STORYMIRROR

SUKANTA KHANDA

Children Stories

3  

SUKANTA KHANDA

Children Stories

ପିଲାମାନେ

ପିଲାମାନେ

4 mins
163


ସେ ଦିନ ଦିନେଶ ନିଜ ବିଦ୍ଯାଳୟରୁ ଫେରିଆସି ସଞ୍ଜ ନ ହେଉଣୁ ଅଥୟ କରି ପକାଇ କହିଲା,"ଜେଜି ! ଆସନ୍ତା ନଭେମ୍ବର ମାସ ୧୪ ତାରିଖ ଶିଶୁ ଦିବସ ଅଟେ। ଏହି ଅବସରରେ ବିଦ୍ଯାଳୟରେ ବିଭିନ୍ନ ପ୍ରତିଯୋଗିତା ହେବ ଯଥା ଗୀତ,ନାଚ ଓ ଭାଷଣ। ମୋତେ ଭାଷଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ କୁହା ଯାଇଛି। ମୁଁ କେମିତି ଆଉ କିପରି କହିବି ଏବେ ବୁଝାଇ କୁହନ୍ତୁତ ନ ହେଲେ ଶିଶୁ ଦିବସ ଅବସରରେ ମୋତେ ଅପମାନିତ ହେବାକୁ ପଡି଼ବ। ଦିନେଶ ଏକ ନିଶ୍ବାସରେ କହିଗଲା ତ ରତ୍ନାକର ବାବୁ କହିଲେ,"ଦିନେଶ ! ଶିଶୁ ଦିବସଟି ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ପାଳନ କରା ଯାଇଥାଏ। ଏହା ଏକ ଜାତୀୟ ଦିବସ ଅଟେ। ଏହି ଦିବସରେ ସାରା ଭାରତର କୋଣେ ଅନୁକୋଣରେ ଥିବା ଛାତ୍ରଛାତ୍ରୀମାନେ ପାଳନ କରିଥାନ୍ତି। ହିନ୍ଦୁ କୁହ କି ମୁସଲମାନ ଅବା ଖ୍ରୀଷ୍ଟିୟାନ ଏହି ଦିନଟି ଭାଇଚାରା ସୃଷ୍ଟି ପାଇଁ ହିଁ ନିହିତ ଆଉ ଛୋଟଛୋଟ ପିଲାଙ୍କ ହୃଦୟରେ ଦେଶପ୍ରମ ଜାଗ୍ରତ କରିବା ଆମ ସଂସଦର ଲକ୍ଷ୍ଯ ଓ ଉଦ୍ଦେଶ୍ଯ।"

