pratap nayak

3  

pratap nayak

ନିଜକୁ ସଜେଇ ପିତ୍ତା ସେପରା ଦୂହିତା

ନିଜକୁ ସଜେଇ ପିତ୍ତା ସେପରା ଦୂହିତା

4 mins
1.7K


(ଗଳ୍ପ ଏକ ନାରୀ ଜୀବନ ଯଜ୍ଞର)

""""""""""""""

ବୟସର ଚଉକାଠ ମଝିରେ ଛିଡା ହେଇଛି ବୋଉ,ରୋଗିଣା ବାପା ବିଛଣାରେ,ଜୀବନରେ ଆଉ ଉଠିବସିବାର ବେଳ ସରିଯାଇଛି ତାଙ୍କର।ଭାଇ ବିଦେଶରେ ଭାଉଜକୁ ନେଇ ମେଲିଛି ସଂସାର ଭୋଗୁଛି ଜୌବନ।ମୁଁ କଲେଜ ପଢୁଆ ଝିଅ, ବାପାଙ୍କ ପେନସନରେ ଘର ଚଳିବାର ସାଣ୍ଠଣା ଶିଖୋଉଛି ବୋଉ ମତେ......।

ବୋଉର ଆକଟ ଝିଅ ଘରର ଇଜ୍ଜତ,ଥରେ ଚାଲିଗଲେ ଅଣ ଲେଉଟା ସର।କଲେଜ ଗଲାବେଳେ ହଉ,ବାପାଙ୍କ ଔଷଧ ଆଣିଲା ବେଳେ ହଉ କି ଘରର ଯାବତୀୟ ସଉଦାପତ୍ର ଆଣିଲା ବେଳେ , ପ୍ରତି କାମରେ ତାର ନଜର ମୋରି ଉପରେ ମୋ କାମ କରିବାର ତରିକା ଉପରେ......।

ମୁଁ ଭାବେ ଯେମିତି ସ୍ପାଏ କ୍ୟାମେରା ଲେନ୍ସ ଭିତରେ ମୋର ଚଳପ୍ରଚଳ।ମତେ ବି ଭଲଲାଗେ ତା ଆକଟ,ତା ପରାମର୍ଶ,ଦୁନିଆଁକୁ ପରଖି ନେବାର

ମନ୍ତବ୍ୟ।ନିଇତି ନୂଆନୂଆ ଆଦେଶ ନୂଆ ନୂଆ ଜୀବନ ବଂଚିବାର ତରିକା ଆଉ ଠିକଣା।

ଦୁଃଖ ଭିତରେ ସୁଖକୁ ଖୋଜି ଚିମୁଟି ଉଠେଇ ତା ଭିତରେ ନିଜକୁ ମସଗୁଲ୍ କରିବାର କଳା କେବଳ ତାକୁ ହିଁ ଯଣାଥିଲା।

ମୁଁ ଯମା ବିରକ୍ତ ହୁଏନି ।ବେଳେବେଳେ ବାପା ସେହି ରୋଗ ବିଛଣାରୁ ପାଟିକରି ବୋଉକୁ କୁହନ୍ତି,କାଇଁ ତା ଉପରେ ଏତେ ଗରଗର ହଉଛ,ସିଏ ଆଉ ଏ ଘରେ କେଇଦିନର ମେହେମାନ।

