The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dipti lekha Mishra

Others

5.0  

Dipti lekha Mishra

Others

ନିତିନର ପ୍ରେମିକା

ନିତିନର ପ୍ରେମିକା

3 mins
597


ଧୂ ଧୂ ଖରାବେଳ ।କେହି କୁଆଡେ ଦିଶନ୍ତିନି ।ଠିକ ଏ ସମୟରେ ନିତିନ ତା ପ୍ରେମିକାକୁ ଗାଁ ଶେଷରେ ଥିବା ବରଗଛ ମୂଳକୁ ଆସିବାକୁ କହିଲା ।ପ୍ରେମିକାର ନାମ ଥିଲା ନୀନା ।ସେ ଭାରୀ ସରଳିଆ ।ମାଛିକୁ ମ ବି କହେନି ।ଦୁର୍ଭାଗ୍ୟବଶତଃ ପ୍ରେମ ହୋଇଯାଇଛି କିନ୍ତୁ ନିତିନ ସହ ବିବାହ ପାଇଁ ଜିଦ କରିଛି ।ସେଥିରେ ନିତିନର ବାପାଙ୍କର ବି ହାତ ଅଛି ଏ କଥାଟି ନୀନା ଜାଣିନଥିଲା ।ଜାଣିବାବେଳକୁ ଖେଳ ସରିଲାଣି ।କଣ କରିବ ଏବେ କାହାକୁ ଏ ମୂହଁ ଦେଖାଇବ ନୀନା ଜାଣିପାରୁନି ।ଆତ୍ମହତ୍ୟା କରିବ ନା ପ୍ରତିଶୋଧ ନେବା ପାଇଁ ଜୀଇଁବ ।କଣ କରିବ ଭାବି ଭାବି ଯାଇ ନଦୀ ପାଖରେ ଥିବା ମଶାଣୀରେ ପହଂଚିଯାଇଛି ।ସେ ଜାଣିନି ଯେ ଏଠିକୁ କେମିତି ଆସିଲା ।ଚାହୁଁ ଚାହୁଁ ସଂନ୍ଧ୍ୟା ହୋଇ ଆସିଲାଣି ।ଘରେ ବାପା ବୋଉ ଖରାବେଳ ଠାରୁ ଖୋଜୁଛନ୍ତି ।ସେ ଯେଉଁ ସାଙ୍ଗ ଘରକୁ ଯିବ କହି ଯାଇଥିଲା ସେଠି ବି ପଚରାଉଚରା ସରିଲାଣି ।ଗାଁ ଲୋକ ଜାଣିଲେ କଥାକୁ ଅନର୍ଥ କରି କେତେ କଣ କହିଯିବେ ।ବାପା ମାଆ ଏପଟେ ଅସ୍ଥିର ହୋଇପଡିଲେଣି ।ନଦୀ ଆରପଟକୂ ବଡଭାଇ ଟ୍ୟୁସନ ଯାଇଥିଲା ।ତାଙ୍କ ଟ୍ୟୁସନରେ ସେଦିନ ଭୋଜି ଥିଲା ବୋଲି ଡେରି ହେବ ଆସିବାକୁ କହିଥାଏ ।ବାପା ସମ୍ଭାଳି ନ ପାରି ଟ୍ୟୁସନ ସାରଙ୍କୁ କହିଲେ ଆମ ପିଲାକୁ ଟିକେ ଜଲ୍ଦି ଘରକୁ କହିଦିଅ ବାପା ।ସାର ବି ବଡଭାଇ ନୁନାକୁ କହିଲେ ଶୀଘ୍ର ଯା ବାପା ଭାରୀ ତରବର ହୋଇ ଡାକୁଥିଲେ ।ନୁନା ଆସିବା ବେଳେ ଦେଖିଲା ନିନା ରାସ୍ତାରେ ଅଚେତ ହୋଇ ପଡିଛି ।ସେତେବେଳେ କଣ ଆଜିଭଳି ମୋବାଈଲ ଥିଲା ନା ଆମ୍ବୁଲାନ୍ସ ସୁବିଧା ।ଏ ଭଳି ପରିସ୍ଥିତିରେ ନୁନା ଆଉ ଏକ ସାଙ୍ଗର ସାହାଯ୍ୟରେ ଡାକ୍ତରଖାନା ନେଇଗଲା ।ଘର ଫୋନକୁ ଏସ ଟି ଡି ବୁଥ ଯାଇ କଲ୍ କଲା ଆଉ ବାପାକୁ ଶୀଘ୍ର ଆସିବାକୁ କହିଲା ।

