Priyaranjan Biswal

Children Stories Tragedy Fantasy

2  

Priyaranjan Biswal

Children Stories Tragedy Fantasy

ନୀରିହ ପ୍ରେମ

ନୀରିହ ପ୍ରେମ

2 mins
172



   ଅନେକ ଦିନ ପୂର୍ବେ ଏକ ଜଙ୍ଗଲରେ ଗୋଟିଏ ଠେକୁଆ ଓ ହରିଣୀ ବାସ କରୁଥିଲେ। ଉଭୟ ଉଭୟଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ। ଗୋଟିଏ କ୍ଷଣ ମଧ୍ଯ ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁ ନଥିଲେ। ଠେକୁଆଟି ଅତି ନୀରିହ ଥିଲା। କାହାର କିଛି କ୍ଷତି ହେଉଥିବାର ସ୍ୱପ୍ନରେ ଦେଖିଲେ ମଧ୍ଯ ସେ ଭିଷଣ ଭାବରେ ଡରି ଯାଉଥିଲା। କିନ୍ତୁ ହରିଣୀଟି ଥିଲା ବହୁତ‌ ଚଞ୍ଚଳା। ଦୁହେଁ ସର୍ବଦା ସାଙ୍ଗ ହୋଇ ରହୁଥିଲେ ଓ ନିଜ ମଧ୍ଯରେ ସେମାନେ ପରସ୍ପରର ସମସ୍ତ‌ ସୁଖ, ଦୁଃଖ ବାଣ୍ଟୁଥିଲେ। 


    ଏମିତି ଅନେକ ଦିନ ବିତିଗଲା। ଠେକୁଆ ମନରେ ହରିଣୀ ପ୍ରତି ଥିବା ବନ୍ଧୁତାଭାବ ବଢି ବଢି ଭଲପାଇବାରେ ରୂପାନ୍ତରିତ ହେବାକୁ ଲାଗିଲା। ହୁଏତ ହରିଣୀ ମଧ୍ଯ ଏହା ଅନୁଭବ କରୁଥିଲା। କିଛି ଦିନ ପରେ ହରିଣୀ ମୂଷା ସହ ବୁଲାବୁଲି ଆରମ୍ଭ କରିଦେଲା। ଏହା ଦେଖି ଠେକୁଆ ସହ୍ଯ କରିପାରିଲା ନାହିଁ, ହେଲେ ସେ କରିବ ବା କଣ? ଉପାୟ ଶୂନ୍ଯ ହୋଇ ନିଜ ଦୁଃଖକୁ ନିଜ ମନରେ ଚାପିଦେଲା। ଆଉ ନିଜ ମନରେ ଥିବା ହରିଣୀ ପ୍ରତି ଭଲପାଇବାକୁ ସମୟ ସୁବୁଧା ଦେଖି ହରିଣୀ ଆଗରେ ଉପସ୍ଥାପନ କଲା। ମାତ୍ର ହରିଣୀ କିଛି ଉତ୍ତର ନଦେଇ ନୀରବ ରହିଲା। କିଛି ଦିନ ଅନ୍ତରରେ ଠେକୁଆ ପୁଣି ଥରେ ହରିଣୀକୁ ପ୍ରେମ ନିବେଦନ କଲା। କିନ୍ତୁ ହରିଣୀ ପୂର୍ବ ପରି ନୀରବ ରହିଲା ଓ ପୂର୍ବ ଅପେକ୍ଷା ଠେକୁଆ ସହ ମିଳାମିଶା ବଢାଇବାକୁ ଲାଗିଲା। ଫଳରେ ଠେକୁଆ ମନରେ ହରିଣୀ ପ୍ରତି ଥିବା ପ୍ରେମ ଛୋଟ ଚାରାରୁ ବିରାଟ ଦ୍ରୁମର ରୂପ ଧାରଣ କଲା। ଶେଷରେ ପୁଣି ଥରେ ଠେକୁଆ ହରିଣୀକୁ ପ୍ରେମ ନିବେଦନ କଲା। ମାତ୍ର ଏଥର ହରିଣୀ ଠେକୁଆକୁ ସିଧା ସିଧା ମନା କଲା, କି ତା ମନରେ ଠେକୁଆ ପ୍ରତି ସେମିତି କିଛି ଭାବନା ନାହିଁ।


