padmaja pati

Others

1  

padmaja pati

Others

ନିରୂପାୟ

ନିରୂପାୟ

1 min
203


ଅସୀମା ଦେବୀ ଘର ଅଗଣାରେ ମୁଣ୍ଡରେ ହାତ ଦେଇ ବସିଥିଲେ l ଆଉ ଦୁଇ ଦିନ ଗଲେ ତାଙ୍କ ଝିଅ ମାନିର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ l ଆଜି ରବିବାର l ଝିଅର ସାଙ୍ଗ ମିତାର ଆଜି ଜନ୍ମଦିନ l ସେ ଫୋନ କରି ନିମନ୍ତ୍ରଣ କରିବାରୁ ତାଙ୍କ ଝିଅ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଛି l ଯେତେ ତାଙ୍କ ଘରକୁ ଫୋନ କଲେ କେହି ଫୋନ ଉଠାଉନାହାନ୍ତି l ସ୍ୱାମୀ ମଧ୍ୟ ବିରକ୍ତ ହେଲେଣି l କ'ଣ କରିବେ ସେ ? ଝିଅକୁ ମନକଲେ କାଳେ ସେ ମନଦୁଃଖ କରିବ ବୋଲି ତାକୁ ନାହିଁ କରି ପାରିଲେନି l ରୋଷେଇ କରିବା ଲାଗି ମଧ୍ୟ ମନ ହେଉନି l ପରୀକ୍ଷା ସକାଶେ ଜନ୍ମଦିନ ପାଳନ ସକାଳ ଏଗାରଟା ଭିତରେ ସରିଯିବ ବୋଲି ଝିଅ କହୁଥିଲା l ଦିନ ସାଢେ ବାରଟା ଟପିଲାଣି l ତଥାପି ଝିଅ ଫେରିନି l ଏତିକିବେଳେ ଝିଅର ସାଙ୍ଗ ଘରୁ ଫୋନ ଆସିଲା l ମାନି ଫୋନରେ କହିଲା, "ମାଆ, ବ୍ୟସ୍ତ ହେବୁନି l ମୁଁ ଏଠି ସାଙ୍ଗ ସହିତ ମିଶି ପାଠ ପଢୁଛି l ସନ୍ଧ୍ୟାବେଳେ ଘରେ ପହଞ୍ଚିବି l ଏତିକି କହି ମାନି ଫୋନ ରଖିଦେଲା l ଥରେ ମଧ୍ୟ ମାଆର ମତାମତ ଲୋଡିଲା ନାହିଁ କି କଥା କହିବାକୁ ସୁଯୋଗ ଦେଲାନି l ସ୍ୱାମୀଙ୍କୁ କ'ଣ କହିବେ ସେ ? ଝିଅକୁ ଆଦୌ ଆକଟ ନ କରି ତାଙ୍କୁ ଏପରି ଦିନ ଦେଖିବାକୁ ପଡୁଛି ବୋଲି ସେ ଭାବୁଥିଲେ l ଆଜିକାଲି ଛୁଆଙ୍କ ସହନଶୀଳତା ବହୁତ କମ ବୋଲି ଚାରିଆଡେ ଚର୍ଚ୍ଚା l ଝିଅକୁ ସବୁପ୍ରକାର ସୁବିଧାସୁଯୋଗ ଯୋଗାଇ ଦେଇ ସେ କିଛି ଭୁଲ କରିଛନ୍ତି କି ? ଏହି ପ୍ରଶ୍ନ ତାଙ୍କୁ ବ୍ୟଥିତ କରି ପକାଉଥିଲା l


Rate this content
Log in