ଡାକ୍ତର କହିଲେ କିଛି ଅସୁବିଧା ନାହିଁ ।ଝିଅକୁ ଘରକୂ ନେଇଯାଅ ।କିଛି ସମୟ ପରେ ଚେତା ଆସିବ ।ଡାକ୍ତରଙ୍କ କଥାଗୁଡିକ ଶୁଣି ବାପା ପୁଅ ଚିନ୍ତାରେ ଥିଲେ ।

ନୀନାର ଚେତା ଫେରିବା ପରେ ତା ପାଟିରୁ ସବୁ ସତ କଥା ଶୁଣିଲେ ଆଉ ରାଗରେ ଘରୁ ବାହାରିଯା କହି ବାପା ତଡିଦେଲେ ।ଭାଇ କିନ୍ତୁ ପାଟିକଲା ଆଊ କହିଲା ସେ ଘରୁ ଚାଲିଗଲେ ତମେ ଆହୁରି ଅପମାନ ପାଇବ ।ସେ ଏତେ କଷ୍ଟରେ ଅଛି ତାକୁ ତଡିଦେଉଛ କେମିତି ?କିଛି ଭାବିବା ସମାଧାନ କରିବା ବ୍ୟସ୍ତ ହୁଅନି ।ପୋଲିସରେ ଯାଇ ଭାଇ ଅଭିଯୋଗ ଦେଲା ।ହେଲେ ଆଜିକାଲିର କିଛି ପୋଲିସ ଭଳି ସେତେବେଳେ ବି ଲାଂଚୁଆ କେତେ ଥିଲେ ।ଟଙ୍କା ପାଇଁ ସବୁ କରିପାରୁଥିଲେ ।ଭାଇର ଅଭିଯୋଗ ରଖିଲେନି ।ଭାଇ ଇତସ୍ତତଃ ଦୌଡା ଦୌଡି କଲା ହେଲେ ଫଳ ଶୁନ ।ନୀନାର କିନ୍ତୁ ଏକ ସାଙ୍ଗ ଥାଏ ।ତାର ବାପା ଜଣେ ସଚ୍ଚୋଟ ପୋଲିସ ଅଫିସର ।ତାଙ୍କ ସହ କଥାହେବା ପରେ ହିଁ ଆଶ୍ବସ୍ତି ମିଳିବ କହି ଭାଈ ଭଉଣୀ ତାଙ୍କ ଘରକୁ ଗଲେ ।ବାପା ବି ସାଙ୍ଗରେ ଗଲେ ।ଘଟଣା କହିବା ବେଳେ ନୀନାର ହାତଗୋଡ ଥରୁଥାଏ ।ସାଙ୍ଗର ବାପାଙ୍କୁ କହିବାକୁ ପଡିଲା ।ମୋ ବାପା ଙ୍କୁ କେତେ ଖରାପ ଲାଗୂଥିବ?ମୁଁ ହିଁ ଏଡେ ବୋକି ଝିଅ କାହିଁକି ହେଲି?ଏ ସବୁ ଭାବି ଭାବି ବିଳିବିଳେଇ କାନ୍ଦୁଥାଏ ।ଫିଠିକୁ ଥାପୁଡେଇ ପାଖରେ ବସାଲେ ସାଙ୍ଗବାପା ।ପଚାରିଲେ ସବୂ କଥା କହ ମା ଡରେନି ।ଛୋଟ ଛୂଆ ଭୂଲ ତ ହୋଇଗଲାଣି ,ଏବେ ଉପାୟ ଚିନ୍ତା କରିବା କି ନାହିଁ କହିଲୂ ?