      ଏଥର ଦିନେଶର ମନ ଗହନରେ ଉତ୍କଣ୍ଠା ଜାତ ହେଲା ତ ସେ କହିଲା,"ଜେଜେ ! ତୁମେ ଜବାହରଲାଲ ନେହେରୁଙ୍କ ଜୀବନୀ ଯଥାଶୀଘ୍ର କୁହନ୍ତୁ ତ ମୋର ଶିଖିବାର ଅଛି ଆଉ ଆସନ୍ତା ଶିଶୁ ଦିବସରେ ଭାଷଣ ଦେବାର ମଧ୍ଯ ଅଛି।" ଏ କଥା ଶୁଣି ଜେଜେ କହିଲେ,"ଦିନେଶ ! ତେବେ...।" ହଠାତ ପଛ ପଟୁରୁ ପାଟିତୁଣ୍ଡ ଶୁଭିଲା ତ ଜେଜେ ଦେଖନ୍ତି କେଇଜଣ ପିଲା ଦୌଡି଼କି ଆସୁଛନ୍ତି। ସେମାନେ ଧଇଁସଇଁ ହୋଇ ଆସିକି ରତ୍ନାକର ବାବୁଙ୍କୁ ପାଦ ଛୁଇଁ ପ୍ରଣାମ କଲେ ତ ରତ୍ନାକର ବାବୁ କାବା ହୋଇ ସେମାନଙ୍କ ମୁହଁକୁ ବଲବଲ କରି ଅନେଇ ରହିଲେ। ଦିନେଶ ସେମାନଙ୍କ ପରିଚୟ ଦେବାକୁ ଯାଇ କହିଲା,"ଜେଜେ ! ଏମାନେ ମୋର ସାଙ୍ଗ ଗୋଟିଏ ଶ୍ରେଣୀରେ ପଢୁଛୁ। ଏମାନଙ୍କ ନାମ ହେଲା ଚଗୁଲୁ,ବାପିନା,ହେମନ୍ତ ଓ ଜଗନ। ମୁଁ ଏମାନଙ୍କୁ କହି ଦେଇଥିଲି କି ମୋର ଜେଜେ ମୋତେ ଭାଷଣ କହିବାରେ ସହାୟକ ହେବେ। ଏଣୁ ସେମାନେ ମୋତେ ଅନୁରୋଧ କରିଥିଲେ କି କ'ଣ କହିବେ ସେମାନେ ଯାଇ କେବଳ ବସିକି ଶୁଣିବେ।" ଏଥର ଜେଜେଙ୍କ ଓଠରେ ଦ୍ବିତୀୟା ଚାନ୍ଦ ପରି ଦି'ଗାର ସହ ବୁଣି ହୋଇଗଲା। ସେ ସେମାନଙ୍କ ମୁଣ୍ଡ ଆଉଁସି ଢେର କଲ୍ଯାଣ କଲେ। ଆଉ କହିଲେ,"ଦିନେଶ ! ଆଜି ଆମ ଘରକୁ ଅତିଥି ଆସିଗଲେ। ଅତିଥି ଦେବ ଭବଃ। ସେମାନଙ୍କର ଜଳଯୋଗ ଆଗ ହେଉ ତା'ପରେ ତୁମେମାନେ ବସିକି ଶୁଣିବ।" ଜେଜେଙ୍କର କଥା ସରି ନାହିଁ ସେ ପଟରୁ ବୋହୂ ମାଆ କାନ୍ତିରାଣୀ ଡାକ ଛାଡି଼ଲେ,"ଦିନେଶ ! ତୋର ସାଙ୍ଗ ଓ ଜେଜେଙ୍କୁ ଧରିକି ଆସିଲୁ। ଜଳଖିଆ ପରେ ତୁମର ଆସର ଜମେଇବ।" ଏଥର ସଭିଏଁ ଉଠି ଚାଲିଲେ। ହାତ ଓ ଗୋଡ଼ ଧୋଇ ଆସନରେ ବସିଗଲେ ତ ଗରମ ଗରମ ପକୁଡି଼ ଓ ଘୁଘୁନୀ ସହିତ ଚା' ପହଞ୍ଚିଗଲା। ଜେଜେ ଚା'ଜଳଖିଆ କଲେ। ଅନ୍ଯମାନେ କେବଳ ଜଳଖିଆ ସହ ପାଣିକୁ ପିଇ କୃତାର୍ଥ ମଣିଲେ। ଜେଜେଙ୍କ ଇସାରାରେ ସଭିଏଁ ପୁଣି ଚାଲିଲେ ବଗିଚାକୁ। ଯେଉଁଠି ମନ ଓ ହୃଦୟ କ୍ଷଣକେ ଆତ୍ମ ବିଭୋର ହୋଇଯାଏ। ଫୁଲଙ୍କ ସୁବାସ ସହିତ କିସମ କିସମ ଛନଛନିଆ ଫୁଲ ଯେମିତି ଯାଦୁ କରି ଦେଇଥାଏ। ଜେଜେ ପାଖରେ ବସାଇ ଗପିବା ଆରମ୍ଭ କଲେ,"ପିଲାମାନେ ! ଶିଶୁ ଦିବସ ସକାଶେ ଯେଉଁ ଭାଷଣ ଦେବ ତାରି ଉପରେ ହିଁ କହୁଛି ମନ ଦେଇ ଶୁଣ। ଜବାହରଲାଲ ନେହେରୁ ଶିଶୁ ମାନଙ୍କୁ ଭାରି ଭଲ ପାଉଥିଲେ। ସେ କହନ୍ତି ଆଜିର ଶିଶୁ ଆସନ୍ତା କାଲିର ନାଗରିକ ଓ ଆମ ଭାରତର ଭବିଷ୍ଯତ। ସେ ଶିଶୁଙ୍କୁ ଏତେ ଭଲ ପାଉଥିଲେ ଯେ ସଂସଦରେ କଥା ପଡି଼ଲା ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ପାଳନ କରାହେଉ। ଏହାର ଉତ୍ତରରେ ଜବାହରଲାଲ ନେହେରୁ କହିଲେ କି ମୋର ଜନ୍ମ ଦିବସରେ ପାଳନ ହେଉ ଠିକ ଅଛି ହେଲେ ତାକୁ ଶିଶୁ ଦିବସ ନାମରେ ଘୋଷଣା କରାହେଉ। ସେଇଆ ହେଲା ତାଙ୍କର ଜନ୍ମ ଦିବସରେ ଶିଶୁ ଦିବସ ପାଳନ ହୋଇ ଆସୁଛି।"

