TASNEEM SULTANA

Children Stories Inspirational

3  

TASNEEM SULTANA

Children Stories Inspirational

ନୂଆ ଏକ ସକାଳ

ନୂଆ ଏକ ସକାଳ

2 mins
178



ମଧୁର ଘର ଗାଁ ଶେଷମୁଣ୍ଡ ଛକ ପାଖରେ ରହିଛି । ଆଜି ସେ ସକାଳୁ ଉଠି ପଡିଛି । ଝରକାରେ ସେ ଦେଖୁଛି ଟିକି ଚଢେଇଟି ମଧ୍ୟ ତା ଭଳିଆ ଶିଘ୍ର ଉଠି ପଡିଛି । ସକାଳୁ ସକାଳୁ ତା ଛୁଆଙ୍କ ପାଇଁ ଖାଦ୍ୟ ଯୋଗାଡରେ ବାହାରି ପଡିଛି ।ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ପ୍ରସ୍ତତ ହେଉଛନ୍ତି । ଗାଷୀଭାଇ ଗୀତ ଗାଇ ଗାଇ ବିଲକୁ ବାହାରି ପଡିଛି ।ଜାବଜନ୍ତୁଙ୍କଠୁ ମଣିଷ ଯାଏଁ ସମସ୍ତେ ନିଜ ନିଜ ଦୈନନ୍ଦିନ କାମରେ ଲାଗି ପଡିଛନ୍ତି । କିନ୍ତୁ ତା'ର କେବଳ ଅଳସୁଆ ହୋଇ ବିଛଣା ଛାଡିବାକୁ ମନ ହେଉନି ।ଟିକିଏ ଗଡି ପଡି ତକିଆ ଉପରେ ମୂହଁ ଦେଇ ମନଗଢା ସ୍ବପ୍ନ ଦେଖୁଛି ।ଏଇ ସମୟରେ ତାକୁ ଜଣକର ସ୍ବର ଶୁଣାଗଲା -ଏ ମଧୁ ! ଏତେ ସମୟ ଧରି କ'ଣ ଶୋଇଛୁ ମ ! ଶୋଇ ଶୋଇ ଭାବି ଭାବି ସ୍ବପ୍ନ ଦେଖିଲେ ତୋର ସପନ ସତ ହୋଇ ଯିବନି ।ଏଇ ଦେଖୁନୁ ଟିକି ଚଢେଇକି !  ସେ    କର୍ମଚଞ୍ଚଳ ଜୀବଟିଏ । କେମିତି ସକାଳୁ ଉଠି ପଡି ତା କାମରେ ଲାଗି ପଡିଛି ? ଏସବୁ କଥା ଶୁଣି ମଧୁ ଚମକି ପଡି କହିଲା - ତୁମେ କିଏ କହୁଛ ? ମୁଁ ତୁମକୁ ଜାଣିନି କି ଚିହ୍ନି ନାହିଁ ।

ସେ କହିଲା -ମୁଁ କିଏ ତୋର ଜାଣିଯିବାର ଆବଶ୍ୟକ ନାହିଁ । ମୁଁ ଯାହା କହୁଛି ତୋର ହିତ ପାଇଁ କହୁଛି ।ସକାଳୁ ଉଠିବା ଅଭ୍ୟାସ କରେ ।ସବୁ ଦିନ ପାଇଁ ତୋର ଯାହା କର୍ମ ରହିଛି କରି ଚାଲେ । ଶିକ୍ଷକମାନେ ଦେଇଥିବା ଆଜିର ପାଠକୁ ଆଜି ହିଁ କରିପକା ।କାହିଁକି କାଲିକି କରିବି କହି ଟାଳି ଦେଉଛୁ ? ତୁ ବୁଢା ହୋଇ ଗଲେବି ସେ କାଲି ତୋ ଜୀବନରେ କେବେବି ଆସିବ ନାହିଁ ।ତୋ ବାପା ମା ତୋ ଉପରେ କେତେ ଭରସା ରଖିଛନ୍ତି ।ତୁ କ'ଣ ତାଙ୍କ ଭରସା ଭାଙ୍ଗିଦବୁ ! ଏଇ ସମୟ ହେଉଛି ତୋ ଜୀବନର ଉପଯୁକ୍ତ ସମୟ ।ଏହାର ଉପଯୋଗ କରି ତୁ ଭଲ ମଣିଷ ହୋଇ ପାରିବୁ ।ଅନ୍ୟମାନଙ୍କ ସାହା ହୋଇ ପାରିବୁ ।ଏସବୁ ଶୁଣି ମଧୁ କଇଁ କଇଁ କାନ୍ଦିବାକୁ ଲାଗିଲା । 


ଏସବୁ କଥାରେ ସତ୍ୟତା ରହିଛି ବୋଲି ମଧୁ ହୃଦୟଙ୍ଗମ କଲା । ପୁଣି ମଧୁକୁ ଶୁଣାଗଲା-"ଏସବୁ କଥା ତୋତେ ବାଧୁନି,ମୋତେ ଭାରି ବାଧୁଛି "। ମଧୂ ଭାବିଲା ଏ ନିଶ୍ଚୟ ମୋର ହିତାଙ୍କାକ୍ଷୀ ।ମଧୁ କହିଲା -ତୁମକୁ ଏସବୁ ବାଧିବାର କାରଣ ? ଏହାର ଉତ୍ତର ଝରକା ପାଖ ପବନରେ ଭାସି ଆସିଲା-କାରଣ, ମୁଁ ହେଉଛି ତୋର ବିବେକ ।ଦଲକାଏ ପବନରେ ମଧୁର ନିଦ ଭାଙ୍ଗିଗଲା । ମଧୁ ମନେ ମନେ ତା'ର ଏଇ ସପନକୁ ମନେ ପକାଇ ନିଜକୁ ସୁଧାରିବାକୁ ପ୍ରତିଜ୍ଞା କରୁଥିଲା ।ଆଜି ସକାଳର ସୁରୁଜ ମୋ ଜୀବନରେ ନୂତନ ଆଶାର କିରଣ ଢାଳି ଦେଉ ।ଏହା କହି ସେ ସେଇ ମହୁର୍ତରୁ ନିଜ କର୍ମରେ ଲାଗି ପଡିଲା ।



Rate this content
Log in