STORYMIRROR

Er. Suchismita Satpathy

Children Stories Fantasy Inspirational

3  

Er. Suchismita Satpathy

Children Stories Fantasy Inspirational

ଓଣ୍ଡରଲ୍ୟାଣ୍ଡ କାହାଣୀ

ଓଣ୍ଡରଲ୍ୟାଣ୍ଡ କାହାଣୀ

3 mins
189

ଲିପି ଅଫିସରୁ ଫେରି ଆସି ବୈଠକଖାନାରେ ପଡିଥିବା ସୋଫା ଉପରେ ବସିଯାଇ ତା ମାଆଙ୍କୁ ପଚାରିଲା ଚିକୁ ବିଷୟରେ।ତା ମାଆ ଚା କପ ଧରି ଆସି ପହଞ୍ଚି ବସିଗଲେ।ଓହୋ,ପିଲାଟା ଦିନଯାକ ଟିଭି ଦେଖି ଦେଖି ଓ ଭିଡିଓ ଗେମ ଖେଳି ଖେଳି ଏମିତି ଥକିଗଲା ଯେ ସନ୍ଧ୍ୟା ବୁଡୁବୁଡୁ ଆଜି ଶୋଇଯାଇଛି।ଆଜି କଣ ସେ ଆଉ ଉଠିବ,ଲିପି କହିଲା।

ମାଆ କହିଲେ ହଉ ଶୋଇଥାଉ ଯେତେବେଳେ ଉଠିବ ମୁଁ ତାକୁ ଖୁଆଇଦେବି।ଏହା କହି ଉଭୟେ ନିଜ କାର୍ଯ୍ୟରେ ଲାଗିଗଲେ।

ସେପଟେ ଚିକୁ ଶୋଇଯାଇଛି।ହଠାତ ସେ ଦେଖୁଛି ଏଲିସ ,ଯିଏକି ଓଣ୍ଡରଲ୍ୟାଣ୍ଡରେ ହଜି ଯାଇଥିଲା ସେ ଆସି ତାକୁ ଡାକୁଛି ଓ କାନ୍ଦୁଛି।କଣ ହେଲା ଚିକୁ ପଚାରିବାରେ କହିଲା , ମୁଁ ଓଣ୍ଡରଲ୍ୟାଣ୍ଡରେ ହଜିଯାଇଛି ଓ ଦୁଇଜଣ ବ୍ୟକ୍ତି ମତେ ବଞ୍ଚେଇବାକୁ ଚେଷ୍ଟା କରି ବିଫଳ ହୋଇଗଲେ।ତୁମେ ମତେ ବଞ୍ଚାଅ।ଏହା ଶୁଣି ଏଲିସ ର ଶବ୍ଦ ଯେଉଁ ଆଡୁ ଆସୁଥିଲା ଚିକୁ ସେ ଆଡକୁ ଧାଇଁଲା।ଚାରିଆଡ ଅଦ୍ଭୁତ ଲାଗୁଥିଲା ତାକୁ।ଏତେ ବଡ ବଡ ଛତୁ ଫୁଟିଥିଲା।ଫୁଲ ଗୁଡିକ ଏକ ଛତା ପରି ଲାଗୁଥିଲା ତାକୁ।ଶେଷରେ ଯାଇ ପହଞ୍ଚିଲା ଯେଉଁଠି ଏଲିସ ଫସି ଯାଇଛି।ସେଠି ପହଞ୍ଚି ଦେଖେତ ହ୍ୟାରିପୋର୍ଟର ଓ କ୍ରୀସ।ଦୁହିଁଙ୍କୁ ଦେଖି ଏତେ ବଡ ଚିତ୍କାର କଲା ଯେ ସମସ୍ତେ ଚକିତ ହୋଇଗଲେ।

ଚିକୁ କହିଲା ,ଆରେ ବାଃ ଏମାନେ ତ ମୋର ସବୁଠୁ ପ୍ରିୟ।ତାକୁ ଖୁସି ଥିବାର ଦେଖି ହ୍ୟାରିପୋର୍ଟର ଓ କ୍ରୀସ ମନ ଦୁଃଖରେ କହିଲେ ,ତୁମେ ଖୁସି ହେଉଛ।ଆମେ ମାନେ ବହୁତ ଦୁଃଖି କାରଣ ଆମେ ଏଠାରେ ଆସି ହଜିଯାଇଛୁ।ବାହାରକୁ ବାହାରିବାର ବାଟ ପାଉନୁ।ଏଠାରେ ଆସି ଦେଖିଲୁ ଏଲିସ ସେ ଗୁମ୍ଫା ଭିତରେ ଫସି ଯାଇଛି ଓ ସାହାଯ୍ୟ କରିବା ପାଇଁ ଚିତ୍କାର କରୁଛି।