ନୀନାର ଟିକେ ସାହସ ଆସିଲା ।ଗୋଡହାତ ଥରା କମିଗଲା ।ପ୍ରତିଶୋଧ ନେବା ପାଇଁ ଅଣ୍ଟା ଭିଡିଲା ।କହିଲା ଦାଦା ଆମ ଗାଁ ନିତିନ ମୋତେ ବହୁତ ଭଲ ପାଉଥିଲା ।ବାରମ୍ବାର ମୋ ସହ ଦେଖା କଲା ଆଉ ମୁଁ ବି ଭଲ ପାଇଗଲି ।ଇନ୍ଦ୍ରିୟ ସଂଯମ ହରାଇ ଶାରୀରିକ ସଂପର୍କ ହୋଇଗଲା ।କିଛିଦିନ ପରେ ମୋ ପେଟରେ ଛୁଆ ରହିବା କଥା ବି ନିତିନ ଆଉ ତା ବାପା ଜାଣିଗଲେ ।ବାହାଘର ଠିକ କରିଦେବା କହି ମୁଁ ପ୍ରସ୍ତାବ ଦେଈଥିଲି ହଁ ବି କରିଥିଲେ ।ଶୀଘ୍ରାତିଶୀଘ୍ର ସାରିଦେବା ରେ ଝିଅ ।ଏଇଟା ଆମ ଇଜ୍ଜତର କଥା ।ଏମିତି ଅନେକ କଥା କହିଥାନ୍ତି ନିତିନର ବାପା ।ମୋତେ ସାହସ ଦେଇଥିବାରୁ ମୁଁ ନିଶ୍ଚିନ୍ତରେ ଘରେ ଥିଲି ।ଘଟଣାଦିନ ସେମାନେ ଆମ ଘରକୁ ଆସିବାର ଥିଲେ ।ଏଣୁ ମୁଁ ଭାରୀ ଖୁସିରେ ହସୁଥାଏ ଆଉ ଘର ସଜାଡିବାରେ ବ୍ୟସ୍ତ ଥାଏ ।ହଠାତ ଲେନ ଫୋନକୁ କଲ ଆସିଲା ।ଭାଗ୍ୟ ଖରାପ ବୋଧେ ମୁଁ ଟେକିଛି ଫୋନ ।ଫୋନରେ ନିତିନ ଗାଁ ଶେଷ ବରଗଛ ପାଖକୁ ଡାକିଲେ ।ଆଉ ସେଠାରେ ମୋତେ ପିଲା ନଷ୍ଟ କରିବା ଔଷଧ ଦେଇ ନିତିନ ମୁଁ ଟିକେ ଆସୁଛି କହି ଚାଲିଗଲେ ।ଆରପଟକୁ ଦେଖିଲାବେଳକୁ ବାପାପୁଅ ଦୁହେଁ ସାଙ୍ଗ ହୋଇ ଦୌଡି ଦୌଡି ଚାଲିଗଲେ ।ଏମିତି କାହିଁକି ଦୁହେଁ ମୋ ସହ କଲେ ଭାବୁ ଭାବୁ ମୋତେ ମେଡିସିନ ଖୁଆଇଛନ୍ତି ବୋଲି ଜାଣିଦେଲି କାରଣ ସେ ଔଷଧ ପ୍ୟାକେଟଟା ମୋ ହାବୁଡରେ ପଡିଥିଲା ।ମୋ ପାଦତଳୁ ମାଟି ସତେ ଯେମିତି ଖସିଗଲା ।ମୋ ପାଇଁ ସମସ୍ତେ ଅପମାନ ପାଇବେ କେମିତି ଘରକୁ ଯିବି ଭାବୁଥିଲି ।ତା ପରେ ମୁଁ କିଛି ଜାଣିନଥିଲି ।

ସାଙ୍ଗବାପା ସାହସ ଦେଇ କହିଲେ ତାର ବ୍ୟବସ୍ଥା ମୁଁ ଆଜି ହିଁ କରୁଛି ।ତମେମାନେ ଘରକୁ ଯାଅ ମୁଁ ଥାନାକୁ ଡାକିଲେ ଆସିବ ।


Rate this content
Log in