ଦିଦିନର କୁଣିଆଁ ପରା ସିଏ ।

ଦିନରାତି ଖାଲି ତା ଉପରେ ରାଉରାଉ ହଉଛ,ଏଠିକି ଯା ସେଠିକି ଯାଆନା,ଏଇଟା କର ସେଇଟା କରନା,ଏମିତି ବସ ସେମିତି ଉଠ .....।ବୋଉ ବି ବାପାଙ୍କୁ ପାଟିକରି ଶୁଣାଏ ଦିପଦ।ଗେହ୍ଲା କରିଥିଲ ପା ପୁଅକୁ,କଣ କଲା ? ପାଠପଢି ଡାକ୍ତର ହେଲା , ବିଦେଶ ଯାଇ ସେଠାରେ କୋଉ ବିଦେଶୀ ଝିଅକୁ ବାହା ହେଇ ରହିଲାଯେ,ବାପା ମା ଇଆଡେ ମଲେ କି ଗଲେ ଥରେ ପଚାରିଲାନି।ପିଲାବେଳେ ଯେତେ ଆକଟ କଲେ ତମେ ତାକୁ ସବୁ ଟାଳିଦିଅ,ଦି ଅଖ୍ୟର ଭଲ ପଢୁଛି ବୋଲି ମୁଣ୍ଡରେ ବସେଇ ଥିଲ,କଣ ପାଇଲ ? ବୋହୂ ମୁହଁ ଦେଖିଲଣି ଦିବର୍ଷ ହେଲା?କାଳି କି ଗୋରା ।ଶିଖେଇ ଥିଲ ପା ସାଣ୍ଠଣା ତାକୁ ।ଗଢି ତୋଳିଥିଲ ତମେ ତାକୁ ତୁମରି ହାତରେ ।ମଣିଷ ଗଢୁ ଗଢୁ ମାଙ୍କଡ ଗଢିଲ କିଆଁ?ତମେ ବର୍ଷେହବ ଆକ୍ସିଡେଣ୍ଟ ହେଇ କତରା ଲଗା ହେଲଣି।ଖବର ପାଇଲା ,ଥରୁଟିଏ ଆସି ଦେଖିଗଲା ତମେ କେମିତି ଅଛ,ତା ମା କିମିତି ଅଛି।ପ୍ରତିବର୍ଷ ରାଖି ବାନ୍ଧୁଥିବା ଭଉଣୀ ,ରାଖୀ ପୁନେଇଁ ଆସିଲେ ଆ ତା ଭାଇକି ଦେଖି ଲୁହ ଗଡୋଉଛି ,ସେକଥା ଥରଟିଏ ସେ ଚିନ୍ତା କରୁଛିକି?

ସିଏ ତ ପୁଅ .....ଯା କଲା କଲା ।ଆମେ ମଲା ଯାକେ ଭୋଗିବା,ସେଇଟା ଆମ କପାଳ ।ହେଲେ ଏ ତ ଝିଅଟା ।ଏଣେ କହୁଛ ଦିଦିନର କୁଣିଆଁ ,ସାଣ୍ଠଣା ଶିଖିବନି,କଣ ଯାଇ ପର ଘରେ ବାପମା ସାଇ ଭାଇ ଗାଁଗଣ୍ଡା ବନ୍ଧୁବାନ୍ଧବ ନାଁ ପକେଇବ ।ତମେ,ଏଇଆ ଚାହୁଁଛ?ସେମିତି କଦାପି ହବନି।

ସେ ପରା ଝିଅ ସେ ପରା ଦୁହିତା ।ଦୁଇ କୂଳକୁ ହୀତା ନହେଲେ ଦୁଇକୂଳକୁ ପିତା।

ରାଗ ଅଭିମାନ ଭଲପାଇବା ସବୁକୁ ସମ୍ବଳ କରିଛି ବୋଉ.........,କାନିରେ ଲୁହ ପୋଛିଲା।ଏଇ ସମୟ ଭିତରେ ମୁଁ ବି ଅନେକ କଥା ଭାବିଗଲି ,ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ।କାନ୍ଦି ପକେଇଲି ମୁଁ.....

