Pramod Kumar Jena

Others

3  

Pramod Kumar Jena

Others

ନମୁନା

ନମୁନା

1 min
405



       ଭାବିଥିଲେ ନିଜ ସହରରେ ଜାଗା ଖଣ୍ଡେ କିଣି ସେଟଲ୍ ହେବେ l କିନ୍ତୁ ଠାକୁରଙ୍କ ବରାଦ ଅନ୍ୟ ପ୍ରକାରେ l ସେତେବେଳେ ସାଙ୍ଗମାନେ ଘର କିଣି ସେଟଲ୍ ହୋଇ ସାରିଲେଣି l କିଏ ପ୍ଲଟ୍ କିଣି ଘର କରିଛନ୍ତି ତ କିଏ ରେଡିମେଡ୍ l ଶେଷ ମୂହୁର୍ତ୍ତରେ ଘରଟିଏ ସୁବିଧାରେ ମିଳିଗଲା l ସେଥିପାଇଁ ସାହୁ ବାବୁ ଭାରି ଖୁସି l ଆଜି ତାଙ୍କର ଗୃହ ପ୍ରବେଶ l ସବୁ ପୁରୁଣା ସାଙ୍ଗମାନଙ୍କର ସମାବେଶ ନିଜ ନିଜ ଘରଣୀମାନଙ୍କ ସାଙ୍ଗରେ l ସମସ୍ତେ ଘରଟିକୁ ତନଖି ତନଖି ଦେଖି ସାହୁବାବୁଙ୍କ ପସନ୍ଦକୁ ପ୍ରଶଂସା କରୁଥାନ୍ତି l


ମହିଳାମାନଙ୍କ ଗହଣରେ କଥାବାର୍ତ୍ତା ହେଉ ହେଉ ଶ୍ରୀମତି ସାହୁ କହିଲେ, ଆମର ଯେତିକି ସମ୍ବଳ ଥିଲା, ସେତିକିରେ କଲୁ l ଆମର ତ ଆଉ କଳା ପଇସା ନାହିଁ ........... ତା’ପରେ ଟିକେ ବିଦ୍ରୁପ କଲା ଭଳି ହସି ଦେଲେ . ଆରେ........ ୟା ମାନେ କ’ଣ ? ସମସ୍ତଙ୍କର ମୁହଁରେ ମିଶ୍ର ପ୍ରତିକ୍ରିୟା l ସମସ୍ତେ ଗୋଟେ ଡିପାର୍ଟମେଣ୍ଟର l ଗୋଟେ ପଦବୀରେ ଅବସର ନେଇଛନ୍ତି, ଅଳ୍ପେ ବହୁତେ ସମସ୍ତଙ୍କର ପେନସନ୍ ଓ ରିଟାୟାରମେଣ୍ଟ୍ ବେନିଫିଟ୍ ପ୍ରାୟ ସମାନ l ଅନ୍ୟମାନଙ୍କ ଆଗରେ ନିଜ ସ୍ୱାମୀଙ୍କୁ ଗୋଟେ ସାର୍ଟିଫିକେଟ୍ ଦେଇଦେଲେ ସେ ସଚ୍ଚୋଟ l ଆଉ ଅନ୍ୟମାନେ, ଯେଉଁମାନଙ୍କର ଘର ତାଙ୍କ ଘର ଠାରୁ ବଡ କିମ୍ବା ଭଲ ଘର କରିଛନ୍ତି, ସେମାନେ ଚୋର l


ସମସ୍ତେ ଭାବିଲେ ନିଜକୁ ସଚ୍ଚୋଟ୍ କରିବାକୁ ଯାଇ ଅନ୍ୟମାନଙ୍କୁ ଚୋର କହିବାଟା ଗୋଟେ ସୌକ୍ ହୋଇଗଲାଣି l ଏକ ପ୍ରକାର ଫେସନ କହିଲେ ଅତ୍ୟୁକ୍ତି ହେବ ନାହିଁ l ମନେ ମନେ ହସିଲି ମୁଁ l ସମୟକୁ ଅପେକ୍ଷା କଲି l ସେହି ସମୟ ହିଁ ଏହାର ଉତ୍ତର ଦେବ କିଏ କ’ଣ ?



Rate this content
Log in