୀ ମାନେ ନିଜ ଅନ୍ତରରେ ଛାପେଇ(ଲୁଚେଇ) ରଖି ପାରିବେ ନାହିଁ।


ମହାଭାରତ ଯୁଦ୍ଧ ପରେ ଦୀର୍ଘ ପନ୍ଦର ବର୍ଷ ରାଜମାତା କାର୍ଯ୍ୟ ସମ୍ପାଦନ ପରେ ଦେଢଶୁର ଧୃତରାଷ୍ଟ୍ର ଓ ବଡ଼ ଭଉଣୀ(ଯାଆ) ଗାନ୍ଧାରୀଙ୍କ ସହ ଜଙ୍ଗଲରେ ବାନପ୍ରସ୍ଥ ଅବଲମ୍ବନ କରିଥିଲେ।


ପରିଶେଷରେ ଅଗ୍ନିରେ ସମାଧି ନେଇଥିଲେ।


କିନ୍ତୁ ମୁଖ୍ୟ ପ୍ରଶ୍ନ ହେଲା ବହୁପତି ସଂଭୋଗୀ ହୋଇ ସେ ସତୀ ହେଲେ କିପରି??


କଳିଯୁଗରେ ପାଞ୍ଚଟି ନିୟମ ବାରଣ ଅଛି। ଯାହାକି ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗରେ ଚଳି ଆସିଥିଲା। ସେଥିମଧ୍ୟରୁ "ସନ୍ତାନ ଦାନ" ଅନ୍ୟତମ।


ଯଦି କୌଣସି କାରଣ ବଶତଃ ପୁରୁଷ ଲୋକଙ୍କ ଦୋଷ ଦୁର୍ବଳତା ଯୋଗୁଁ ସ୍ତ୍ରୀ ସନ୍ତାନ ସମ୍ଭବା ହୋଇ ପାରୁନଥାଏ, ତେବେ ସେ ନିଜ ସ୍ୱାମୀଙ୍କ ଅନୁମତି ବା ଅନୁରୋଧ କ୍ରମେ ଅନ୍ୟ ପୁରୁଷ ଦ୍ୱାରା ସନ୍ତାନ ପ୍ରାପ୍ତି କରିପାରିବେ। ଏହା ଆଦୌ ଦୋଷାଵଃ ନୁହେଁ। ଏହି ରୀତି ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗରେ ପ୍ରଚଳିତ ଥିଲା। କଳିଯୁଗରେ ଏହି ନିୟମର ଦୁରୂପଯୋଗ କରାଯିବା ଭୟରେ ଉକ୍ତ ନିୟମ ବାରଣ ଅଛି।


ଜଣେ ବିଜ୍ଞ ବ୍ୟକ୍ତିଙ୍କ ପାଖରେ ଏହି ନିୟମର ଘୋର ବିରୋଧ କରାଯାଇଥିଲା। ପାଲା, କୀର୍ତ୍ତନ ଭଳି ବହୁ ପୁରାଣ ଚର୍ଚ୍ଚା ହେଉଥିବା ଅନୁଷ୍ଠାନ ଗୁଡିକରେ ବି ଚର୍ଚ୍ଚା କରାଯାଇଥିଲା। ନିଷ୍କର୍ଷ ସ୍ୱରୂପ ନିମ୍ନୋକ୍ତ ଉଦାହରଣ ହସ୍ତଗତ ହୋଇଥିଲା।


ଉ-: ଜଣେ କୃଷକ ନିଜ ଜମିରେ କିଛି ବୀଜ ବପନ କରିଥିଲେ। 


ସେହି ଜମିର ନିମ୍ନରେ ଥିବା ଜମିରେ ସେ ଜମିର ମାଲିକ, ଅନ୍ୟ କିଛି ଫସଲ କରିଥିଲେ। 


କିନ୍ତୁ ଉପର ଜମିରେ କରାଯାଇଥିବା ଫସଲ ତଳ ଜମିକୁ ବୀଜ ବିକ୍ଷେପ ଜରିଆରେ ହେଉ କିମ୍ବା ପାଣି ଦ୍ୱାରା ବୋହିକି ଆସି ହେଉ ଯଦି ସମ ଫସଲ ହେଲା ତେବେ ସେ ଫସଲକୁ କାଟି କିଏ ନେବ??


ଉପର ଜମିର ମାଲିକ ଉପର ଜମିର ଫସଲ କାଟିନେବ।


ତଳ ଜମିରେ ଫଳିଥିବା ଫସଲ ନିଶ୍ଚୟ ତଳ ଜମିର ମାଲିକ ହିଁ ନେବ। 


ଉପର ଜମିରୁ ପାଣି ଆସିଲା, ଉପର ଜମିରୁ ବୀଜ ଭାସି ଆସିଲା ବା ବିଜବିକ୍ଷେପ ଦ୍ୱାରା ଆସିଲା। ଉପର ଜମିରୁ ଦିଆଯାଇଥିବା ସାର ବି ତଳ ଜମିକୁ ଆସି ଫସଲ ହେଲା। କିନ୍ତୁ ଉପର ଜମି ମାଲିକ ତଳ ଜମିରୁ ଫସଲ କାଟି ନେଇ ପାରିବ ନାହିଁ।ତଳ ଜମି ମାଲିକ ହିଁ ଫସଲ ଅମଳ କରିବ। କାରଣ ଜମି ହେଉଛି ତାର।


କୁନ୍ତୀ କାୟ ମନବାକ୍ୟରେ ପାଣ୍ଡୁଙ୍କୁ ଭଲ ପାଉଥିଲେ। କୁନ୍ତୀ ଥିଲେ ପଣ୍ଡୁଙ୍କର। ଅନ୍ୟ କାହା ଦ୍ୱାରା ସନ୍ତାନ ଜନ୍ମ ହେଲେ ବି ସେ ସନ୍ତାନର ଜନକ ଜନନୀ ପାଣ୍ଡୁ ଓ କୁନ୍ତୀ ବୋଲି ସେ ସମୟରେ ବିଜ୍ଞ ମାନେ ବିବେଚନା କରିଅଛନ୍ତି।


ଏଣୁ କୁନ୍ତୀଙ୍କୁ ଅପରାଧୀ ବିହୀନ କରି ସତୀ ଆଖ୍ୟା ଦିଆ ଯାଇଛି।


କଥିତ ଅଛି...


ଅହଲ୍ୟା, ଦ୍ରୌପଦୀ, କୁନ୍ତୀ ତାରା ମନ୍ଦୋଦରୀ ସ୍ତଥା,

ପଞ୍ଚ କନ୍ୟାୟାଃ ସ୍ମରେନିତ୍ୟମ୍ ମହାପାତକ ନାଶିନଃ।


Rate this content
Log in