ସଂସାର ରୂପକ ଫୁଲ ମାଳରେ ବାପା ଭାଇ ମୁଁ ଜେଜେ ଆଉ ଜେଜେମା ଗୋଟେ ଗୋଟେ ଫୁଲ ହେଲେ ମୋର ମନେହୁଏ ବୋଉ ହଉଛି ସୂତା ।ଯିଏ ଏହି ଫୁଲଗୁଡିକୁ ସୂଚାରୁରୂପେ ଗୁନ୍ଥିରଖି ସୁନ୍ଦର ମାଳାଟିଏ ତିଆରିଛି।

ହେତୁ ପାଇଲା ବେଳରୁ ଆଜିଯାଏ ମୋର ଅନୂଭବ ବୋଉ ଯେପରି ଏ ଘରେ ଚଳନ୍ତା ରବର୍ଟ କଣ୍ଢେଇ ।ସମସ୍ତଙ୍କର ଅଳି ଅର୍ଦ୍ଦଳୀ ସବୁ ତାରି ପାଖରେ ଆଉ ସବୁ କାମର ସମାଧାନ ବି ଥିଲା ସିଏ ନିଜେ।

ବିଛଣାରୁ ଉଠିଲା ବେଳୁ ରାତି ଚାରି ଘଡି ଯାଏ ତାକୁ ନିସ୍ତାର ନାହିଁ ।କାମ କାମ କାମ....।ଜେଜେଙ୍କର ସମୟ ଅନୁଯାୟୀ ଚା ଜଳଖିଆ ଠାରୁ ଜେଜେମାର ଗୋଡ ଘଷାଠାରୁ ପାନ କୂଟା ବାପାଙ୍କ ଅସଜଡା ଘଣ୍ଟା ଚଷମା କଲମ ମୋବାଇଲ ଭାଇର ସ୍କୁଲ ୟୁନିଫର୍ମ ଇସ୍ତ୍ରୀଠାରୁ ମୋର ଯାବତୀୟ ଅଳି ଅର୍ଦ୍ଦଳୀ ସବୁର ସେ ଯେମିତି ଗୋଟିଏ ସମାଧାନ ପୁସ୍ତିକା।

ମାମୁଁ ଘରେ ଅଜା କହନ୍ତି ତୋ ମା ଗୋଚିଏ ଲଖ୍ମୀପ୍ରତିମା ।ଯୁଆଡେ ଯାଏ ଧନଜନ ଗୋପ ଲଖ୍ମୀ ସବୁ ସାଙ୍ଗରେ ନେଇକି ଯାଏ।

ପିଲାବେଳୁ କୁଆଡେ ତାର ସବୁ କାମକୁ ଆଗଭର,ଚାଟଶାଳୀରେ ପାଠପଢା ଖଦୁରୁକୁଣୀ ଓଷାରେ ନଇତୁଠରେ ବାଲୁକା ପୂଜା ରଜପରବରେ ପାଦରେ ଅଳତା ଗାଲରେ ପାନ ଜାକି ଗାଁ ଝିଅ ସହ ଦୋଳି ଖେଳିବା କୁଆଁର ପୁନେଇଁରେ ଚାନ୍ଦପୂଜା ଘରକୁ ବନ୍ଧୁବାନ୍ଧବ ଆସିଲେ ଆଣ୍ଠୁମାଡି ଦଣ୍ଡବତ ଠୁଁ ଆରମ୍ଭକରି ପୀଢା ପାଣି ଦେଇ ସତ୍କାର ,କୋଉଥିରେ ତାକୁ କିଏ ବାରିପାରିବେନି।

ଜେଜେ ବୋଉକୁ ଯେଉଁଦିନ ବୋହୂ କରି ଆଣିବାକୁ ଯାଇଥିଲେ ,ବୋଉଠାରୁ କଣ ଲଖ୍ୟଣ ଦେଖିଲେ ଯେ,ଏକା ଥରେ ହଁ କରିଥିଲେ ଏହି ମୋର ବୋହୁ,ମୋ ସାତ ପୁରୁଷକୁ ପାଣି ଟେକିବ।

