Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Reeta aparajeeta Mohanty

Others

5.0  

Reeta aparajeeta Mohanty

Others

ପଖାଳ କଂସା

ପଖାଳ କଂସା

1 min
430


ମୁଁ ଗୋଟିଏ ବଡ଼ ଅଫିସର। ମୋ ଖାଇବା ଟେବୁଲ ଉପରେ ନାନା ରକମର ଖାଇବା ।ହକା ନୂଦୁଲ ,ବିରିୟାନି, ରୁଟି,ଭାତ,ଡାଲମା, ଗୋଟିଏ ମିଶାମିଶି ତରକାରୀ,ସାଲଡ ,ଏମିତି କେତେକଣ ?????ସେ ଟିକେ ସାଲାଡ଼, ରୁଟି ତରକରୀ ହେଲେ ତା ଖାଇବl ହେଇଯାଏ। ଆଜିକାଲିର ଖାଇବା ଦେଖିଲେ ତା ଭୋକ ଉଡିଯାଏ। ଆଗେ ସାଙ୍ଗ ସାଥୀ ମେଳରେ ବୁଲିଲି ଆସିଲେ କି ଭୋକ ଲାଗୁଥିଲା।ବୋଉ ଯାହା ଦେଉଥଲା ଅମୃତ ପରି ଲାଗୁଥିଲା। ବୋଉର ହାତ ତିଆରି ଛୁଙ୍କ ପଖାଳ ମୋର ଅତି ପ୍ରିୟ। ତl ସହ ଛତୁ ପତ୍ର ପୋଡା, ଲେଉଟିଆ ଶାଗ ଖରଡ଼l ମତେ ବହୁତ ଭଲ ଲାଗୁଥିଲା। ବୋଉ ମୋର ଜଞ୍ଜାଳ ଓ ଚାକିରୀ ପାଇଁ ପରିଶ୍ରମ ଦେଖିଛି। ହେଲେ ଭଲ ଦିନ ଦେଖିବା ଆଗରୁ ସେ ଏ ଦୁନିଆ ଛାଡିଦେଲା। ବାପା ତ ଆଗରୁ ନଥିଲେ। ଏତେ ବଡ଼ ଦୁନିଆରେ ସମସ୍ତେ ଥାଇ ବି କେହି ନଥିଲା ପରି ଲାଗେ।ସେବେ ବୋଉ ବହୁତ ମନେପଡେ।ମନେପଡେ ତା ପଖାଳ କଂସା। ତମେ ଖାଉନ ଅଫିସରେ ଡେରିହେଇଯିବ। ମୁଁ ରୁମାଲରେ ଆଖି ଲୁହ ଟିକେ ପୋଛି ପୁଣି ଅଫିସ ବାହାରିଲି।


Rate this content
Log in