Bidulata Sahoo

Others

3  

Bidulata Sahoo

Others

ପାଗ

ପାଗ

1 min
197


ଦାସ ବାବୁ ଆମ ପଡୋଶୀ |ତାଙ୍କ ସ୍ତ୍ରୀ ଭାରି ଭଲ ଲୋକ |ପର୍ବପର୍ବାଣୀରେ ସେ ମୋତେ ଡାକନ୍ତି ଅପା ଆସ ଟିକିଏ ଆରିସା ପିଠା ପାଗ କରିଦେବ |ମୁଁ ଯାଏ |ଉଭୟେ ମିଶି କରୁ |


             ଏବର୍ଷ ତାଙ୍କ ପୁଅ ବାହା ହୋଇଛି |ବୋହୂଟି ଭାରି ସ୍ମାର୍ଟ ଆଉ ସୁନ୍ଦରୀ |ରଜକୁ ମୋତେ ସେ ଏବର୍ଷ

ପିଠା କରିବାକୁ ଡାକିଲେ |ତାଙ୍କ ବୋହୂ କହିଲା ଆପଣ ବସନ୍ତୁ |ମୋ ଭଉଣୀ ଆସିଛି |ଆମେ ଦୁହେଁ ମିଶି ୟୁଟ୍ୟୁବ୍ ଦେଖି ଆରିସା ପିଠା କରିଦେବୁ |

ଦାସବାବୁଙ୍କ ସ୍ତ୍ରୀ ଚାଉଳଚୁନା,ଗୁଡ,ରାଶି,ତେଲ ଇତ୍ୟାଦି ଆବଶ୍ୟକୀୟ ଜିନିଷ ଯୋଗାଇଦେଇ ମୋ ପାଖରେ ଆସି ବସିଲେ |ସେମାନେ ପିଠା କଲେ |

କିଛି ସମୟ ପରେ ପିଠା ଛାଣିବା ଶବ୍ଦ ହେଲା |ଟିକିଏ ପରେ ବୋହୂଟି ଆସି ମନ ଦୁଃଖରେ କହିଲା ପାଗଟା ବୋଧେ ଟିକିଏ ବିଗିଡି ଗଲା |ପିଠା ଖାଲି ଭୁରୁଭୁରୁ ହୋଇ ଗୁଣ୍ଡ ହୋଇ ଯାଉଛି |ଦାସ ବାବୁଙ୍କ ସ୍ତ୍ରୀ ମୋତେ ଚାହିଁଲେ |


Rate this content
Log in