Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Alhadini Panigrahi dash

Children Stories Inspirational

5.0  

Alhadini Panigrahi dash

Children Stories Inspirational

ନିଧି ଅଜା ଓ ବରଗଛ

ନିଧି ଅଜା ଓ ବରଗଛ

2 mins
289


ଗଛ କଟାଳୀଙ୍କ ଟାଙ୍ଗିଆ ଆଘାତରେ ସ୍ରୁଷ୍ଟି ହେଉଥିବା ଠକ୍ ଠକ୍ ଶବ୍ଦ ନିଧି ଅଜାଙ୍କ ହ୍ରୁଦୟକୁ ଟିକ୍ ଟିକ୍ କରି ହାଣି ଦେଉଥିଲା ଯେପରି । ଏଇ ବରଗଛ ,ତାଙ୍କ ଅତିପ୍ରିୟ ବରଗଛ ଆଜି ମ୍ରୁତ୍ୟୁ ମୁଖରେ ।


ସେ ଛୋଟ ଥିଲାବେଳେ କେତେଥର ସେ ଏଇ ବରଗଛ ତଳ କୁ ଆସିଛନ୍ତି ବାପା ଙ୍କ ସହିତ । ବାାପା ତାଙ୍କ ସାଙ୍ଗ ମାନଙ୍କ ସହ ଗପୁଥିଲା ବେଳେ ସେ ଗପନ୍ତି ଏଇ ବୁଢା ବରଗଛ ସହ । ତା ଓହଳରେ ଝୁଲନ୍ତି । କଲେଜରେ ପଢିବା ବେଳେ ଯେବେ ସେ ଛୁଟିରେ ଗାଁ କୁ ଆସୁଥିଲେ ,ସେତେବେଳେ ସାଙ୍ଗ ମାନଙ୍କ ସହ ଏଇ ବରଗଛ ତଳେ ମେଲାଇ ଦେଉଥିଲେ ଗପର ପସରା ନହେଲେ ତାସର ଆସର । ଏତେ କଥା ମନେ ପଡିବା ସହିତ ଆହୁରି ମନେପଡେ ତାଙ୍କ ଆଦ୍ୟ ଯୌବନର ପ୍ରଥମ ପ୍ରେମ । ଏଇ ବରଗଛ ପଛପଟେ କେତେ ଯେ ଅନ୍ତରଙ୍ଗ ମୂହୁର୍ତ୍ତ ସେ ବିତାଇଛନ୍ତି ତାଙ୍କ ପ୍ରେମିକା ସହିତ । ଜ୍ୟୋତ୍ସ୍ନାର ଛାଇ ଆଲୁଅରେ ପ୍ରେମିକାର ଝାପସା ମୁହଁ ଆହୁରି ଉନ୍ମାଦନା ଭରି ଦେଉଥିଲା ତାଙ୍କ ପ୍ରେମିକ ପ୍ରାଣରେ । ପ୍ରେମିକା ସ୍ପର୍ଶରେ ପବିତ୍ର ସେଇ ଓହୋଳ କୁ ଏବେବି ଭଲ ପାଆନ୍ତି ସେ । ଆଜି ବୟସରରୁତୁ ପରିବର୍ତ୍ତନ ହୋଇଗଲେ ମଧ୍ୟ ତାଙ୍କ ହ୍ରୁଦୟରେ ଲୁକ୍କାୟିତ ଅତିତର ସ୍ମୃତିରେ କଳଙ୍କି ଲଗାଇ ପାରିନି ସମୟ । ସେେଇ ଓହୋଳ କୁ ଛୁଇଁ ଅନୁଭବ କରନ୍ତି ସେ ତାଙ୍କ ପ୍ରେମିକାର ପ୍ରେମର ବାସ୍ନା ।


ତା ହସ, ତା କାନ୍ଦ ସବୁକିଛି । ଏଇ ଗଛ ହିଁ ତାଙ୍କର ଅତିତ ସ୍ମୃତିର ସାକ୍ଷୀୀ ,ଦୂ8ଖ, ସୁଖର ସାଥୀ ।

