ପଲ୍ଲୀ ବଧୂ କୁ ଚିଠି
ପଲ୍ଲୀ ବଧୂ କୁ ଚିଠି
ସ୍ନେହ ର ସଖି,
ଭାବୁଛି ତୁମେ ଭଲ ରେ ଥିବ l ମୁଁ ଜାଣେ ଏ ଇଣ୍ଟରନେଟ ଯୁଗ ରେ ବି ମୁଁ ତୁମ ପାଖକୁ ଚିଠି ଟିଏ ଲେଖୁଛି l କାରଣ ତୁମ ସେଠି ଟାୱାର ପାଏନି l କୋଉ ପାଣି ଟାଙ୍କି ଉପରେ କି ଗଛ ଉପରେ ଆସେ l ତୁମେ ପଲ୍ଲୀ ବଧୂ l
ସେ ଜାଗା କୁ ଯାଇ ମୋ ସହିତ କଥା ହୋଇ ପାରିବ ନି l ବହୁତ ଦିନ ହେଲା ତୁମକୁ ଦେଖିନି ସେଥିପାଇଁ ଭାବିଲି ଏ ଚିଠି ଲେଖିବାକୁ l ଆମେ ଗତ ବର୍ଷ ଯାଇଥିଲୁ ସେତେବେଳେ ତୁମ ପୁଅ ଛୋଟ ହୋଇଥିଲା l ଏବେ ନିଶ୍ଚେ ବଡ଼ ହେବଣି l
ସଖି ଜାଣିଛ ବେଳେ ବେଳେ ଖୁବ ଦୁର୍ବିସହ ହୋଇପଡେ ଏ ସହରି ଜୀବନ l ସେତେବେଳେ ଖୁବ ଅଣନିଶ୍ୱାସୀ ଲାଗେ l ସେତେବେଳେ ତୁମେ ମନେପଡ଼ l ମନେପଡେ ସେ ନଈ ତୁଠ ଯେଉଁଠି ଆମେ ଘଣ୍ଟା ଘଣ୍ଟା ଧରି ଗାଧୋଉ ଥିଲେ, ସେ ଠାକୁରାଣୀ ପୀଠ ଯେଉଁଠି ମୁଣ୍ଡିଆ ଟେ ନ ମରିଲେ କେହି କୁଆଡେ ଯାଆନ୍ତି ନି l ପୁଣି ସ୍ମୃତି ରେ ଭାସିଯାଏ ସେ ଛୋଟିଆ ଝରଣା.... ଯେଉଁଠି କେତେ ଗୋଲ ଗୋଲ ପଥର ଆଣୁଥିଲେ l ନିଜ ଗୋଡ଼ କୁ ସେ ସ୍ୱଚ୍ଛ ପାଣି ରେ ଘଣ୍ଟା ଘଣ୍ଟା ରଖି ସେ ଛୋଟିଆ ଛୋଟିଆ ମାଛ ସହ ଖେଳୁଥିଲେ l କାହା ବାଡ଼ିରେ ପିଜୁଳି ଅଛି, କାହା ବାଡ଼ିରେ ଜାମ୍ବୁ କୋଳି ସବୁ ଜଣା ଥିଲା l ସକାଳ ର ପରିବେଶ କେତେ ସୁନ୍ଦର ଥିଲା.... କେତେ ସୁନ୍ଦର ଥିଲା ସେ ଗାଇ ର ହମ୍ବା ରଡି, ପୁଣି ସେ କୁକୁଡ଼ା ର ଡାକ l ଏ ସହର ର ଗାଡି ମଟର ସ୍ୱର ବେଳେ ବେଳେ ବିରକ୍ତ ଲାଗେ ସଖି l ମନେ ପଡ଼େ ସେ ଗାଁ ଦଣ୍ଡ ର ବହୁଚୋରି, ଆଉ ହୁମୋ ଗୀତ ସେ କୁଅଁl ର ପୁନେଇଁ, ସେ ଖୁଦୁରୁକୁଣୀ....କେତେବେଳେ ବାଛୁରୀ ପଛ ରେ ଦୌଡିବା ତ କେତେବେଳେ କୋଇଲି, କୁମ୍ଭଟୁଆ ର ସ୍ୱର କୁ ଅନୁସରଣ,କରିବା, କଙ୍କି ଧରିବା... କେତେ ମଜା ଲାଗୁଥିଲା ସେ ପିଲାଦିନ ପୁଣି ଫେରି ଆସନ୍ତା କି ସେ ପିଲାଦିନ l ସେଥର ଆମେ ତୁମ ଶାଶୁ ଘର ଯାଇଥିଲୁ l କେତେ ସୁନ୍ଦର ଥିଲା ସେ ପରିବେଶ l ତୁମ ସେ ବିରାଟ ଅଗଣା ସେ ସଞ୍ଜ ନଇଁଲେ ସଞ୍ଜ ବତୀ ଦେବା, ସକାଳେ ବଡି ଭୋର ରୁ ଉଠି ଛାଡlପଣି ଦେଇ.... ଗାଇ କୁ ଦାନା ଦେବା, ପାରା ମାନଙ୍କୁ ଧାନ ଦେବା.... ଜାଣିଛ ଏ ସବୁ ଦେଖି ମୋ ଛୋଟିଆ ଝିଅ ଖୁବ ଖୁସି ଥିଲା l ଏମିତି ଲାଗୁଥିଲା ତାକୁ ଜୀବନ୍ତ ଖେଳଣା ମିଳିଯାଇଛି l ସେ ଖାଇବା ପିଇବା ଛାଡି ଘଣ୍ଟା ଘଣ୍ଟା ସେ ପାରା ଆଉ ଛୋଟ ବାଛୁରୀ ତୁମ ପୋଷା ଶୁଆ କୁ ଦେଖି ଖୁସି ହୋଇ ଯାଉଥିଲା l ସତରେ ସେ ପଲ୍ଲୀ ଜୀବନ କେତେ ସୁନ୍ଦର ସଖି l ସେ ଗୋଧୂଳି ର ଦୃଶ୍ୟ.... ସେ ସୂର୍ଯ୍ୟାସ୍ତ ରେ ବିହଙ୍ଗ ମାନଙ୍କ ଘର ବାହୁଡା଼, ସେ ନଈ ତୁଠ ର ତଶତଣ୍ଡୀ ଫୁଲ.... ସତେ ଅବା ନଈ ଭିତରେ ଏକ ଭିନ୍ନ ଆକାଶ, କେତେ ସୁନ୍ଦର ଧଳା ଧଳା ତା କୋମଳ ଶରୀର ଘଷି ହୁଏ ଆମ କୁଆଁରୀ ଦେହ ରେ, ପ୍ରକୃତି ର ସେ ନିଆରା ରୁପ ସେ ହଲ ନଙ୍ଗଲ ସହିତ କୃଷକ ର ବଳଦ ମାନଙ୍କୁ ତାଗିତ କରିବା ସ୍ୱର ସବୁ ସ୍ମୃତି ହୋଇ ରହିଯାଇଛି ମୋ ମାନସ ପଟ ରେ... ll ତୁମେ ବହୁତ ଭାଗ୍ୟବତୀ ସଖି ଆଜି ବି ଦେଖି ପାରୁଛ ଏ ଦୃଶ୍ୟ ରାଜି l ଏ ଅଣନିଶ୍ୱାସୀ ସହରୀ ଜୀବନ ରେ ଖାଲି ଧାଁ ଦୌଡ ଛଡା ଆଉ କିଛି ମିଳେନି l ଜୀବନ ଜିଇଁବାରେ ବି ପ୍ରତିଯୋଗିତା l କେତେ କୃତ୍ରିମ ଖେଳଣା ଆଉ ଟିଭି.. ଗେମ୍ ରେ ମୋ ଝିଅ ବିରକ୍ତ ହୋଇ କହେ ମମି ତୁମ ଫ୍ରେଣ୍ଡ ଘର କେତେ ଭଲ ନା.... ସେଠି ସମସ୍ତେ ଏକାଠି ରୁହନ୍ତି l ପୁଣି ସେ ଛୋଟ ବାଛୁରୀ, ପାରା, ଶୁଆ ସବୁ ମୋତେ ଭଲ ଲାଗେ ll ମୁଁ ତାକୁ ଆଉଁସି କହେ ହଁ ରେ ଧନ...
ସମୟ ମିଳିଲେ ପାପା ଙ୍କୁ କହି ଯିବା l ବହୁତ କିଛି ଲେଖି ଦେଲି ସଖି ଲେଖୁ ଲେଖୁ l ମୁଁ ବି ବହୁତ ମିସ କରୁଛି ଏ ସବୁ ଆଉ ତୁମ କୁ ବି l ସମୟ ଦେଖି ନିଶ୍ଚୟ ଯିବୁ ଦି... ଚାରି ଦିନ ପ୍ରୋଗ୍ରାମ କରି l ଆଉ ଅଧିକା କଣ ଲେଖିବି.... ତୁମ ସମସ୍ତ ଙ୍କୁ ସେ ଜଗନ୍ନାଥ ଖୁସି ରେ ରଖି ଥାଆନ୍ତୁ l
ଏମିତି ସବୁବେଳେ ତୁମ ସଂସାର ହସୁଥାଉ l
ଇତି ତୁମର ଅତି ଆପଣାର
ସଖି....
