STORYMIRROR

Rashmi Ranjan Nayak

Others

2  

Rashmi Ranjan Nayak

Others

ଫେସବୁକ୍ ଓ ଜିଓ

ଫେସବୁକ୍ ଓ ଜିଓ

1 min
341

ମନୁଷ୍ୟ ସମ୍ପୂର୍ଣ୍ଣ ଭାବେ ସମାଜ ଉପରେ ନିର୍ଭର କରୁଥିବାରୁ ଏହାକୁ ଏକ ସାମାଜିକ ପ୍ରାଣୀ ବୋଲି କୁହାଯାଏ। ଏଠାରେ ତା'ର ପରିବାର ପ୍ରଥମ ଶିକ୍ଷା କେନ୍ଦ୍ର ଅଟେ ।କିନ୍ତୁ ଆଜିର ଏ ଡିଜିଟାଲ ଯୁଗରେ ଦେଖାଯାଉଛି ଭିନ୍ନ ଏକ ପରିବର୍ତ୍ତନ। କଥା ହେଉଛି ସୋସିଆଲ ମିଡିଆର । ଯେପରି ଫେସବୁକ୍ ଉଦାହରଣ ରୂପେ ନିଅନ୍ତୁ। ବର୍ତ୍ତମାନର ଯୁବପିଢ଼ି ସମ୍ପୂର୍ଣ୍ଣ ଭାବେ ଏହା ଦ୍ୱାରା ଯେପରି ନିଶାସକ୍ତ। ସବୁବେଳେ ଫୋନ ସହ ଚାଲିଛି ସେମାନଙ୍କର ସମୟ ନଷ୍ଟର ଖେଳ। ପରିବାର ଭାଇଚାରାର ଅର୍ଥ ବଦଳାଇ ଦେଇଛି, ପରିଚିତ ଲୋକଙ୍କୁ ଭୁଲି ଅଚିହ୍ନା ମାନଙ୍କର ଚାଲିଛି ସେବା । ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଆଗରେ, ଚାହିଁ ମଧ୍ୟ ଲେଖିହେବନି ସେମାନଙ୍କ କଥା।

ଜିଓ ଆସି ଆହୁରି ସୁବିଧା ଯୋଗାଇ ଦେଲା ଏମାନଙ୍କୁ । କାହିଁ ଗଲା ସେ ଦିନ ଯେତେବେଳେ ଗାଁରେ କ୍ରିକେଟ, ଫୁଟ ବଲ,ଲୁଚକାଳି, ଲୁଡୁର ବେଳ । ଆଉ ସେସବୁ ମିଳୁନାହିଁ।ସହର କଥା କାହିଁ କହୁଛନ୍ତି ସେ ଆଉ ନାହିଁ କହିଲେ ଚଳେ। ଫେସବୁକ୍ ଏବଂ ଜିଓ ସିନା ଏସବୁ ସୁବିଧା ଦେଇଦେଲେ ହେଲେ ଦିନ ଆସିବ ଏ ଯୁବପିଢ଼ି ଚେତିବ । ବ୍ୟବହାର କର କିନ୍ତୁ ସଠିକ ଭାବରେ କର ଏକଥା ଦିନ ଆସୁଛି ଜାଣିବେ।

ପରିବର୍ତ୍ତନ ଯଦି ଠିକ ନୁହେଁ ତେବେ ଏ ପରିବର୍ତ୍ତନକୁ ରୋକିବା ବୁଦ୍ଧିମାନର କାମ ହେବ। ନଚେତ ସମସ୍ତେ ଅସୁବିଧାରେ ପଡିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