ଯଣେ ଜମିଦାର ଘରର ଝିଅ ଆଉ ଯଣେ ସାଧାରଣ କିରାଣୀର ସହଧର୍ମିଣୀ ମୋ ବୋଉ ଥିଲା ଦୁଇ କୂଳକୁ ଯୋଡୁଥିବା ସେତୁଟିଏ,ଯା ପେଟତଳେ ସୁନ୍ଦର ଭାବରେ ସଂସାରର ଡଂଗା ଯା ଆସ କରିପାରୁଥିଲା ଆଉ ସେତୁ ଉପରେ ବୁହା ହଉଛି ଦୁନିଆଁ ଯାକର ବୋଝ ଅବିଚଳିତ ନିରବଚ୍ଛିନଭାବେ।ନା ଅଛି ନୀସ୍ତିବାଣୀ ନା ଚିଡିଚିଡା ପଣ ।ସବୁବେଳେ ସୁନ୍ଦର ହସଟିଏ ଖେଳୁଥାଏ ବୋଉ ମୁହଁରେ ପର କି ଆପଣା ପାଖରେ।ନିଜ ପାଖରେ ସମ୍ମୋହନ ଶକ୍ତି ଅଛିକି !ସେ ସେଥିରେ ବଶିଭୂତ କରେ ସଭିଙ୍କୁ କରି ଆପଣାର।ପ୍ରଶଂସାରେ ମୂଖରିତ ଥିଲା ଆଭିଆଡୀ ଗାଁ ଆଉ ଉତଫୁଲିତ ଶାଶୁଘର ,ଯେଉଁଦିନ ଠାରୁ ସବାରୀ ଚାଲିବା ଆରମ୍ଭ ହୋଇଥିଲା ବୋଉର।

ଏବେ ମାମୁଁ ଘରେ ନାଁ ଅଛନ୍ତି ଅଜା ଆଇ ନା ଆମଘରେ ଜେଜେ ଜେଜେମା ।କାଳର କରାଳ ଗତିରେ କଟିଛି ଶେଷ ଜୀବନ ଏଇ ମୋରି ବୋଉ କୋଳରେ, ସେବା ଶୁଶ୍ରୁସାରେ...।ମା ହେଇ ଯଗିଛି ସେ ଗୋଟାପଟେ ଯମ ଆରପଟେ ସିଏ।ହାରିଛି ଯଦିଓ ସମୟସ୍ରୋତରେ କିନ୍ତୁ ଯିତିଛି ସେ ଜୀବନଯଜ୍ଞରେ...ସୁପୁତ୍ରୀ ଓ ସୁଗୃହିଣୀ ହୋଇ....

ଚାକିରୀ ସମୟ ଉତ୍ତାରେ ଏମିତି ଗୋଟିଏ ଖ୍ୟଣନାହିଁ ଯେତେ ବାପା ଡାକ ବୋଉ ଛଡା କିଛି ଯାଣିନାହିଁ,ସମ୍ପୁର୍ଣ୍ଣ ନିର୍ଭରଶୀଳ ଥାନ୍ତି ବୋଉ ଉପରେ .... ଏପରିକି ଏବେ ରୋଗ ଶଜ୍ୟାରେ ବି ସେ ଆହୁରି ପିଲା ହୋଇଯାଆନ୍ତି ବୋଉ ପରଶରେ।

ଅନୁଭବ କରେ ତେଣୁ ତାଙ୍କ ଏକାନ୍ତତା ଇଚ୍ଛାକୁ ମୁଁ ପୁରଣକରେ ଗାଳି ଦଉ ପଛେ ବୋଉ।

ସୁଘରଣୀର ମୃତିମନ୍ତ ପ୍ରତିକ ସେ.....ମୋ ବୋଉ। କଲେଜ ପଢୁଆ ଝିଅକୁ ଏବେବି ସେ କୋଳରେ ପୁରେଇ ଶୁଏ,ବୋକ ଦିଏ ଦେହ ଖରାପରେ ଯେପରି ଯଗି ରହିବା ଏକମାତ୍ର କାମ ତାର.....।ଛାଡେନି ଦୂରତା ଶାଣ୍ଠଣା ଶିଖେଇଲା ବେଳେ...... ।ସମୟକୁ ତାଳ ଦେଇ ଦୁଃଖରୁ ବି ସୁଖ ଖୋଜି ଆଣେ, ସିଏ ମୋ ବୋଉ।ସତେକି ବାତ୍ସଲ୍ୟ ପ୍ରେମରେ ଭରା ତାର ଅଣ୍ଟି .....