     ଏହାକୁ ଠେକୁଆ ସହଜରେ ଗ୍ରହଣ କରିପାରିଲା ନାହିଁ। ଧିରେ ଧିରେ ହରିଣୀ ଠେକୁଆ ସହ ମିଳାମିଶା ବନ୍ଦ କରିଦେଲା। ଏଥିରେ ଠେକୁଆ ଗଭୀର ଭାବରେ ମର୍ମାହତ ହେଲା। ଦିନେ କୌଣସି ଏକ କାମରେ ହରିଣୀ ବିଲୁଆ ଓ କଟାସ ପାଖକୁ ଯାଉଥିଲା। ହରିଣୀକୁ ଏକା ପାଇ, ଠେକୁଆ ତା' ଉପରେ ପ୍ରତିଶୋଧ ନେବାକୁ ସ୍ଥିର କରି ହରିଣୀକୁ ଆକ୍ରମଣ କଲା, କାମୁଡି କାମୁଡି ହରିଣୀକୁ ରକ୍ତାକ୍ତ କରିଦେଲା। କେଜାଣି ଠେକୁଆ ଦେହରେ ଶତ ସିଂହର ବଳ କେଉଁଠୁ ଆସିଲା? ନୀରିହ ଠେକୁଆ ହଠାତ୍ ଏତେ ହିଂସ୍ର କେମିତି ହୋଇଗଲା? ଠେକୁଆର ଏମିତି ରୂପ ଦେଖି ବିଲୁଆ, କଟାସ ମଧ୍ଯ ତା ନିକଟକୁ ଆସିବାକୁ ସାହସ କରିପାରିଲେ ନାହିଁ। ହରିଣୀର କିତ୍କାର ଶୁଣି ଜଙ୍ଗଲର ଅନ୍ଯ ପଶୁ ପକ୍ଷୀମାନେ ତା' ନିକଟକୁ ଦୌଡି ଆସିଲେ। ଏତେ ସଂଖ୍ଯାରେ ପଶୁ ପକ୍ଷୀ ଙ୍କୁ ଏକତ୍ର ହେବାର ଦେଖି ଠେକୁଆ ଭୟରେ ଗାତ ମଧ୍ଯରେ ପଶି ଲୁଚିଗଲା। ଘୋଡା ହରିଣୀକୁ ହନୁ ଡାକ୍ତର ପାଖକୁ ନେଇ ଚିକିତ୍ସା କରାଇଲା। କୁଆ ଏ ଖବରଟିକୁ ପୁରା ଜଙ୍ଗଲ ଓ ଆଖ ପାଖ ଅଞ୍ଚଳରେ ପ୍ରସାରିତ କରିଦେଲା। ସମସ୍ତେ ଏମିତି ଏକ ଖବର ସମ୍ପର୍କରେ ଜାଣି ଆଶ୍ଚର୍ଯ୍ଯ ହୋଇଗଲେ। ସିଂହ ରାଜା ଠେକୁଆକୁ ବନ୍ଦି କରିବାକୁ ନିର୍ଦ୍ଦେଶ ଦେଲେ। ଠେକୁଆ ଗାତ ମଧ୍ଯରୁ ବାହାରକୁ ନବାରିବାରୁ ଭାଲୁ ସାପକୁ ଗାତ ମଧ୍ଯରେ ପଶି ଠେକୁଆକୁ ବାହାରକୁ ଆଣିବା ପାଇଁ ଆଦେଶ ଦେଲା। ସାପ ଗାତରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଠେକୁଆ ଭୟର ସହ ନିଜେ ଗାତରୁ ବାହାରକୁ ବାହାରି ଆସିଲା। ଶେଷରେ ଠେକୁଆକୁ ବନ୍ଦୀ କରାଗଲା। ମାତ୍ର କିଛିଦିନ ମଧ୍ଯରେ ଠେକୁଆ ବନ୍ଦୀଶାଳାରେ ପାଗଳ ହୋଇଗଲା। 


   ତେବେ ଏଠାରେ ଭୁଲ୍ କାହାର ଓ କେଉଁଠି ରହିଲା? ମତାମତ ନିଶ୍ଚିତ ଦେବେ। ଆପଣଙ୍କ ମତାମତ ଅପେକ୍ଷାରେ ରହୁଛି ନମସ୍କାର।



Rate this content
Log in