      ଜେଜେ ଟିକିଏ ନୀରବତା ଭଙ୍ଗ କରି କହିଲେ,"ପିଲାମାନେ ! ଏହି ଜବାହରଲାଲ ନେହେରୁଙ୍କ ଜନ୍ମ ୧୮୮୯ ମସିହା ନଭେମ୍ବର ମାସ ୧୪ ତାରିଖ। ତାଙ୍କର ବାପାଙ୍କ ନାମ ଥିଲା ମୋତିଲାଲ ନେହେରୁ ଓ ମାଆଙ୍କ ନାମ ଥିଲା ସ୍ବରୁପା ରାଣୀ ନେହେରୁ। ତାଙ୍କର ବାପା ଆହ୍ଲାବାଦ ହାଇକୋର୍ଟରେ ଜଣେ ଓକିଲ ଥିଲେ। ସେ ଧନୀ ପରିବାରରେ ଜନ୍ମ ହୋଇଥିବାରୁ ସର୍ବଦା ଐଶ୍ଚର୍ଯ୍ଯ ଓ ସମ୍ପଦର ପ୍ରାଚୁର୍ଯ୍ଯ ଭିତରେ ବୁଡି଼କି ରହୁଥିଲେ। ଜବାହରଲାଲ ନେହେରୁ ଇଂଲଣ୍ଡର ହାରୋ ପବ୍ଲିକ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ପରେ ଉଚ୍ଚ ଶିକ୍ଷା ନିମନ୍ତେ କେମ୍ରିଜ ବିଶ୍ବ ବିଦ୍ଯାଳୟରେ ନାମ ଲେଖେଇଲେ। ୧୯୧୨ ମସିହାରେ ନିଜ ଦେଶକୁ ଫେରିଆସି ଆହ୍ଲାବାଦରେ ବାରିଷ୍ଟର ଭାବରେ ଯୋଗ ଦେଲେ। ସେ ଜାତୀୟ ଚେତନାରେ ଉଦବୁଦ୍ଧ ହୋଇ ଜାତୀୟ କଂଗ୍ରେସରେ ଯୋଗ ଦେଲେ। ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସି ସଂଗ୍ରାମରେ ଝାସ ଦେଇ ଅନେକବାର କାରାବରଣ କଲେ। ୧୯୪୭ ମସିହା ଅଗଷ୍ଟ ମାସ ଭାରତ ସ୍ବାଧୀନ ହେଲା ତ ସେ ପ୍ରଥମ ପ୍ରଧାନମନ୍ତ୍ରୀ ପଦରେ ଅଳଙ୍କୃତ ହେଲେ ଓ ତାଙ୍କର ମୃତ୍ଯୁ ହେଲା ୧୯୬୪ ମସିହା ମେ ମାସ ୨୬ ତାରିଖରେ।"

      ଏତିକି କହି ଟିକିଏ ନୀରବ ରହିଲେ ତ ଦିନେଶ କହିଲା,"ଜେଜେ ! ମୁଁ ଶୁଣିଛି ସେ ଭାରି ଗୋଲାପ ଫୁଲକୁ ଭଲ ପାଉଥିଲେ।" ଧାରେ ହସ ମେଲି ଜେଜେ କହିଲେ,"ଦିନେଶ ! ତୁ ଠିକ କହିଛୁ। ଗୋଲାପ ଫୁଲକୁ ଭଲ ପାଉଥିଲେ ବୋଲି ତ ସେ ପକେଟ ଉପରେ ସବୁବେଳେ ଗୋଲାପ ଫୁଲଟିଏ ଥୋଇଥାନ୍ତି। ଏହି ଗୋଲାପ ଫୁଲ ସୂଚେଇ ଦେଇଥାଏ କି ଫୁଲ ପରି ଶିଶୁଙ୍କ ମନ ଓ ହୃଦୟ। ଫୁଲ ପରି ଶିଶୁଙ୍କ ବାସ୍ନା। ଫୁଲପରି ଶିଶୁଙ୍କ କୋମଳତା ଯଦି ଶିଶୁଙ୍କ ହୃଦୟରେ ଏତେସବୁ ଭରି ରହିଛି ସେ ଶିଶୁଙ୍କୁ ସର୍ବଦା ଧରିକି ବୁଲିବେ ନାହିଁ କାହିଁକି? ଫୁଲ ଭିତରେ ସେ ଶିଶୁଙ୍କୁ ଦେଖନ୍ତି। ଶିଶୁଙ୍କୁ ସେ ସର୍ବଦା ହାତରେ ଧରି ବୁଲାଇ ପାରିବେ ତ ନାହିଁ ତେଣୁ ଶିଶୁର ପ୍ରତୀକ ସ୍ବରୂପ ଗୋଲାପ ଫୁଲଟିଏ ଧରିଥାନ୍ତି। ସଞ୍ଜ ପୂରା ନଇଁଗଲା। ପିଲାମାନେ ଉଠିଲେ ଓ ଜେଜେଙ୍କୁ ପ୍ରଣାମ କରି ଚାଲିଗଲେ।

      ବଗିଚାରେ ଜେଜେ ଓ ଦିନେଶ ସେମାନଙ୍କ ଯିବା ବାଟକୁ ଅନେଇ ରହିଲେ। ସତରେ ପିଲାମାନେ ହିଁ ଦେଶର ଭବିଷ୍ଯତ। ଏଇ ଦେଖୁନ ଦିନେଶର ସାଙ୍ଗମାନେ କେତେ ସୁନ୍ଦର ଭାବରେ ଆସି ଜବାହରଲାଲ ନେହେରୁଙ୍କ ଜୀବନୀ ମନ ଓ କର୍ଣ୍ଣଦେଇ ଶୁଣି ଚାଲିଗଲେ।

        


Rate this content
Log in