ଭାଇର ଚକା ଭଉଁରି ଖେଳରେ ଲୁଚେଇ ଲଚେଇ କାନ୍ଦେ ସେ,ସେ ଭାଇ ପିଲାବେଳ ଫଟୋକୁ କାନ୍ଥରେ ଦେଖି ଗୁଣୁଗୁଣାଏ କଣ ସବୁ ।ତାକୁ ହିଁ ଯଣା, ଧରା ପଡିଗଲେ ଆଖିରେ ଭୂଷ ପଡି ଲୁହଗଡିବାର ଛଳନା ବି କରିପାରେ।

ସତରେ ମୋ ବୋଉ ବେଳେ ବେଳେ ଭାରି ମିଛେଇ ହୁଏ,ହେଲେ ତା ମିଛେଇ ପଣଟା ମତେ ଆହୁରି ତା ପାଖକୁ ତା କାର୍ଯ୍ୟକୁ ଆକର୍ଷିତ କରେ।ଦିନକୁ ଦିନ ତା କାର୍ଯ୍ୟ ଭଲରୁ ଆହୁରି ଭଲଲାଗେ ମତେ ।ସେତେବେଳେ ଯାଇ ବୋଉକୁ ମୁଁ କୁଣ୍ଢେଇ ପକାଏ ,ଦି ଘେରା ଟେକି ବୁଲେଇବାକୁ ଚେଷ୍ଟାକରେ।ସିଏ ମୋ ବନ୍ଧୁ ହେଇ ଯାଏ ମିଛ ଆକଟ କରେ ସେତେବେଳେ....

ପତ୍ରଝଡା ବୟସରେ ଉପନୀତ ବୋଉ। ଯେପରି ସଭିଙ୍କ ସେବା କରିବା ତା କପାଳରେ ଲେଖା ରୋଗବ୍ୟାଧୀ ତା କଡଦେଇ ପସେ, ଜ୍ଞାତି କୁଟୁମ୍ବ ପାଖରେ କିନ୍ତୁ ସେ କଣ ପଥରରେ ଗଢା ?ତା ଦେହ କଣ ଅସ୍ତିମଜ୍ଜା ରକ୍ତ ମାଂସରେ ଗଢାନୁହେଁ?ତାକୁ କଣ ରୋଗ କବଳିତ କରେନା ?ସେକଣ ଚାହେଁନା ବ୍ୟକ୍ତି ସ୍ୱାଧିନତା?ତାର କଣ ଇଚ୍ଛାନାହିଁ ,ନାହିଁ ମନ ,ନାହିଁ ସଅକ ???

ସେଦେଖିବ ସବୁରି ଖୁସିରେ ତା ସୁଖକୁ ଜଳି ଜଳି ସଳିତା ପରି....ଅନ୍ୟକୁ ଅଗ୍ନୀ ବର୍ଷୁଥିବ,ଜଳେଇ ଜଳେଇ ନିଜ ଦେହ ନିଜ ଆତ୍ମା ନିଜ ଇଚ୍ଛା ,ହଉଥିବ ଦୁହିତା ଜବାବ ରଖୁଥିବ ସେ ,ସେ ଦୁଇକୂଳର ହିତା.....

ହେଲେ ସେ ତା ନିଜ ପାଇଁ କଣ ?ନିଜ ଜୀବନ ପାଇଁ କଣ ?ନିଜ ବାଳୁତ..... ଜୌବନ ....ପ୍ରୌଢତ୍ୱକୁ ହୀତା ହେଇ ସଜୋଉଥିବା ନୀମ ପୀତ୍ତାର ଢେମ୍ଫଟିଏ ହୋଇ...

କାରଣ ସେ ପରା ଦୁହିତା.......


Rate this content
Log in