ଏହା ଶୁଣି ଚିକୁ କହିଲା,ଏ କଣ ତୁମେ ଦୁହେଁ ତ ମ୍ୟାଜିକ ଜାଣିଛ।ମ୍ୟାଜିକରେ ତ ତୁମେ ଏଠାରୁ ବାହାରି ପାରିବ ଓ ଏଲିସକୁ ବଞ୍ଚେଇପାରିବ।ତେବେ ଅସୁବିଧା କେଉଁଠି ରହିଲା।

ଚିକୁର କଥା ଶୁଣି କ୍ରୀସ କହିଲେ,ମୁଁ ଏଠି ଚେଷ୍ଟା କରିବି ମୋ ବଳ ପ୍ରୟୋଗ କରି ପାରୁ ନାହିଁ।ଏଠାରେ ମୋର କିଛି ଯାଦୁ କାମ କରୁନାହିଁ।ଠିକ ସେହିପରି ହ୍ୟାରିପୋର୍ଟର ମଧ୍ୟ କହିଲେ ଓ ମନ ଦୁଃଖ କଲେ।

ସେମାନଙ୍କ କଥା ଶୁଣି ଚିକୁ କହିଲା,କରିବାର କଣ ଅଛି ।ଚିକୁର କଥା ଶୁଣି ଗୁମ୍ଫା ଭିତରେ ଥିବା ଏଲିସ କହିଲା ,ଆଗରୁ ମୁଁ ଓଣ୍ଡରଲ୍ୟାଣ୍ଡ ଆସିଛି।ଏପରି ଅସୁବିଧା ହୋଇନି।ସବୁବେଳେ ମୁଁ ବାଟ କାଢି ନିଏ ମାତ୍ର ଏଥର ମୋର ବୁଧି କାମ କରୁନି।ଗୁମ୍ଫାର ଦୁଆର ମୁହଁରେ ଥିବା ବିଲେଇ ମୁହଁ ଖୋଲିଲେ ଗୁମ୍ଫାର ମୁହଁ ଖୋଲିଯିବ ଓ ଗୁମ୍ଫାର ମୁହଁ ଖୋଲିଗଲେ ମୁଁ ବାହାରକୁ ଆସିଯିବି। ମୁଁ ବାହାରକୁ ଆସିଲେ କ୍ରୀସ ଓ ହ୍ୟାରିପୋର୍ଟର ତାଙ୍କର ବାହାରକୁ ଯିବାର ବାଟ ବାହାରିବ। 

ଏଲିସ ଠାରୁ ଏକଥା ଶୁଣି ଚିକୁ କିଛି ଉପାୟ ଚିନ୍ତା କଲା।ହଠାତ ଦେଖିଲା ତା ପକେଟରେ ଏକ ବିସ୍କୁଟ ଅଛି ।ସେଇଟିକୁ କାଢି ସେ ବିଲେଇକୁ ଖାଇବାକୁ ଦେଖାଇଲା।ବିଲେଇ ତାକୁ ଦେଖି ପାଟି ଆଁ କରିବାରୁ ଗୁମ୍ଫାର ଦ୍ୱାର ଫିଟିଗଲା ଓ ଏଲିସ ବାହାରକୁ ଆସିଗଲା।ଏହା ଦେଖି ସମସ୍ତେ ଖୁସି ହୋଇଗଲେ।ହ୍ୟାରିପୋର୍ଟର କହିଲେ ଆମ ବଡ ବଡ ଯାଦୁ ଯେଉଁଠି କାମ ଦେଲାନି ତୁମର ଛୋଟ ପଦକ୍ଷେପ ବହୁତ କାମ ଦେଲା।ତତ୍କ୍ଷିଣାତ କ୍ରୀସ କହିଲେ ବହୁତ ଧନ୍ୟବାଦ ଚିକୁ ମାତ୍ର ତୁମର ଏ ପଦକ୍ଷେପ ପରେ ଆମେ ବାହାରକୁ ବାହାରିବାର ବାଟ ବନ୍ଦ ହୋଇଗଲା।

ଏକଥା ଶୁଣି ଏଲିସ ବ୍ୟସ୍ତ ହୋଇ କହିଲା କାହିଁକି।ଏବେତ ତୁମେ ଉଡିପାରିବ ଓ ଆମ ସମସ୍ତଙ୍କୁ ସାଙ୍ଗରେ ନେଇ ଯାଇପାରିବ।ଏହା ଶୁଣି କ୍ରୀସ ମନ ଦୁଃଖରେ କହିଲେ ମୋର ପଙ୍ଖ ଦୁଇଟି ଏ ଓଣ୍ଡରଲ୍ୟାଣ୍ଡରେ ହଜିଗଲା।ତା ବିନା ମୁଁ ଉଡିପାରିବିନି।ଆମେ ଏତେ ଛୋଟ ଯେ ଖୋଜିବା ବହୁତ କଷ୍ଟକର। ଏକଥା ଶୁଣି ଚିକୁ କହିଲା ତେବେ ମୁଁ ଖୋଜି ଦେଉଛି।ଏହା କହି ଚିକୁ କ୍ରୀସ ର ଫଙ୍ଖ ଦୁଇଟି ଖୋଜି ବାହାର କଲା।ତାପରେ ଆଣି କ୍ରୀସ ଦେହରେ ଲଗେଇଦେଲା।ଏହା ଦେଖି ସମସ୍ତେ ଅନେକ ଖୁସି ହୋଇଗଲେ।ଏବେ କ୍ରୀସ ଉଡିବାକୁ ଚେଷ୍ଟାକଲା ଓ ସଫଳ ହେଲା।ମାତ୍ର ଏତେ ଛୋଟ ହୋଇଥିବାରୁ ଅନେକ ଉପରକୁ ଉଠି ପାରୁନଥିଲା।