. ଟାଙ୍ଗିଆର ଠକ୍ ଠକ୍ ଶବ୍ଦ ତାଙ୍କ ହ୍ରୁଦୟକୁ ବିଦୀର୍ଣ୍ଣ କରୁଛି । ସତେ ଯେପରି ତାଙ୍କ ପ୍ରୀୟ ସାଥୀ କହୁଛି, "ତୁକଣ ଜାଣିନୁ ମୋତେ ,ମୋତେ କଣ ଚିହ୍ନିନୁ ,ତୁ ସହି ପାରୁଛୁ ମୋ ବେଦନା ,ମୋ କଷ୍ଟ । ତୋତେ ମୁଁ କଣ ନ ଦେଇଛି, ଅମ୍ଳଜାନ ଦେଲି ,କାଠ ଦେଲି ,ଛାଇ ଦେଲି ,ପବନ ଦେଲି ,ତୋ ସୁଖ ,ଦୂ8ଖରେ ତୋ ସାଥୀ ହେଲି । ତଥାପି ତୁ ମୋ ଦୂ8ଖ ଦେଖି ନିରବରେରହି ପାରୁଛୁ । ତୋୋର ବାପ ,ଅଜା ଅମଳରୁ ସମସ୍ତ ଙ୍କ ସାଥୀ ହୋଇରହିଆସିଛି । ଗାଁର ନ୍ୟାୟ, ନିଶାପ ,ବାହା,ପୁନେଇ,ପରବ ସବୁର ସାକ୍ଷୀ ହୋଇ ଆସିଛି । ଆଉ ଆଜି ତୋର ଦାୟାଦ ମାନେ ମୋତେ ହାଣି ଦେଉଛନ୍ତି । ତୁ ପ୍ରତିବାଦ କର ,ମୋତେ ବଂଚାଅ ,ମୋତେ ବଂଚାଅ ..।


ନିଧି ଅଜା ଆଉ ସମ୍ଭାଳି ପାରିଲେନି ,ରଡି ଛାଡିଲେ , ମୋ ବନ୍ଧୁକୁ କାଟନି ,ସେ ମୋର ସାଙ୍ଗ, ସାଥୀ ସବୁକିଛି, କେବଳ ମୋର ନୁହଁ ସମସ୍ତଙ୍କ ସାଥୀ ସେ, ଜୀବନ ସେ ..ଥରେ ତା ସହିତ ହାତ ମିଳାଇ ଦେଖ ,ସେ ତୁମକୁ କଣ ଦେଉଛି ,କାଟନି....କାଟନି...କାଟନି ତାକୁ...

" କଣ କିହୋ ,ଏମିତି ଦିନ ଦି ପହରେ ବିଳି ବିଳଉଛ । "ଆଇ ପାଟି କରି ଅଜାଙ୍କୁ ହଲାଇ ଦେଲେ । ନିଦ ଭାଙ୍ଗି ଗଲା ନିଧି ଅଜାଙ୍କର । ଝରକା ପାଖକୁ ଯାଇ ଆଖି ମଳି ମଳି ଦେଖିଲେ ,ବରଗଛ ତାର ପତ୍ର,ଡାଳର ହାତ ହଲାଇ ହଲାଇ ନାଚୁଥିଲା । ସେ ଆଶ୍ବସ୍ତ ହେଲେ ଯେ ସେ ଏଯାଏଁ ସ୍ବପ୍ନ ଦେଖୁଥିଲେ ,ଭଗବାନଙ୍କୁ ଡାକିଲେ ତାଙ୍କ ସ୍ବପ୍ନ କେବେ ବି ସତ ନହେଉ । ପୁଣି ଥରେ ଚାହିଁଲେ ସେ ବରଗଛ କୁ ,ସତେ ଯେପରି କା ଝାପସା ମୁହଁ ବର ଓହୋଳ ପଛପଟରୁ ଉଙ୍କି ମାରୁଛି । ବ୍ରୁଦ୍ଧ ବୟସର କୋଟରଗତ ଆଖି ଦୁଇଟି ଉଜ୍ଜ୍ଵଳ ହୋଇ ଆସୁଥିଲା ଧିରେ,ଧିରେ ।


Rate this content
Log in