ପୁନର୍ବାର ସମସ୍ତେ ମନ ଦୁଃଖ କଲେ।ଚିକୁ ସମସ୍ତଙ୍କୁ ଏପରି ଦେଖି କହିଲା ତୁମେମାନେ ବ୍ୟସ୍ତ ହୁଅନି ଚାଲ ଆମଘରକୁ ଯିବା।ସେଠି କିଛି ଉପାୟ ଖୋଜିବା ଏହା କହି ବୁଲିପଡନ୍ତେ ଉକ୍ତ ବିଲେଇଟି ଆସି ପହଞ୍ଚି ଗଲା ଓ କହିଲା ଯଦି ମତେ କଦଳୀ ଖାଇବାକୁ ଦେବ ତ ମୁଁ ତୁମକୁ ବାଟ ଦେଖାଇବି।ଏହା ଶୁଣି ଚିକୁ ହସିବାକୁ ଲାଗିଲା ,ବିଲେଇ ପୁଣି କଦଳୀ ଖାଇବ।ଏହା ଦେଖି ହ୍ୟାରିପୋର୍ଟର କହିଲେ ଏହା ଓଣ୍ଡରଲ୍ୟାଣ୍ଡ।ଏଠି ସବୁ ସମ୍ଭବ।ମାତ୍ର ବିଲେଇକୁ କଦଳୀ କୋଉଠୁ ଆଣିଦେବା।ଏକଥା ଶୁଣି ଚିକୁ କହିଲା,ବ୍ୟସ୍ତ ହେବାର କଣ ଅଛି ମୋ ପାଖରେ କଦଳୀ ଅଛି । ମାଆ ଏବେ ମତେ ଦେଇଥିଲେ ଖାଇବାକୁ ।ଏହା କହି ପକେଟରୁ କଦଳୀ କାଢି ବିଲେଇକୁ ଦେଲା।ବିଲେଇ ଖୁସିରେ କଦଳୀ ଖାଇ ଏକ ଛତା ଦେଲା। ଏଲିସ ଛତାକୁ ଧରି ଆଶ୍ଚର୍ଯ୍ୟ ହୋଇ ପଚାରିଲା ,ଏ କଣ। ମାତ୍ର ସେତେବେଳେ ଆଉ ବିଲେଇ ନଥିଲା।

ଚିକୁ ଛତାଟିକୁ ଧରି ଯେମିତି ଖୋଲିଛି ତାହା ଉଡିବାକୁ ଲାଗିଲା।ଏହା ଦେଖି ସମସ୍ତେ ଛତାକୁ ଜାବୁଡି ଧରିଲେ।କିଛି କ୍ଷଣ ପରେ ନିଖୋଜ ହୋଇଥିବା ହ୍ୟାରିପୋର୍ଟର ଓ କ୍ରୀସ ତାଙ୍କ ବାଟ ପାଇଗଲେ।ଶେଷରେ ଚିକୁକୁ ତାର ସାହାଯ୍ୟ ପାଇଁ ଧନ୍ୟବାଦ ଦେବା ସହ କହିଲେ ଯେଉଁ ଠି ଆମ ଯାଦୁ କାମ ଦେଲାନି ସେଠି ତୁମ ବୁଧି କାମ ଦେଲା।ତୁମକୁ ଅନେକ ଧନ୍ୟବାଦ।ଏହାପରେ ଏଲିସ ତାଙ୍କ ଘରକୁ ଗଲା ଓ ଚିକୁ ସମସ୍ତ ଙ୍କୁ ବିଦାୟ ଦେବା ସମୟରେ ତା ଆଈ ଆସି ପହଞ୍ଚି କହିଲେ ଆରେ କାହାକୁ ବିଦାୟ ଦେଉଛୁ ନିଦରେ।

ଧଡ କରି ଉଠିପଡି ଚିକୁ କହିଲା ,ଆଈ ଆଜି ହ୍ୟାରିପୋର୍ଟର ଓ କ୍ରୀସ ସହ ଓଣ୍ଡରଲ୍ୟାଣ୍ଡରେ ଦେଖାହୋଇଥିଲା।ସେମାନେ ହଜିଯାଇଥିଲେ।ମୁଁ ତାଙ୍କୁ ଉଦ୍ଧାର କଲି।ଏହା ଶୁଣି ଲିପି ଓ ଆଈ ଉଭୟେ ହସି ହସି ବେଦମ।


Rate this content
Log in